aparadha Photograph: (OTV)
ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି.. ସେ ପୁଣି ସ୍ଥଳସେନାରେ । ଅନ୍ୟ ଜଣଙ୍କର ଜାଲ୍ ସାର୍ଟିଫିକେଟ୍ ଦେଇ ସେ ଭର୍ତ୍ତି ହୋଇଥିଲେ ଆର୍ମିରେ । ଶେଷରେ ବନ୍ଧାହୋଇ ଜେଲ୍ ଗଲେ...ସଂପର୍କୀୟଙ୍କ ଜାଲ୍ ସାର୍ଟିଫିକେଟ୍ ଦେଇ ଭାରତୀୟ ସ୍ଥଳସେନାରେ ଚାକିରି କରିବା ଅଭିଯୋଗରେ ନସିର ଅହମଦଙ୍କୁ କରିଛି ଉତ୍ତରପ୍ରଦେଶ ବିଲ୍ହର ପୋଲିସ। ବେଆଇନ୍ ଭାବେ ଆର୍ମିରେ ଚାକିରି କରିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ୍ କରି ଜେଲକୁ ପଠାଇଦେଇଛି। ବିଲ୍ହର ଇନ୍ସପେକ୍ଟର ଅଶୋକ କୁମାର ସରୋଜଙ୍କ କହିବାନୁଯାୟୀ, ଅଭିଯୁକ୍ତ ନସିର ଅହମଦ୍ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ତିରୱା ଅଂଚଳର ବାସିନ୍ଦା।
ଉତ୍ତରପ୍ରଦେଶ ଅରାଉଲ ଅଂଚଳର ଶେଷପୁରଧର୍ମଶାଳା ଗାଁର ନସିର ଅହମଦ୍। ଆର୍ମିରେ ଚାକିରି କରିବାର ନିଶା ଏତେ ଜୋର ଧରିଥିଲାଯେ, ସେ ବେଆଇନ ଭାବେ ହାତେଇଥିଲା ଚାକିରି। ଜଣେ ସଂପର୍କୀୟଙ୍କ ଶିକ୍ଷାଗତ ଯୋଗ୍ୟତାକୁ ଭିତ୍ତିକରି ନସିର ଆର୍ମିରେ ଚାକିରି କରୁଥିଲେ ବୋଲି ସଂଗୀନ ଅଭିଯୋଗ ହୋଇଛି । ୨୦୧୩ ମସିହାରେ ସଂପର୍କୀୟ ସାହିଲର ହାଇସ୍କୁଲ ଏବଂ ଇଣ୍ଟରମିଡିଏଟ୍ ମାର୍କସିଟ୍ ହଜି ଯାଇଥିବା ନେଇ ଏକ ଅଭିଯୋଗପତ୍ର ସେ ଖବରକାଗଜରେ ପବ୍ଲିଶ କରିଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ଜଣେ ମିଡିଲମ୍ୟାନ ଜରିଆରେ ସାହିଲର ସାର୍ଟିଫିକେଟକୁ ଅସାଧୁ ଉପାୟରେ ବ୍ୟବହାର କରି ଚାକିରି କରିଥିଲା ନସିର । ଯାହାର ଟେର ବି ପାଇନଥିଲେ ଖୋଦ୍ ସ୍ଥଳସେନାର ଉପରିସ୍ଥ ଅଫିସର। ତେବେ ଜୁଲାଇ ୨୦୧୩ ମସିହାରେ ଏହି ଘଟଣା ସାମ୍ନାକୁ ଆସିବା ପରେ ନସିର ଅହମଦ୍ର ନାଁରେ ପୋଲିସ ପାଖରେ କମ୍ପ୍ଲେନ୍ ଦେଇଥିଲେ ସାହିଲ। ତାସହିତ ଅନ୍ୟ ତିନିଜଣ ସଂପର୍କୀୟ ତାକୁ ଅପମାନ, ଡରାଇବା ଏବଂ ଠକିଥିବା ଅଭିଯୋଗ ମଧ୍ୟ ସେ କରିଥିଲା। ଏନେଇ ଏକ ଚାର୍ଜସିଟ୍ ଫାଇଲ ହୋଇଥିଲେବି ହାଇକୋର୍ଟରୁ ସେହି ତିନିଜଣ ଷ୍ଟେ ଅର୍ଡର ଆଣିଥିଲେ। ଏହି ମାମଲାରେ ନସିରଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଯାଇଛି। ତେବେ ନସିର କେମିତି ଜାଲ୍ ସାର୍ଟିଫିକେଟ୍ ଜରିଆରେ ଚାକିରି କରିପାରିଲା, ଏ ନେଇ ପୋଲିସ୍, ଆର୍ମି ରେଜିମେଣ୍ଟକୁ ଜଣାଇଥିଲେ। ୨୦୨୩ରୁ ଏ ସଂପର୍କରେ ଅଭିଯୋଗ ହୋଇଥିଲେବି ୭ ବର୍ଷ ଧରି ସେ ଏହି ଚାକିରିରେ ରହିଆସିଥିଲା
କଥିକା ସ୍ଥିତ ରସୁଲାବାଦ୍ ଥାନା ଅଂଚଳରୁ ଅଭିଯୁକ୍ତ ନସିରକୁ ଗିରଫ କରିଥିଲା ପୋଲିସ। ଜଣେ ସଂପର୍କୀୟ ଭଉଣୀର ବାହାଘରକୁ ଆସିଥିବା ବେଳେ ପୋଲିସ୍ ତାକୁ ଗିରଫ କରିଥିଲା। ପଟରାଉଚରା ବେଳେ ସେ ନସିର କେମିତି ସଂପର୍କୀୟ ସାହିଲର ମାର୍କସିଟ୍ ଏବଂ ଆଧାର କାର୍ଡକୁ ଅସାଧୁ ଉପାୟରେ ବ୍ୟବହାର କରିଥିଲା, ତାହା ପୋଲିସ ଆଗରେ ସ୍ୱୀକାର କରିଥିଲା।ଚାକିରି ପାଇଁ ତାର ବୟସରସୀମା ଅତିକ୍ରମ କରିଯାଇଥିବାରୁ ସେ ସଂପର୍କୀୟ ସାହିଲର ସାର୍ଟିଫିକେଟ୍ ବ୍ୟବହାର କରି ଆର୍ମିରେ ଯୋଗ ଦେଇଥିଲା। ଏବେ ନିଜର କୃତକର୍ମ ପାଇଁ ପଶ୍ଟାତାପ କରିବା ସହ ଜେଲ୍ ଦଣ୍ଡ ଭୋଗୁଛି ଅଭିଯୁକ୍ତ ନସିର୍। ତେବେ ଜାଲ୍ ସାର୍ଟିଫିକେଟ ପ୍ରଡ୍ୟୁସ୍ କରି ଆର୍ମି ଭଳି ଏତେ ବିଶ୍ୱସନୀୟ ବିଭାଗରେ ସେ କାମ କରିପାରିଲା, ତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/04/aparadha-2025-12-04-12-20-49.jpg)