Advertisment

Chilling Crime: କାଠ କଟରରେ ସ୍ୱାମୀକୁ ଟିକ୍‌ଟିକ୍‌ କଲା, ମୁଣ୍ଡକୁ ନଈରେ ଓ ଗଣ୍ଡିକୁ ଫିଙ୍ଗିଲା ଡ୍ରେନରେ

କଂସେଇ ସ୍ତ୍ରୀ... । କାଠ କଟରରେ ସ୍ୱାମୀକୁ ଟିକ୍‌  ଟିକ୍‌  କଲା । ମୁଣ୍ଡକୁ ନଈରେ ଫିଙ୍ଗିଲା, ଗଣ୍ଡିକୁ ଡ୍ରେନରେ । ବୟଫ୍ରେଣ୍ଡ ସହ ମିଶି ସ୍ତ୍ରୀ ଘଟାଇଲା ଜଘନ୍ୟ କାଣ୍ଡ ।

Murder

Murder Photograph: (OTV)

Advertisment

କଂସେଇ ସ୍ତ୍ରୀ... । କାଠ କଟରରେ ସ୍ୱାମୀକୁ ଟିକ୍‌  ଟିକ୍‌  କଲା । ମୁଣ୍ଡକୁ ନଈରେ ଫିଙ୍ଗିଲା, ଗଣ୍ଡିକୁ ଡ୍ରେନରେ ।

Advertisment

ବୟଫ୍ରେଣ୍ଡ ସହ ମିଶି ସ୍ତ୍ରୀ ଘଟାଇଲା ଜଘନ୍ୟ କାଣ୍ଡ । ମୀରଟର ବ୍ଲୁ ଡ୍ରମ କାଣ୍ଡଠୁ ବି ଅତି ଭୟାନକ ଓ ନୃଶଂସ ଏ ଘଟଣା । ଇଏ ହେଲା ସେଇ ସ୍ତ୍ରୀ, ନାଁ ରୁବି... ସେ ବିବାହିତ, ପିଲାଛୁଆ ବି ଅଛନ୍ତି । ତଥାପି ଗୌରବ ନାମକ ଜଣେ ଯୁବକ ସହ ରୁବିର ଅନୈତିକ ସମ୍ପର୍କ ଥିଲା । ଆଉ ଏ କଥା ଜାଣି ଦେଇଥିଲେ ସ୍ୱାମୀ ରାହୁଲ । ଦୁହିଁଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ଏଥିରେ ରାଗିଯାଇ ବୟଫ୍ରେଣ୍ଡ ସହ ମିଶି ସ୍ୱାମୀକୁ ହାତୁଡି ଓ ଲୁହାରଡରେ ପିଟି ପିଟି ହତ୍ୟା କରିଥିଲା ରୁବି । ଏହାପରେ କାଠ କଟରରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଡ୍ରେନ୍ ଓ ନଈରେ ଫିଙ୍ଗି ଦେଇଥିଲେ । ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାର ଚନ୍ଦୌସି ଅଞ୍ଚଳରେ ଘଟିଛି ଏହି ଲୋମହର୍ଷଣକାରୀ ଘଟଣା ।

ଗତ ୧୫ ତାରିଖ ଦିନ ପୋଲିସକୁ ଏକ ନାଳରୁ ମଣିଷ ଶରୀରର କିଛି ଖଣ୍ଡ ବିଖଣ୍ଡିତ ଅଂଶ ମିଳିଥିଲା । କିନ୍ତୁ ମୁଣ୍ଡ କି ହାତଗୋଡ ନଥିଲା ।ଫରେନସିକ୍ ଟିମ୍‌ର ଯାଞ୍ଚ ବେଳେ ଲାସ୍‌ ଦେହରେ 'ରାହୁଲ' ଲେଖିଥିବା ଦେଖାଯାଇଥିଲା । ଛାନ୍‌ଭିନ୍‌ରୁ ଜଣାପଡିଲା, ଗତ ୧୮ ତାରିଖରୁ ରାହୁଲ ନିଖୋଜ ଥିଲେ । ଏନେଇ ତାଙ୍କ ସ୍ତ୍ରୀ ରୁବି ଥାନାରେ ଅଭିଯୋଗ କରିଥିଲେ ।

Advertisment

ମନା କରିଦେଇଥିଲା ରୁବି

ପୋଲିସ ରୁବିକୁ ଡାକି ମୃତଦେହ ଚିହ୍ନଟ କରିବାକୁ କହିଥିଲା । କିନ୍ତୁ ସେ ଲାସ୍‌ ସ୍ୱାମୀର ନୁହଁ ବୋଲି ମନା କରିଥିଲା ରୁବି । ଏନେଇ ପୋଲିସର ସନ୍ଦେହ ବଢିଥିଲା । ଶେଷରେ ପଚାରଉଚରା ବେଳେ ନିଜ ମୁହଁରେ ସ୍ୱାମୀ ହତ୍ୟାକାଣ୍ଡର ଜଘନ୍ୟ କାହାଣୀ ବଖାଣିଥିଲା କିଲର୍‌ ରୁବି । ଗୌରବ ସହ ତାର ଅନୈତିକ ସମ୍ପର୍କ ରାହୁଲ ଜାଣି ଦେଇଥିଲେ । ତେଣୁ ଦୁହେଁ ମିଶି ସ୍ୱାମୀକୁ ହତ୍ୟା କରିଥିଲେ । ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି କିଛି ଅଂଶକୁ ଡ୍ରେନ୍‌ରେ ଫିଙ୍ଗିଥିଲେ । ଆଉ କିଛି ଗଙ୍ଗାନଦୀରେ ଫୋପାଡିଥିଲେ । ଏହି ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି । 

Murder Wife
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ