Advertisment

Horror In Banki: ରକ୍ତର ନଈ ବୁହାଇଲା ଜ୍ୱାଇଁ , ସାମ୍ନାକୁ ଯିଏ ଆସିଲା...

ଜ୍ୱାଇଁର କଟୁରୀ ଚୋଟରେ ଘାଇଲା ଶ୍ୱଶୁର ଘର । ସ୍ତ୍ରୀକୁ ହାଣିଲା, ଶାଶୁ-ଶ୍ୱଶୁରଙ୍କୁ ବି ହାଣିଲା ।ରକ୍ତର ନଈ ବୁହାଇଲା ଜ୍ୱାଇଁ ।‘ମୋ କଥା ମାନୁନ ତ, ଏବେ ହଣା ଖାଅ ।‘ ସାମ୍ନାକୁ ଯିଏ ଆସିଲା, କଟୁରୀରେ ଚୋଟ ପକାଇଲା ।

Son-in-Law-attack

Son-in-Law-attack Photograph: (OTV)

Advertisment

ଜ୍ୱାଇଁର କଟୁରୀ ଚୋଟରେ ଘାଇଲା ଶ୍ୱଶୁର ଘର । ସ୍ତ୍ରୀକୁ ହାଣିଲା, ଶାଶୁ-ଶ୍ୱଶୁରଙ୍କୁ ବି ହାଣିଲା । ରକ୍ତର ନଈ ବୁହାଇଲା ଜ୍ୱାଇଁ ।‘ମୋ କଥା ମାନୁନ ତ, ଏବେ ହଣା ଖାଅ ।‘ ସାମ୍ନାକୁ ଯିଏ ଆସିଲା, କଟୁରୀରେ ଚୋଟ ପକାଇଲା । 

Advertisment

୩ ଜଣଙ୍କୁ ହାଣି ଲହୁଲୁହାଣ କରିବା ପରେ ଫେରାର୍ ହୋଇଗଲା ଜହ୍ଲାଦ ଜ୍ୱାଇଁ । ନାଁ ସଞ୍ଜୟ ଦାସ । ସ୍ତ୍ରୀକୁ ଘରକୁ ଯିବାକୁ ଡାକିଲା । ଆଉ ସ୍ତ୍ରୀ ମନା କରିବାରୁ ଗୋଟା ଗୋଟା କରି ପୂରା ପରିବାରକୁ ହାଣି ପକାଇଲା । ବାଙ୍କୀ ଥାନା ସିଶୁଆ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା ।

ପାରିବାରକ କହଳରୁ ସଞ୍ଜୟର ସ୍ତ୍ରୀ ପୁଷ୍ପା ଦାସ ବର୍ଷେ ହେଲା ଆସି ବାପଘରେ ରହୁଥିଲେ । ଆଉ କାଲି ସକାଳେ ସ୍ତ୍ରୀକୁ ଫେରାଇ ଆଣିବାକୁ ଶ୍ୱଶୁର ଘରେ ପହଞ୍ଚିଥିଲା ସଞ୍ଜୟ । ତା' ସହ ଯିବାକୁ ପୁଷ୍ପାଙ୍କୁ ବାଧ୍ୟ କରିଥିଲା । ଟଣାଓଟରା କରିଥିଲା । ତଥାପି ସ୍ତ୍ରୀ ଯିବାକୁ ମନା କରିବାରୁ ମୁଣ୍ଡରେ ଚଢିଥିଲା ପିତ । ସାଙ୍ଗରେ ଆଣିଥିବା କଟୁରୀରେ ସ୍ତ୍ରୀକୁ ଚୋଟ ପରେ ଚୋଟ ପକାଇଥିଲା ସଞ୍ଜୟ । ପୁଷ୍ପାଙ୍କୁ ହାଣି ଲହୁଲୁହାଣ କରି ଦେଇଥିଲା ।  ଝିଅକୁ ବଞ୍ଚାଇବାକୁ ଯିବାରୁ ଶାଶୁ-ଶ୍ୱଶୁରଙ୍କୁ ବି ନିର୍ମମ ଭାବେ ହାଣି ପକାଇଥିଲା ଉଦ୍ଧତ ଜ୍ୱାଇଁ । 

ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମସ୍ତଙ୍କୁ ବାଙ୍କୀ ମେଡିକାଲରେ ଭର୍ତ୍ତି କରାଯାଇଛି । ପତ୍ନୀ ପୁଷ୍ପାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆଉ ଏହି ରକ୍ତପାତ ଘଟାଇ ଫେରାର୍ ହୋଇଯାଇଛି ଅଭିଯୁକ୍ତ ଜ୍ୱାଇଁ ସଞ୍ଜୟ । ବାଙ୍କୀ ଥାନାରେ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଧରିବାକୁ ଖୋଜାଖୋଜି କରୁଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ