Advertisment

Parents Fight Kill Son: ବାପାମା' କଳିରେ ପୁଅ ପଡିଲା ବଳି, ପଥର ଫିଙ୍ଗି ୪ ବର୍ଷର ପୁଅକୁ ମାରିଦେଲେ...

ସ୍ୱାମୀ-ସ୍ତ୍ରୀ ଝଗଡା ଲାଗିଥିଲେ । ରାଗରେ ସ୍ବାମୀ, ସ୍ତ୍ରୀ ଉପରକୁ ପଥର ଫିଙ୍ଗିଥିଲା । ଆଉ ଏ ପଥର ଯାଇ ବାଜିଥିଲା ୪ ବର୍ଷର ତାଙ୍କ ପୁଅ ମୁଣ୍ଡରେ । ଫଳରେ ସବୁଦିନ ପାଇଁ ଚାଲିଗଲା ପିଲାଟି ।

Parents-Fight-Kills-Son

Parents Fight Kills Son Photograph: (OTV)

Advertisment

ବାପାମା' କଳିରେ ପୁଅ ପଡିଲା ବଳି । ପଥର ଫିଙ୍ଗି ୪ ବର୍ଷର ପୁଅକୁ ମାରିଦେଲା ବାପା । କଥାରେ ଅଛି ରାଗ ବ୍ରହ୍ମଚଣ୍ଡାଳ । ରାଗରେ ମଣିଷ ଏମିତି କିଛି କରିଥାଏ, ଯେଉଁଥିପାଇଁ ସାରା ଜୀବନ ପଶ୍ଚତାପ କରିବାକୁ ପଡେ । ସେମିତି କିଛି ଘଟଣା ଆସିଛି ସାମ୍ନାକୁ । ସ୍ୱାମୀ-ସ୍ତ୍ରୀ ଝଗଡା ଲାଗିଥିଲେ । ରାଗରେ ସ୍ବାମୀ, ସ୍ତ୍ରୀ ଉପରକୁ ପଥର ଫିଙ୍ଗିଥିଲା । ଆଉ ଏ ପଥର ଯାଇ ବାଜିଥିଲା ୪ ବର୍ଷର ତାଙ୍କ ପୁଅ ମୁଣ୍ଡରେ । ଯାହାପରେ ସବୁଦିନ ପାଇଁ ଆଖି ବୁଜିଦେଇଥିଲା ନିରୀହ ଶିଶୁଟି ।

Advertisment

ବାପାମା' କଳିରେ ପୁଅର ବଳି:

ଗତ ମଙ୍ଗଳବାର ଦିନ ଆନ୍ଧ୍ରପ୍ରଦେଶ ଅନନ୍ତପୁରର ଲକ୍ଷମପଲ୍ଲୀ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ଦଂପତି ହେଲେ ଏମ୍ ରମେଶ ଓ ଏମ୍ ମହେଶ୍ବରୀ । କୋଉ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବା ଝଗଡା ନହୁଏ । ହେଲେ ଏ ସାମାନ୍ୟ ପାଟିତୁଣ୍ଡ ଯେ ଏତେ ମହଙ୍ଗା ପଡିପାରେ ତାହା ଦୁହିଁଙ୍କୁ ଜଣାନଥିଲା । 

ପୁଅ ମୁଣ୍ଡ ଫଟାଇ ମାରିଦେଲେ:

ଝଗଡା ଭିତରେ ଉତ୍ୟକ୍ତ ରମେଶ ସ୍ତ୍ରୀ ଉପରକୁ ଗୋଟିଏ ପଥର ଫିଙ୍ଗିବା ବେଳକୁ ପଥର ସେଠି ଛିଡା ହୋଇଥିବା ତାଙ୍କ ଶିଶୁପୁତ୍ର ମୁଣ୍ଡରେ ବାଜିଥିଲା । ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା ପିଲାଟି । ବାପାମା' ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ ହେଲେ ପିଲାଟିର ଜୀବନ ବଞ୍ଚିପାରିନଥିଲା । ଘଟଣାରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ବ୍ୟୁରୋ ରିପୋର୍ଟ, ଓଟିଭି

Advertisment

Andhra Pradesh Domestic Violence Child Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ