Advertisment

CCTV Footage of Blast Surfaces: ବିସ୍ଫୋରଣର ଆସିଲା CCTV ଫୁଟେଜ୍,  ଛାତ ଉପରେ ଭିଡ଼ୁଥିଲେ ବୋମା

ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା CCTV ଫୁଟେଜ୍। କେତେ ଭୟଙ୍କର ଥିଲା ବିସ୍ଫୋରଣ, ତାହାର ଚିତ୍ର ସିସିଟିଭିରେ କଏଦ ହୋଇଛି। ଛାତ ଉପରେ ବୋମା ଭିଡ଼ୁଥିବା ବେଳେ ସୁନ୍ଦରପଦା ଆଜାଦନଗରରେ ବଡ଼ ବିସ୍ଫୋରଣ ହୋଇଥିଲା।

BLAST

BLAST Photograph: (OTV)

Advertisment

ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା CCTV ଫୁଟେଜ୍। କେତେ ଭୟଙ୍କର ଥିଲା ବିସ୍ଫୋରଣ, ତାହାର ଚିତ୍ର ସିସିଟିଭିରେ କଏଦ ହୋଇଛି। ଛାତ ଉପରେ ବୋମା ଭିଡ଼ୁଥିବା ବେଳେ ସୁନ୍ଦରପଦା ଆଜାଦନଗରରେ ବଡ଼ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଗୁରୁତର ହୋଇଥିଲେ। ଘଟଣାରେ NIA ତଦନ୍ତ ଜାରି ରହିଛି। ବିସ୍ଫୋରଣ ବେଳର ସିସିଟିଭି ଭିଡିଓ ଏବେ ସାମନାକୁ ଆସିଛି।....

Advertisment

ଏହି ଘଟଣାରେ ଘର ମାଲିକଙ୍କଠାରୁ ଆରମ୍ଭ କରି ଏକାଧିକ ଲୋକଙ୍କୁ ଜେରା କରାଯାଇଥିଲା । ବିସ୍ଫୋରଣ ପଛରେ ବଡ଼ ଚକ୍ରାନ୍ତ ଆଶଙ୍କାରେ ପଚରାଉଚରା କରାଯାଇଛି । ବୋମା ଭିଡ଼ୁଥିବା ବେଳେ ବଡ଼ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ଆହତ ବ୍ୟକ୍ତିଙ୍କ ବିରୋଧରେ ମାମଲା ହୋଇଛି ।

ସୁସ୍ଥ ହେବା ପରେ କାର୍ଯ୍ୟାନୁଷ୍ଠାନ ହେବ କହିଥିଲେ ଭୁବନେଶ୍ବର ଡିସିପି । ବୋମା ତିଆରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ରହିଛି ୭ଟି ମାମଲା। କୌଣସି ଅପରାଧ ଘଟାଇବାକୁ ବୋମା ତିଆରି କରୁଥିଲେ କି ? NIA ଘଟଣାର ତଦନ୍ତ କରୁଛି । 

Advertisment

ଭୁବନେଶ୍ବର ସୁନ୍ଦରପଦା ବିସ୍ଫୋରଣର ଆସିଲା CCTV ଫୁଟେଜ୍ 

ଛାତ ଉପରେ ବୋମା ଭିଡ଼ୁଥିବା ବେଳେ ହୋଇଥିଲା ବିସ୍ଫୋରଣ 
ବିସ୍ଫୋରଣରେ ୪ ଜଣ ଗୁରୁତର ହୋଇଥିଲେ 

NIA Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ