Advertisment

Drunk Son Sets His Mother On Fire: ମାଆ ଦେଲାନି ଟଙ୍କା, ଜାଳିଦେଲା ପୁଅ

ଯେଉଁ ପୁଅକୁ ଦିନେ ଜନ୍ମ ଦେଇଥିଲା । କୋଳେଇ କାଖେଇ ବଡ଼ କରିଥିଲା । ଶେଷରେ ସେଇ ପୁଅ ମଲା ପରେ ମୁହଁରେ ନିଆଁ ଦେବ କ’ଣ । ବଞ୍ଚି ଥାଉଥାଉ ଜାଳିକି ମାରିଦେଲା । ଏଭଳି ଘଟଣା ଘଟିଛି  ତିହିଡି ଥାନା ଅଧିନ ଵିଲଣା ପଞ୍ଚାୟତ ଗଳଗଣ୍ଡପୁର ଗାଁରେ ।

Bhadrak-Mada-Pain-Maaku-Jalidela

Bhadrak-Mada-Pain-Maaku-Jalidela Photograph: (OTV)

Advertisment

ବୋଉ ଏ ବୋଉ ଟଙ୍କା ଦେଲୁ... ଟଙ୍କା କ’ଣ କରିବୁ... ତତେ କହିଲି ପା’ ଦେ... କ’ଣ ଟଙ୍କା ନେଇ ମଦ ପିଇବୁ... ହଁ କ’ଣ ହେଇଗଲା ସେଇଠୁ... ତତେ କହିଲି ଟଙ୍କା ଦେ, ତୁ ଦବୁ ବହୁତ ଗପୁଛୁ ବୁଝିଲୁ... ନା ମୋ ପାଖରେ ଟଙ୍କା ନାହିଁ, ପେଟେ ମଦ ପିଇଛୁ ଆହୁରି ଟଙ୍କା ମାଗୁଛୁ । ଟଙ୍କା ନାହିଁ ଯଦି ତୁ ମରିଯା, ସବୁବେଳେ ରାଉରାଉ ହେଉଛୁ, ଆଜି ତତେ ଜାଳିକି ମାରିବି ତା’ ପରେ ପେଟେ ମଦ ପିଇବି । 

Advertisment

ନିଶାସକ୍ତ ଅବସ୍ଥାରେ ଏମିତି ମା’କୁ ଟଙ୍କା ମାଗିଥିଲା ପୁଅ । ଆଉ ମା’ ଟଙ୍କା ନଦେବାକୁ ମା’କୁ ଜାଳି ମାରିଦେଇଥିବା ଅଭିଯୋଗ ଆସିଛି । ଶେଷରେ ଜଳି ଜିଳି ମା’ଟା ଆଖିବୁଜିଛି । ଯେଉଁ ପୁଅକୁ ଦିନେ ଜନ୍ମ ଦେଇଥିଲା । କୋଳେଇ କାଖେଇ ବଡ଼ କରିଥିଲା । ଶେଷରେ ସେଇ ପୁଅ ମଲା ପରେ ମୁହଁରେ ନିଆଁ ଦେବ କ’ଣ । ବଞ୍ଚି ଥାଉଥାଉ ଜାଳିକି ମାରିଦେଲା । ଏଭଳି ଘଟଣା ଘଟିଛି  ତିହିଡି ଥାନା ଅଧିନ ଵିଲଣା ପଞ୍ଚାୟତ ଗଳଗଣ୍ଡପୁର ଗାଁରେ । ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ।



ପ୍ରତ୍ୟେକ ଦିନ ପୁଅ ଵଳିଆ ନିଶା କରି ମାଆକୁ ଗାଳିଗୁଲଜ କରେ । ଆଜି ସକାଳୁ ୬୦ ବର୍ଷିୟ ମାଆ ଜ୍ୟୋତ୍ସ୍ନା ନାୟକଙ୍କୁ ମଦ ପାଇଁ ଟଙ୍କା ମାଗିଥିଲା ବଳିଆ । ହେଲେ ମାଆ ଟଙ୍କା ନ ଦେବାରୁ ନିସ୍ତୁକ ମାଡ଼ ମାରିଥିଲା । ପରେ ନିଶାସକ୍ତ ଅବସ୍ଥାରେ ମାର ଦେହରେ କିରୋସିନି ଢାଳି ନିଆଁ ଲଗାଇଥିଲା ବୋଲି ଅଭିଯୋଗ ହୋଇଛି । ନିଆଁ ଲାଗିଯିବାରୁ ମାଆର ଚିତ୍କାର ଶୁଣି ଗାଁ ଲୋକ ଦୌଡ଼ି ଆସିଥିଲେ । ପରେ ତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ନେଇଥିଲା । ହେଲେ ସେଠାରେ ମା’ ଜ୍ୟୋତ୍ସ୍ନା ନାୟକଙ୍କ ମୃତ୍ୟୁ ହୋଇଛି । ଆଉ ଅଭିଯୁକ୍ତ ପୁଅ ଫେରାର ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ