Advertisment

Crime Exposed: ମାଟିତଳେ ଖଟିଆ ସହ ଖୁସବୁ , ଲୁଚିଲୁଚି ସ୍ତ୍ରୀ ଫୋନରେ ଗପିଲା ବୋଲି ହତ୍ୟା କଲା ସ୍ବାମୀ

୨୧ ଡିସେମ୍ବର ୨୦୨୫ ।  କାମରୁ ଘରକୁ ଫେରିଆସିଲା ଅର୍ଜୁନ ।  ଘରକୁ ଆସି ଯାହା ଦେଖିଲା ତା ମୁଣ୍ଡ ଗରମ ହେଇଗଲା । ମୋବାଇଲ ଫୋନରେ ଗପୁଥିଲା ସ୍ତ୍ରୀ ଖୁସବୁ । ସ୍ବାମୀକୁ ହଠାତ୍ ଦେଖି ଡରିଗଲା ଖୁସବୁ ।

Khushub

Khushub Photograph: (OTV)

Advertisment

ଲୁଚେଇ ଲୁଚେଇ ସ୍ତ୍ରୀ ଗପୁଥିଲା ଫୋନରେ  । ଦେଖିଦେଲା ସ୍ବାମୀ, ମାରିପୋତିଦେଲା ମାଟିତଳେ ।  ସ୍ତ୍ରୀ ମାତିଥିଲା ପରକୀୟା ପ୍ରୀତିରେ, ତଣ୍ଟିଚିପି ସ୍ତ୍ରୀକୁ ମାରି ସ୍ବାମୀ ଉପରକୁ ପଠେଇଦେଲା ରାତିରେ । ଖଟିଆ ସହ ଖୁସବୁ ମାଟିତଳେ ।  ଅର୍ଜୁନ ଖେଳିଲା ମାଇଣ୍ଡ୍ ଗେମ୍ ।  ସ୍ତ୍ରୀକୁ କବର ଦେଇ କଲା ନାଟକ ।  ପୋଲିସକୁ କହିଲା- ସ୍ତ୍ରୀ କରିଛି ସୁଇସାଇଡ୍ ।  ମୁଁ ଫୋପାଡ଼ିଦେଇଛି ନଈରେ ।  ହେଲେ ସ୍ତ୍ରୀର ଶବ ଥିଲା ବେଡରୁମ ଚଟାଣ ତଳେ । 

Advertisment

ଏହି କପୁଲ, ଯିଏ ମାତ୍ର ଦୁଇ ବର୍ଷ ତଳେ ବାହା ହେଇଥିଲେ ।  ସଂସାର ବଢିବା ପୂର୍ବରୁ ସ୍ତ୍ରୀକୁ ସ୍ବାମୀ ଶୁଆଇଦେଇଛି ଚୀରନିଦ୍ରାରେ । ସ୍ବାମୀର ନାଁ ହେଉଛି ଅର୍ଜୁନ ଆଉ ସ୍ତ୍ରୀର ନାଁ ହେଉଛି ଖୁସବୁ ।  ଅର୍ଜୁନ ଓ ଖୁସବୁ ଉତ୍ତରପ୍ରଦେଶ ଗୋରଖପୁରରେ ରୁହନ୍ତି ।  କିଛି ଦିନ ହେଲାଣି ଅର୍ଜୁନ ଲେବର କାମ କରିବା ପାଇଁ ଲୁଧିଆନା ଯାଇ ରହୁଥିଲା ।   ଏହାର ସୁଯୋଗ ନେଇ କୁଆଡେ ଖୁସବୁ ଲୁଚାଛପାରେ ଅନ୍ୟ ଲୋକ ସହ ପରକୀୟାରେ ମାତିଥିଲା । ଆଉ ଗୋଟେ ସିକ୍ରେଟ ମୋବାଇଲରେ ରଖି କଥାବାର୍ତ୍ତା ହେଉଥିଲା ।  ଯାହା ଜାଣିନଥିଲା ସ୍ବାମୀ ଅର୍ଜୁନ । 

୨୧ ଡିସେମ୍ବର ୨୦୨୫ ।  କାମରୁ ଘରକୁ ଫେରିଆସିଲା ଅର୍ଜୁନ ।  ଘରକୁ ଆସି ଯାହା ଦେଖିଲା ତା ମୁଣ୍ଡ ଗରମ ହେଇଗଲା । ମୋବାଇଲ ଫୋନରେ ଗପୁଥିଲା ସ୍ତ୍ରୀ ଖୁସବୁ । ସ୍ବାମୀକୁ ହଠାତ୍ ଦେଖି ଡରିଗଲା ଖୁସବୁ ।  ଅର୍ଜୁନ ପଚାରିଲା ଏ ଫୋନ୍ କୋଉଠୁ ଆଣିଲୁ ? ଆଉ କାହା ସହ ଗପୁଛୁ ? ଥଙ୍ଗମଙ୍ଗ ହେଲା ଖୁସବୁ ।  ତାପରେ ଦିଜଣଙ୍କ ଭିତରେ ଚାଲିଲା ପ୍ରବଳ ପାଟିତୁଣ୍ଡ ।  ଏହାପରେ ବାଡିଆପିଟା ହେଲେ ସ୍ବାମୀ-ସ୍ତ୍ରୀ ।  ତାପରେ ଖୁସବୁର ତଣ୍ଟିକୁ ଚିପି ତାକୁ ହତ୍ୟା କରିଦେଲା ଅର୍ଜୁନ । 

Advertisment

ତେବେ ସ୍ତ୍ରୀର ଡେଡବଡିକୁ କରିବ କଣ ? ଯୋଉ ଘରେ ଶୋଉଥିଲା ସେଇ ଘରକୁ ଖୋଳିଲା ଅର୍ଜୁନ । ତାପରେ ସ୍ତ୍ରୀକୁ ଗୋଟେ ଫୋଲ୍ଡିଂ ଖଟରେ ଶୁଆଇ ମାଟିତଳେ ଖଟସହ ପୋତିଦେଲା । ଆଇନ୍ ଫାଶରୁ ମୁକୁଳିବା ପାଇଁ ଚାଲ୍ ଖେଳିଲା ହତ୍ୟାକାରୀ ଅର୍ଜୁନ ।  ସ୍ତ୍ରୀକୁ ମାଟିତଳେ ପୋତିସାରି ପରିବାର ଲୋକଙ୍କୁ ସେ ଖବର ଦେଇଥିଲା ।  କହିଲା ଖୁସବୁ କାହାକୁ କିଛି ନଜଣାଇ ଘରଛାଡ଼ି କୁଆଡେ ଚାଲିଯାଇଛି ।  କିଛି ଦିନ ଖୋଜାଖୋଜି କରିବା ପରେ ଖୁସବୁଙ୍କ ବାପା  ଶ୍ୟାମ ନାରାୟଣ ଏନେଇ ଥାନାରେ ଏଫଆଇଆର୍ ଦେଇଥିଲେ ।  ଶ୍ୟାମ ନାରାୟଣ ଜ୍ବାଇଁକୁ ସନ୍ଦେହ ନକରି ସନ୍ଦେହ କରିଥିଲେ ନିଜ ପୁଅ ଉପରେ ।  ଅଭିଯୋଗ ପାଇବା ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଥିଲା ।

ପୋଲିସ ପ୍ରଥମରୁ ସନ୍ଦେହ କରୁଥିଲା ଅର୍ଜୁନକୁ ।  ସେଥିପାଇଁ ଅର୍ଜୁନକୁ ନିଜ ହେପାଜତକୁ ନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲା  ା ପଚରାଉଚରା ବେଳେ କିନ୍ତୁ ଅର୍ଜୁନ ପୋଲିସକୁ ଭୂଆଁ ବୁଲାଇଥିଲା ।  କହିଲା କି ଖୁସବୁ ଆତ୍ମହତ୍ୟା କରିଛି ଏବଂ ତା ମୃତଦେହକୁ ସେ ନଦୀରେ ଫୋପାଡ଼ିଦେଇଛି । ଅର୍ଜୁନ କଥାକୁ ବିଶ୍ବାସ କରି ପୋଲିସ ତାକୁ ଧରି ନଦୀପଠାକୁ ଯାଇଥିଲା ।  ହେଲେ ସେଠାରୁ କିଛି ପ୍ରମାଣ ପାଇନଥିଲା ।  ଦୁଇ ଦିନ ଧରି ପୋଲିସକୁ ମିଛ କହି ନାଟକ ରଚି ଚାଲିଥିଲା ଅର୍ଜୁନ । ହେଲେ ପୋଲିସର ସନ୍ଦେହ ହେଇଥିଲା ଡେଡବଡି ଘରେ ଥିବାର ।  ଖୋଳାଖୋଳି କରିବା ପରେ ୬ ଫୁଟ୍ ଗାତ ତଳୁ ବାହାରିଥିଲା ୨୬ ବର୍ଷୀୟା ଖୁସବୁଙ୍କ ମୃତଦେହ ।  ଆଉ ତାପରେ ଚମକି ପଡ଼ିଥିଲେ ସମସ୍ତେ ।  ସ୍ତ୍ରୀ ଫୋନରେ ଗପିଲା ବୋଲି ତାକୁ ହତ୍ୟା କରି ନିଜ ଘରେ ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି ।  ପୋଲିସ ମୃତଦେହ ଜବତ କରି ପୋଷ୍ଟ ମର୍ଟମ ପାଇଁ ପଠାଇବା ସହ ଅଭିଯୁକ୍ତ ଅର୍ଜୁନକୁ ଗିରଫ କରିଛି ।  ଏଠି ଗୋଟିଏ କଥା କୁହାଯାଇପାରେ ଯେ ସଂପର୍କରେ ଧୋକା ବଡ଼ ଘାତକ ।  ତେଣୁ ଭୁଲ କରିବା ପୂର୍ବରୁ ଶହେଥର ଭାବନ୍ତୁ ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ