Balangir-Thief-swasura-Jwain Photograph: (OTV)
କ୍ରିମିନାଲ୍ ଶ୍ବଶୁରର କ୍ରାଇମ୍ ପାର୍ଟନର ଜ୍ବାଇଁ । ଝିଅ ବାହାକରି ଶ୍ବଶୁର ପାଇଥିଲା ବିଗ୍ ପାର୍ଟନର । ମିଳିମିଶି ଗାଡ଼ି ଡିକି ଭାଙ୍ଗି ଲୁଟୁଥିଲେ ଲକ୍ଷ ଲକ୍ଷ ଟଙ୍କା । ସିସିଟିଭି କ୍ୟାମେରାରୁ ଭିଜୁଆଲ ଦେଖି ତାଜୁବ୍ ହେଲା ପୋଲିସ । ଏମାନେ ୨୦୨୫ର ବୋଧହୁଏ ଲୁଟ ତରାଜର ଏକ ନମ୍ବର କ୍ରିମିନାଲ୍ । ବର୍ଷ ଶେଷରେ ଶ୍ବଶୁର-ଜ୍ବାଇଁଙ୍କ ଏ ଲୁଟେରା ଗ୍ୟାଙ୍କର ପର୍ଦ୍ଦାଫାସ କରି ସାଧାରଣ ଲୋକଙ୍କୁ ସରପ୍ରାଇଜ୍ ଦେଇଛି ବଲାଙ୍ଗିର ପୋଲିସ । ଆଉ ପୋଲିସ ଏମାନଙ୍କ ବିଷୟରେ ଦେଇଥିବା ରୋମାଞ୍ଚକର ତଥ୍ୟକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଶୁଣନ୍ତୁ…
ପ୍ରମୋଦ ସିଂ ନାଥ ଓ ପ୍ରିନ୍ସ ସିଂ ଉଭୟ ସମ୍ପର୍କରେ ଶ୍ବଶୁର-ଜ୍ବାଇଁ । ପ୍ରିନ୍ସ ବିହାରର ମୂଳ ବାସିନ୍ଦ ହୋଇଥିଲେ ବି, ପ୍ରମୋଦ ସିଂଙ୍କ ଘରେ ରହୁଥିଲା । ଭଭୟ ଗୋଟିଏ ଘରେ ରହି ପ୍ଲାନିଂ କରି ଲୁଟ୍ କରୁଥିଲେ । ବ୍ୟାଙ୍କ ଆଗରେ ଏମାନେ ରେକି କରନ୍ତି । ଗାଡ଼ି ଡିକିରେ ଟଙ୍କା ନେଉଥିବା ଲୋକଙ୍କୁ ପିଛାକରନ୍ତି । ବାସ୍, ତାପରେ ଟାର୍ଗେଟ ଫିକ୍ସଡ । ଲୋକଙ୍କ ନିକଟରୁ ଟଙ୍କା ଲୁଟି ଶ୍ବଶୁର ଜ୍ବାଇଁ ଫେରାର ମାରନ୍ତି । କିନ୍ତୁ ଏମାନଙ୍କୁ ସି.ସି.ଟିଭି ଫୁଟେଜ ଧରାପକାଇ ଦେଇଛି ।
ଦୀର୍ଘ ଦିନ ଧରି ଓଡ଼ିଶାରେ ଏଭଳି ଲୁଟ କରୁଥିଲେ ଶ୍ବଶୁର ଜ୍ବାଇଁ । ଲୁଟ ପରେ, ତୁରନ୍ତ ଲୁଟ ଟଙ୍କାକୁ ନିକଟରେ ଥିବା ଏ.ଟି.ଏମରେ ନିଜ ସଂର୍ପକୀୟଙ୍କ ଆକାଉଣ୍ଟରେ ଡିପୋଜିଟ କରୁଥିଲେ । କାରଣ ପୋଲିସ ନାକାବନ୍ଦୀ କରି ଧରିଲେ ବି ଟଙ୍କା ପାଇବ ନାହିଁ । ଆଉ ସବୁଠାରୁ ବଡ଼ କଥା ହେଲା ଏମାନେ ମୋବାଇଲ ବି ବ୍ୟବହାର କରନ୍ତି ନାହିଁ । ତେଣୁ ଦୀର୍ଘ ଚାରିମାସର କସରତ ପରେ ଛତିଶଗଡ ରାୟଗଡ ଜିଲ୍ଳା କୋପୁ ଥାନା ଅଂଚଳରୁ ପୋଲିସ ଶ୍ବଶୁର-ଜ୍ବାଇଁଙ୍କୁ ବାନ୍ଧିଛି । ହେଲେ ଫେରାର ମାରିଛି ଅନ୍ୟ ଜଣେ ସହଯୋଗୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/28/balangir-thief-swasura-jwain-2025-12-28-18-00-57.jpg)