Advertisment

Gangster Anmol Bishnoi : ଭାରତ ଆସିଲା ମୋଷ୍ଟ ୱ୍ବାଣ୍ଟେଡ୍ , ଆମେରିକାରେ ଲୁଚିଥିଲା

୨୦୨୪ ମସିହାରେ, ଅନମୋଲ ସାମ୍ନାକୁ ଆସିଥିଲା। ସେ ଅପରାଧ କରିବା ପରେ ସୋସିଆଲ ମିଡିଆରେ ଏ ବିଷୟରେ ଜଣାଇଲା। ଏହା ପରେ ସେ ଏଜେନ୍ସିଗୁଡ଼ିକର ନଜରକୁ ଆସିଲା। ୧୧ ଅକ୍ଟୋବର, ୨୦୨୪ରେ NCP ନେତା ବାବା ସିଦ୍ଦିକୀଙ୍କୁ ମୁମ୍ବାଇରେ ହତ୍ୟା କରାଯାଇଥିଲା।

most wanted

most wanted Photograph: (OTV)

Advertisment

ଭାରତ ଆସିଲା ମୋଷ୍ଟ ୱ୍ବାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ । ଆମେରିକାରେ ଲୁଚିଥିଲା , ଭାରତରେ ଚଲାଉଥିଲା ଅପରାଧର ସାମ୍ରାଜ୍ୟ ।  ବାବା ସିଦ୍ଧିକୀ, ସଲମାନଙ୍କ ମାମଲାରେ ଖୋଜୁଥିଲା ପୋଲିସ । ତା ନାଁରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା, ବାବା ସିଦ୍ଧିକୀ, ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ଘର ଉପରେ ଗୁଳିକାଣ୍ଡ ସହିତ ଦେଶର ଅନେକ ରାଜ୍ୟରେ ହତ୍ୟା, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ, ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ରଖିବା ଏବଂ ସଂଗଠିତ ଅପରାଧରେ ସମ୍ପୃକ୍ତି ଭଳି ଅନେକ କେସ୍। ସେ ହେଲା ଲରେନ୍ସ ବିଷ୍ନୋଇ ଭାଇ ଅନ୍‌ମୋଲ୍ ବିଷ୍ନୋଇ।

Advertisment

ଏସବୁକୁ ନେଇ ଯେତେବେଳେ ଏଜେନ୍ସିଗୁଡ଼ିକ ତା’ ଉପରେ କଠୋର ହେବା ଆରମ୍ଭ କଲେ, ସେ ଫେରାର୍ ହେଲା, ନେପାଳ ଦେଇ ଆମେରିକା ଛୁ ମାରିଲା। ଏହା ପରେ ସେ ଆମେରିକାରେ ବସି ଭାରତରେ ଚଲାଇଛି ତା’ର ଅପରାଧର ସାମ୍ରାଜ୍ୟ।

ଏବେ କିନ୍ତୁ ତାକୁ ଭାରତ ଅଣାଯାଇଛି। ତେବେ ଏଠାରେ ପ୍ରଶ୍ନ ଉଠେ ଅନମୋଲ ବିଷ୍ନୋଇ କିପରି ଭାରତରୁ ଆମେରିକା ଗଲା? ଅନମୋଲକୁ ଗତ ବର୍ଷ କାଲିଫର୍ନିଆରେ ଅଟକ ରଖାଯାଇଥିଲା ଏବଂ ସେବେଠାରୁ ସେ କାଲିଫର୍ନିଆ ପୋଲିସ ହେପାଜତରେ ଥିଲା। ତା ଉପରେ ଥିଲା ଆମେରିକା ପୋଲିସର କଡା ନଜର।

Advertisment

୨୦୨୪ ମସିହାରେ, ଅନମୋଲ ସାମ୍ନାକୁ ଆସିଥିଲା। ସେ ଅପରାଧ କରିବା ପରେ ସୋସିଆଲ ମିଡିଆରେ ଏ ବିଷୟରେ ଜଣାଇଲା। ଏହା ପରେ ସେ ଏଜେନ୍ସିଗୁଡ଼ିକର ନଜରକୁ ଆସିଲା। ୧୧ ଅକ୍ଟୋବର, ୨୦୨୪ରେ, NCP ନେତା ବାବା ସିଦ୍ଦିକୀଙ୍କୁ ମୁମ୍ବାଇରେ ହତ୍ୟା କରାଯାଇଥିଲା।

ଏହି ହତ୍ୟାକାଣ୍ଡର ତଦନ୍ତ ବେଳେ, ମୁମ୍ବାଇ ପୋଲିସ ଦୁଇ ଜଣ ଶୁଟରଙ୍କୁ ଗିରଫ କରିଥିଲା। ପଚରାଉଚରା ସମୟରେ ଜଣାପଡିଥିଲା ଯେ ଉଭୟ ଶୁଟର ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମ ମାଧ୍ୟମରେ ଗ୍ୟାଙ୍ଗଷ୍ଟର ଅନମୋଲ ବିଷ୍ନୋଇଙ୍କ ସହ ଅହରହ ଯୋଗାଯୋଗରେ ଥିଲେ।

Advertisment

ବାବା ସିଦ୍ଦିକି ହତ୍ୟା ମାମଲା ଏବଂ ସଲମାନ ଖାନଙ୍କ ଘରେ ଗୁଳିକାଣ୍ଡ ଘଟଣାରେ ଭାରତୀୟ ଏଜେନ୍ସିଗୁଡ଼ିକ ତାଙ୍କୁ ଖୋଜୁଥିଲେ। ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରଠାରୁ ସେ ଫେରାର ଥିଲା। ଭାରତରୁ ଛୁ ମାରିବା ପାଇଁ ସେ ୨୦୨୨ରେ ମିଛ ଡକ୍ୟୁମେଣ୍ଟ୍ ଦେଇ ଏକ ନକଲି ପାସପୋର୍ଟ ହାସଲ କରିଥିଲା।

ଯେତେବେଳେ ଅନମୋଲ ଚାରିପାଖେ ବିପଦ ଘୁରି ବୁଲିଲା ଲରେନ୍ସ ବିଷ୍ନୋଇ ବୁଝିଗଲା ଯେ ତାଙ୍କୁ ବଞ୍ଚାଇବା କଷ୍ଟକର। ତେଣୁ, ସେ ତାଙ୍କ ଭାଇ ଅନମୋଲକୁ ନକଲି ପାସପୋର୍ଟ ବ୍ୟବହାର କରି ନେପାଳ ଦେଇ ଆମେରିକା ପଠାଇଦେଲେ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ