Advertisment

Uncle Kills Nephew: ନିଜ ଭଣଜାକୁ ହତ୍ୟା କଲା ମାମୁ , ଖଣ୍ଡ ଖଣ୍ଡ କରି ଫୋପାଡ଼ିଦେଲା ବିଭିନ୍ନ ସ୍ଥାନରେ

୨୬ ଡିସେମ୍ୱର ୨୦୨୫। ନାଥନଗର ପୋଲିସ ଷ୍ଟେସନ ଅଧୀନ ଶାହାପୁର ଅଂଚଳର ଏକ ନଦୀରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରେ ପୋଲିସ। ମୃତକ ଜଣଙ୍କ ହେଲେ  ମକସସ୍ପୁର ଗାଁର ୨୮ବର୍ଷୀୟ ଅଭିଶେକ କୁମାର।

BHAGALPUR-MURDER

BHAGALPUR-MURDER Photograph: (OTV)

Advertisment

ବିହାର ଭଗଲପୁରରେ ଲୋମଟାଙ୍ଗୁରା ହତ୍ୟାକାଣ୍ଡ। ମାମୁ ମାରିଦେଲା ଭଣଜାକୁ। ତେବେ କାହିଁକି ରକ୍ତାକ୍ତ ହେଲା ପବିତ୍ର ସଂପର୍କ ? ମାମୁ କାହିଁକି ବନିଗଲା ଭଣଜାର ସବୁଠୁ ବଡ଼ ଶତ୍ରୁ ? ପ୍ରେମ, ଧୋକା ଆଉ ଟଙ୍କା। ଜୀବନର ତିନି ବଡ଼ ଶତ୍ରୁ। କାବୁ କଲେ ଜୀବନ ଜିତିବ, ନହେଲେ ଜୀବନ ନେଇପାରେ ପ୍ରେମ, ଧୋକା ଆଉ ଟଙ୍କା।

Advertisment

୨୬ ଡିସେମ୍ୱର ୨୦୨୫। ନାଥନଗର ପୋଲିସ ଷ୍ଟେସନ ଅଧୀନ ଶାହାପୁର ଅଂଚଳର ଏକ ନଦୀରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରେ ପୋଲିସ। ମୃତକ ଜଣଙ୍କ ହେଲେ  ମକସସ୍ପୁର ଗାଁର ୨୮ବର୍ଷୀୟ ଅଭିଶେକ କୁମାର। ଆଉ ଏ ଘଟଣା ସଂପର୍କରେ ଯିଏ ପୋଲିସକୁ ଖବର ଦେଇଥିଲା ସେ ହେଲେ ସନ୍ତୋଷ କୁମାର ଦାସ, ଯେକି ମୃତକଙ୍କ ମାମୁ। ତେବେ ଆର୍ଥିକ ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ହେଲେ ଯେଉଁ ଢଙ୍ଗରେ ଅଭିଶେକଙ୍କୁ ହତ୍ୟା କରାଯାଇଥିଲା ତାର ଚେର ଖୋଜୁଖୋଜୁ ପୋଲିସ ପହଂଚିଥିଲା ସେହି ମାମୁ ପାଖରେ ଯେକି ପୋଲିସକୁ ଦେଇଥିଲା ପ୍ରଥମ ସୁରାକ୍। ଆଉ ସେଇଠୁ ଆରମ୍ଭ ହୋଇଥିଲା ଖୋଳତାଡ।

ଏହି ହତ୍ୟା ମାମଲାରେ ବିହାର ପୋଲିସର ତନାଘନା ପରେ ଖୋଦ୍ ମାମୁ ସନ୍ତୋଷ କୁମାର ଦାସକୁ ପୋଲିସ ସନ୍ଦେହ କରି ପଚରାଉଚରା କରିଥିଲା। ଆଉ ଜଣାପଡିଥିବାଯେ, ଅଭିଶେକର ହତ୍ୟା ପଛର ବିବାଦ କେବଳ ଟଙ୍କା ନୁହେଁ, ବରଂ ମୁଖ୍ୟ କାରଣ ଥିଲା ସନ୍ତୋଷଙ୍କ ଅବୈଧ ସଂପର୍କ। ଆଉ ତାକୁ ନେଇ ନିଜ ମାମୁଙ୍କୁ ବ୍ଲାକ୍ମେଲିଂ କରୁଥିଲା ଭଣଜା ଅଭିଶେକ। ଏମିତିକି ତାଙ୍କର ଏହି ଗୁପ୍ତ ସଂପର୍କକୁ ପଦାରେ ପକାଇଦେବ ବୋଲି ମାମୁଙ୍କୁ ଧମକ ମଧ୍ୟ ଦେଉଥିଲା। ବଦଳରେ ମାମୁଙ୍କ ଠାରୁ ଅଜସ୍ର ଟଙ୍କା ଆଉ ଫାଇଦା ହାସଲ କରୁଥିଲା। ହେଲେ ସମୟଚକ୍ରରେ ମାମୁ-ଭଣଜାଙ୍କ ଏହି ଛକାପଞ୍ଜା ଖେଳ ନେଇଥିଲା ଉଗ୍ରରୂପ।

Advertisment

୨୩ ଡିସେମ୍ୱର ୨୦୨୫। ଘରୁ ନିଖୋଜ ହୋଇଯାନ୍ତି ଅଭିଶେକ। ପରେ ଭଗଲପୁର ନାଥନଗର ପୋଲିସ ଷ୍ଟେସନରେ ୨୪ ଡିସେମ୍ୱରରେ ଏକ ମିସିଂ କେସ୍ ରୁଜ୍ଜୁ ହୁଏ । ୨୬ ଡିସେମ୍ୱରରେ ପୋଲିସ୍ ଅଭିଶେକଙ୍କ ମୁଣ୍ଡ, ହାତ ଓ ଗୋଡବିହୀନ ଶବକୁ ଉଦ୍ଧାର କରେ। ଅଭିଶେକଙ୍କ ମୃତଦେହ ଗୋଟିଏ ପ୍ଲାଷ୍ଟିକ୍ ଦଉଡିରେ ବନ୍ଧାହୋଇ ଏକ ପ୍ଲାଷ୍ଟିକ୍ ବ୍ୟାଗ୍ ଭିତରେ ବାଲି ଓ ଇଟା ସହ ପ୍ୟାକ୍ ଅବସ୍ଥାରେ ମିଳିଥିଲା । ଆଉ ୨୭ ଡିସେମ୍ୱରରେ ତାଙ୍କର ମୁଣ୍ଡ  ଓ ଗୋଡ ମିଳିଥିଲା। ଏବଂ ପରେ ଶରୀରର ବାକିଅଂଶବି ଉଦ୍ଧାର କରିଥିଲା ପୋଲିସ। ଏହି ମାମଲାରେ ପୋଲିସ ତିନଜଣଙ୍କୁ ଗିରଫ୍ କରିଥିଲା। ଆଉ ସେମାନେ ଏହି ହତ୍ୟାକାଣ୍ଡ ପଛରେ ସନ୍ତୋଷଙ୍କ ହାତଥିବା ପୋଲିସକୁ କହିଥିଲେ। ତେବେ ମାମୁ କେମିତି ପାଲଟିଥିଲା ନିଜ ଭଣଜାର ମୃତ୍ୟୁର ସୌଦାଗର ?

ଭଗଲପୁର ସିଟି ଏସ୍ପି ଶୁଭଙ୍କ୍ ମିଶ୍ରାଙ୍କ କହିବାନୁଯାୟୀ, ମୃତକ ଭଣଜା ଅଭିଶେକ କୁମାର ଓ ମାମୁ ସନ୍ତୋଷ କୁମାର ଦାସ କିଛି କାମ ପାଇଁ ନାଥନଗର ଅଂଚଳରେ ଏକାଠି ରହିଆସୁଥିଲେ। ଦୁହେଁ ମିଶି ସାଇବର ଫ୍ରଡ୍ କାରବାର ଚଳାଉଥିଲେ। 

Advertisment

ହେଲେ ଅନ୍ୟ ମହିଳାଙ୍କ ସହ ମାମୁଙ୍କ ଅନୈତିକ ସଂପର୍କ ଓ ଟଙ୍କାପଇସା ବିବାଦକୁ ନେଇ ବିଗିଡିଥିଲା ଦୁହିଁଙ୍କ ସଂପର୍କ।  ଏମିତିକି ଟଙ୍କା ନଦେଲେ ମାମୁଙ୍କ ସବୁ କାଣ୍ଡକାରନାମା ପଦାରେ ପକାଇଦେବ ବୋଲି ଭଣଜା ଧମକ ଦେଉଥିଲା। ଏସବୁ ତଥ୍ୟ ଆଧାରରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ଦାସଙ୍କୁ ପୋଲିସ ଗିରଫ୍ କରିଥିଲା। ପୂର୍ବରୁ ସାଇବର ଫ୍ରଡ୍ ମାମଲାରେ ଦିଲ୍ଲୀ ପୋଲିସ ସନ୍ତୋଷଙ୍କୁ ଗିରଫ୍ କରି ତିହାର ଜେଲକୁ ପଠାଇଥିଲା। ଏଥିସହ ଅଭିଶେକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷଙ୍କ ସହ ୪ ଜଣଙ୍କୁ ଗିରଫ କରିଛି ପୋଲିସ୍। ଆଉ ସେମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ୩ଟି ସେଲଫୋନ୍. ରକ୍ତଭିଜା ଲୁଗା ସହ ଅପରାଧରେ ବ୍ୟବହୃତ ୨ଟି ତିନିଚକିଆ ଯାନକୁ ଜବତ କରିଥି ପୋଲିସ। ଏଥିସହ ଅଧିକ ତଦନ୍ତ ଜାରିରହିଛି। ତେବେ ଏଠି ଗୋଟିଏ କଥା ମନେରହିବାକୁ ହେବଯେ, ସ୍ୱାର୍ଥ ମାମଲାରେ କେହି ନୁହେଁ କାହାର ଏମିତିକି ରକ୍ତ ସଂପର୍କବି ହୋଇପାରେ ପର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ