FARM-HOUSE-ISSUE Photograph: (OTV)
ଫାର୍ମ ହାଉସରେ ପଶି ଦୁର୍ବୁତ୍ତଙ୍କ ଦାଦାଗିରି ଅଭିଯୋଗ l ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଭୟଭୀତ କରାଇବା ସହ ଲୁଟି ନେଲେ ନଗଦ ଟଙ୍କା ଓ ଫାର୍ମରେ ଥିବା ଅନ୍ୟ ଆସବାବପତ୍ର l ଏପରି ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ଥାନା ରାଇବୋଲ ପଞ୍ଚାୟତର କଙ୍କଣା ଗାଁରେ l ସୂଚନା ଅନୁସାରେ ଭୁବନ ଥାନା ଯମୁନାକୋଟ ଗାଁର ନରେନ୍ଦ୍ର ସାହୁ କଙ୍କଣା ଗାଁରେ ଏକ ଫାର୍ମ ହାଉସ କରିଛନ୍ତି l ଘଟଣା ସମୟରେ ନରେନ୍ଦ୍ର ସାହୁ ଫାର୍ମ ହାଉସରେ ଥିଲେ । କିଛି ଦୁର୍ବୁତ୍ତ ନରେନ୍ଦ୍ରଙ୍କ ଫାର୍ମ ହାଉସକୁ ଯାଇଥିଲେ । ନରେନ୍ଦ୍ରଙ୍କୁ ବନ୍ଧୁକ ଓ ମରଣାସ୍ତ୍ର ଦେଖାଇ ଭୟଭୀତ କରାଇବା ସହ ଫାର୍ମରେ ଥିବା ନଗଦ ଚାଳିଶ ହଜାର ଟଙ୍କା, କମ୍ପ୍ୟୁଟର, ଅନ୍ୟ ବୈଦ୍ୟୁତିକ ସାମଗ୍ରୀ ଲୁଟି ନେଇଛନ୍ତି l ଯାହାକୁ ନେଇ ନରେନ୍ଦ୍ର କାମାକ୍ଷାନଗର ପୋଲିସକୁ ଖବର ଦେଇଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି କିଛି ଦୁର୍ବୁତ୍ତଙ୍କୁ ଅଟକ ରଖିଥିବା ବେଳେ ମାରଣାସ୍ତ୍ର ଓ ବନ୍ଧୁକ ଜବତ କରିଛି l ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।
ଫାର୍ମ ହାଉସ ରେ ପଶି ଦୁର୍ବୁତ୍ତଙ୍କ ଦାଦାଗିରି!
ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ କଲେ ଭୟଭୀତ
ଧରିଲା ପୋଲିସ୍, ଚାଲିଛି ତଦନ୍ତ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/12/farm-house-issue-2025-10-12-14-55-42.jpg)