Advertisment

Excise Raid on Illegal Dance Bar: ପୁଣି ଫେରିଲା ପୁରୁଣା ଫିଭର୍; ଉଡୁଛି ଟଙ୍କା, ନାଚୁଛନ୍ତି ବାର ଡାନ୍ସର.. କୁଆଡେ ଗଲା ନିୟମ?

ରାଜଧାନୀରେ ପୁଣି ଫେରିଲା ପୁରୁଣା ଫିଭର୍। ଉଡୁଛି ଟଙ୍କା, ଡାନ୍ସ ଫ୍ଲୋରରେ ନାଚୁଛନ୍ତି ବାର ଡାନ୍ସର। ରାତି ସାରା ବାର ଖୋଲା ରହୁଛି। ଅବକାରୀ ନିୟମକୁ ଫୁ' କରି ଦେଇଛନ୍ତି ବାର ମାଲିକ।

Bar Open

Bar Open Photograph: (OTV)

Advertisment

ରାଜଧାନୀରେ ପୁଣି ଫେରିଲା ପୁରୁଣା ଫିଭର୍। ଉଡୁଛି ଟଙ୍କା, ଡାନ୍ସ ଫ୍ଲୋରରେ ନାଚୁଛନ୍ତି ବାର ଡାନ୍ସର। ରାତି ସାରା ବାର ଖୋଲା ରହୁଛି। ଅବକାରୀ ନିୟମକୁ ଫୁ' କରି ଦେଇଛନ୍ତି ବାର ମାଲିକ। ଡ୍ୟାନ୍ସ ବାର ଭିତରର EXCLUSIVE ଭିଜୁଆଲ OTV ହାତରେ ଲାଗିଛି। ଏହି ଭିଜୁଆଲ ଗୁଡିକ ହେଉଛି କ୍ୟାପିଟାଲ ଥାନା ଅଞ୍ଚଳରେ ଥିବା ଏକ ବାର୍‌ର ଦୃଶ୍ୟ।

Advertisment

ବିନା ପରମିଶନ୍‌ରେ ଚାଲିଥିଲା ଡ୍ୟାନ୍ସ ବାର। ଘଟଣା ବିଷୟରେ ଖବର ପାଇ ହଠାତ ଚଢଉ କରିବା ସହ CCTV ଯାଞ୍ଚ ପାଇଁ ଏକ ଟିମ୍ ଗଠନ କରିଛି ଅବରକାରୀ ବିଭାଗ। ବାର୍‌ରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯିବ ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ। ସିସିଟିଭିରୁ ଯଦି ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସେ ତାହାଲେ ଉକ୍ତ ବାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।

Bhubaneswar Dance Bars In Bhubaneswar Dance Bar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ