ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖି ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ୍ କରିବାକୁ ଧମକ ଏବଂ ବ୍ଲାକମେଲିଂ ଅଭିଯୋଗ ମାମଲାରେ ଫସିଲେ ବ୍ରହ୍ମପୁର ଅବକାରୀ ବିଭାଗର ଜଣେ ASI। ତାଙ୍କ ନାଁ ସୁରେନ୍ଦ୍ର ପ୍ରଧାନ।
ସୁରେନ୍ଦ୍ର ପୂର୍ବରୁ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ASI ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଜଣେ ଯୁବତୀଙ୍କ ସହ ସୋସିଆଲ ମିଡ଼ିଆ ମାଧ୍ୟମରେ ଚିହ୍ନାଜଣା ହେବା ସହ ପ୍ରେମ ସମ୍ପର୍କ ରଖିଥିଲେ। ତାହାରି ଭିତରେ ଶାରୀରିକ ସଂପର୍କ ରଖି ଅନ୍ତରଙ୍ଗ ମୁହୂର୍ତ୍ତ ଫଟୋକୁ ଭାଇରାଲ କରିବାକୁ ଧମକ ଦେଉଥିଲେ।
ଏପରିକି ୪୦ ହଜାର ଟଙ୍କା ବି ନେଇଯାଇଥିଲେ। ଏନେଇ ସଂପୃକ୍ତ ଯୁବତୀ ଜଣଙ୍କ ସାଇବର୍ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆଠମଲ୍ଲିକ ଅଞ୍ଚଳରେ ଡ୍ୟୁଟିରତ ASI ସୁରେନ୍ଦ୍ର ପ୍ରଧାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।...
ଯୁବତୀଙ୍କୁ ବ୍ଲାକମେଲିଂ: ଅବକାରୀ ASI ଗିରଫ
ଯୁବତୀଙ୍କୁ ବ୍ଲାକମେଲିଂ ଅଭିଯୋଗ ମାମଲାରେ ଅବକାରୀ ASI ଗିରଫ
ଅନ୍ତରଙ୍ଗ ମୁହୁର୍ତ୍ତର ଫଟୋ ଭାଇରାଲ୍ କରିବାକୁ ଦେଉଥିଲେ ଧମକ
୪୦ ହଜାର ଟଙ୍କା ନେଇ ବ୍ଲାକମେଲିଂ କରିଥିବା ଅଭିଯୋଗ
ଆଠମଲ୍ଲିକ ଅଞ୍ଚଳରେ ଡ୍ୟୁଟିରତ ASI ସୁରେନ୍ଦ୍ର ପ୍ରଧାନ ଗିରଫ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us