Advertisment

Man Films Wife Burning To Death: ରାକ୍ଷସ ସ୍ବାମୀର ନୃଶଂସ କାଣ୍ଡ; ସ୍ତ୍ରୀ ଜଳିବା ବେଳେ ଭିଡିଓ କରି ଭାଇରାଲ କଲା

ଘରୋଇ କଳହରୁ ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏବଂ ପତ୍ନୀ ଜଳୁଥିବା ସମୟରେ ଭିଡିଓ ତିଆରି କରିବା ଅଭିଯୋଗରେ ପୋଲିସ ସ୍ୱାମୀକୁ ଗିରଫ କରିଛି।

Surat

Surat Photograph: (OTV)

Advertisment

ସୁରଟର ଇଚ୍ଛାପୁର ଅଞ୍ଚଳରୁ ଏକ ଅତ୍ୟନ୍ତ ଅମାନବୀୟ ଘଟଣା ସାମନାକୁ ଆସିଛି। ଘରୋଇ କଳହରୁ ପତ୍ନୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଏବଂ ପତ୍ନୀ ଜଳୁଥିବା ସମୟରେ ଭିଡିଓ ତିଆରି କରିବା ଅଭିଯୋଗରେ ପୋଲିସ ସ୍ୱାମୀକୁ ଗିରଫ କରିଛି। ଏହି ହୃଦୟ ବିଦାରକ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଅନ୍ୟପଟେ, ବିହାରର ଛାପରା ଜିଲ୍ଲାରେ ରହୁଥିବା ମହିଳାଙ୍କ ପିତା ଏହି ମାମଲାରେ ପୋଲିସରେ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଅ ପ୍ରତିମା ଦେବୀଙ୍କ ବିବାହ ପ୍ରାୟ ୧୧ ବର୍ଷ ପୂର୍ବେ ରଞ୍ଜିତ ଶାହଙ୍କ ସହିତ ହୋଇଥିଲା। ବିବାହର କିଛି ଦିନ ପରେ, ଅଭିଯୁକ୍ତ ସ୍ୱାମୀ ଛୋଟ ଛୋଟ କଥାକୁ ନେଇ ଝଗଡା କରିବା ସହ ମାଡ ମାରୁଥିଲେ ଏବଂ ମାନସିକ ନିର୍ଯାତନା ଦେଉଥିଲେ।

Advertisment

ଅଭିଯୋଗ ଅନୁଯାୟୀ, ଜାନୁଆରୀ ୪ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଯୁକ୍ତିତର୍କ ସମୟରେ ସ୍ୱାମୀ ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିଲେ। ଏହି ପ୍ରରୋଚନା ପରେ ପ୍ରତିମା ଦେବୀ ନିଜକୁ ଡିଜେଲ ଢାଳି ଦିଆସିଲି ଲଗାଇ ଦେଇଥିଲେ, ଯାହା ଫଳରେ ସେ ଗୁରୁତର ଭାବରେ ପୋଡ଼ି ଯାଇଥିଲେ। ସବୁଠାରୁ ହୃଦୟ ବିଦାରକ ହେଉଛି ଯେ ସ୍ତ୍ରୀ ଜଳୁଥିବା ସତ୍ତ୍ୱେ, ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ କୌଣସି ଚେଷ୍ଟା କରିନଥିଲେ ଏବଂ ଭିଡିଓ କରିବା ଜାରି ରଖିଥିଲେ। ଗୁରୁତର ଆହତ ମହିଳାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। 

ସୁରତ ଏସିପି ଶ୍ୱେତା ଡାନିଏଲ କହିଛନ୍ତି ଯେ ସୁରତର ଇଚ୍ଛାପୁର ପୋଲିସ ଷ୍ଟେସନରେ IPC ଧାରା ୮୫ ଏବଂ ୧୦୮ ଅନୁଯାୟୀ ଆତ୍ମହତ୍ୟା ପାଇଁ ପ୍ରୋତ୍ସାହିତ କରିବା ମାମଲା ରୁଜୁ କରାଯାଇଛି। ଜାନୁଆରୀ ୪ ତାରିଖରେ ମହିଳାଙ୍କ ସ୍ୱାମୀଙ୍କ ସହ ଝଗଡ଼ା ହୋଇଥିଲା। ସ୍ୱାମୀ ତାଙ୍କୁ ମରିବାକୁ କହିଥିଲେ, ଯାହା ତାଙ୍କୁ ଆଘାତ ଦେଇଥିଲା। କ୍ରୋଧରେ ସ୍ତ୍ରୀ ନିଜ ଉପରେ ଡିଜେଲ ଢାଳି ନିଜକୁ ଜାଳି ଦେବାକୁ ଚେଷ୍ଟା କରିଥିଲେ। ଜାନୁଆରୀ ୧୧ ତାରିଖରେ ଚିକିତ୍ସା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ମହିଳାଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ, ଆମେ ସ୍ୱାମୀଙ୍କୁ ଗିରଫ କରିଛୁ। ଦମ୍ପତିଙ୍କ ୧୩ ବର୍ଷର ବୈବାହିକ ଜୀବନ ମଧ୍ୟରେ ତିନୋଟି ସନ୍ତାନ ଅଛନ୍ତି। ଅଭିଯୋଗ ହୋଇଛି ଯେ ସ୍ୱାମୀ ମହିଳାଙ୍କୁ ମାନସିକ ନିର୍ଯାତନା ଦେଇଥିଲେ ଏବଂ ମରିବାକୁ ବାଧ୍ୟ କରିଥିଲେ। 

Advertisment
Gujarat Surat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ