Advertisment

Man ‘Sells’ His Own Son to Doctor: ପୁଅକୁ ଜଣେ ଡାକ୍ତରଙ୍କୁ ବିକ୍ରି କରିଥିଲେ ବାପା, ଥାନାରେ ଅଭିଯୋଗ ପରେ ଫେରିଲା ପୁଅ

ଅଢେଇ ବର୍ଷର ପୁଅକୁ ବିକିଦେଲା ଜନ୍ମକଲା ବାପା। ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ। ଲକ୍ଷେ ଟଙ୍କାରେ ଜଣେ ଡାକ୍ତରଙ୍କୁ ନିଜ ପୁଅକୁ ବିକ୍ରି କରିଦେଇଥିବା ନେଇ ଏକ ଭିଡିଓରେ ସ୍ବୀକାର କରିଛନ୍ତି ବାପା ରାକେଶ ବେହେରା।

Child Sale

Child Sale Photograph: (OTV)

Advertisment

ଅଢେଇ ବର୍ଷର ପୁଅକୁ ବିକିଦେଲା ଜନ୍ମକଲା ବାପା। ଏଭଳି ସଂଗୀନ ଅଭିଯୋଗ ଆସିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳରୁ। ଲକ୍ଷେ ଟଙ୍କାରେ ଜଣେ ଡାକ୍ତରଙ୍କୁ ନିଜ ପୁଅକୁ ବିକ୍ରି କରିଦେଇଥିବା ନେଇ ଏକ ଭିଡିଓରେ ସ୍ବୀକାର କରିଛନ୍ତି ବାପା ରାକେଶ ବେହେରା।

Advertisment

ଏନେଇ ନୀଳଗିରି ଥାନାରେ ଜଣେ ସ୍ଥାନୀୟ ଯୁବକଙ୍କ ଅଭିଯୋଗରେ ପୋଲିସ ତନାଘନା କରିବା ପରେ ପଶ୍ଚିମବଙ୍ଗରୁ ଏକ ଗାଡ଼ିରେ ଛୁଆଟିକୁ ଆଣି ନୀଳଗିରିରେ ଛଡ଼ାଯାଇଛି। ଅଭିଯୋଗ ଅନୁସାରେ, ରାକେଶ ବେହେରା ନାମକ ଜଣେ ବ୍ୟକ୍ତି ନିଜ ପୁଅକୁ ମଧ୍ୟସ୍ଥିଙ୍କ ଜରିଆରେ ପଶ୍ଚିମଙ୍ଗର ଜଣେ ଡାକ୍ତରଙ୍କୁ ବିକ୍ରି କରିଥିଲେ । ଏଥିପାଇଁ ଲକ୍ଷେ ଟଙ୍କା ଡିଲ୍ ହୋଇଥିବାବେଳେ ୫୦ ହଜାର ଟଙ୍କା ଆଡଭାନ୍ସ ନେଇଥିଲେ।

ଅଭିଯୋଗକୁ ସଂପୃକ୍ତ ମଧ୍ୟସ୍ଥି ଖଣ୍ଡନ କରିଥିବାବେଳେ ପୋଲିସର ପ୍ରତିକ୍ରିୟା ମିଳିପାରିନି।  ତେବେ ଶିଶୁପୁତ୍ରଟି କେଉଁଠି ଥିଲା ଏବଂ କାହା ନିର୍ଦ୍ଦେଶରେ ତାକୁ ଗାଡ଼ିରେ ଆଣି ଛଡ଼ାଗଲା ସେନେଇ ତଦନ୍ତ କରୁଛି ପୋଲିସ। 

Advertisment

ପୁଅକୁ ବିକିଦେଲା ବାପା !

ଅଢେଇ ବର୍ଷର ପୁଅକୁ ବିକିଦେଲା ବାପା
ଲକ୍ଷେ ଟଙ୍କାରେ ପୁଅକୁ ବିକ୍ରି ଅଭିଯୋଗ
ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳର ଘଟଣା
ପୁଅକୁ ବିକ୍ରି କରିଥିବା ବାପାର ସ୍ବୀକାର
ପଶ୍ଚିମବଙ୍ଗର ଜଣେ ଡାକ୍ତରଙ୍କୁ ବିକ୍ରି କରିଥିବା ଅଭିଯୋଗ
ଥାନାରେ ଅଭିଯୋଗ ପରେ ଫେରିଲା ପୁଅ
ପଚରାଉଚରା କରି ପୋଲିସର ତଦନ୍ତ 

Child Sale
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ