BABA SCANDAL Photograph: (OTV)
ରାଜଧାନୀର ଯୌନପିପାସୁ ବାବାଙ୍କ କେଳେଙ୍କାରୀକୁ ନେଇ ଚାରିଆଡେ ହଇଚଇ । ଆର୍ଥିକ ପଛୁଆ ବର୍ଗର ମହିଳାଙ୍କୁ ଆଣି ପାଠ ପଢାଇବା ଆଳରେ ବାବା କେମିତି ଯୌନ ଶୋଷଣ (Sexually Harassed) କରୁଥିଲେ ତାହାର ପୋଲ୍ ଖୋଲିଛି । ବାବାଙ୍କ ପୋଲ ଖୋଲିବା ପରେ ପୁଣି ଥରେ ଅନେକ ପ୍ରଶ୍ନ ଠିଆ ହୋଇଛି ।
ଆଶ୍ରମରେ ଚାଲିଥିଲା ଯୌନଶୋଷଣ...
ଦିଲ୍ଲୀ ବସନ୍ତକୁଞ୍ଜ ଅଞ୍ଚଳରେ ଥିବା ଏକ ଜଣାଶୁଣା ଆଶ୍ରମର ବାବାଙ୍କ ନାଁରେ ଆସିଛି ଏହି ସାଂଘାତିକ ଅଭିଯୋଗ । ଜଣେ କି ଦି'ଜଣ ନୁହେଁ, ୧୭ ଜଣ ମହିଳା ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ । ଏହି ମହିଳାମାନେ EWS ସ୍କଲାରସିପ୍ରେ ଆଶ୍ରମ କଲେଜରେ ମ୍ୟାନେଜମେଣ୍ଟ କୋର୍ସ କରୁଥିଲେ । ହେଲେ ସେଠି ପାଠପଢା ଆଳରେ ଦିଆଯାଉଥିଲା ଯୌନ ନିର୍ଯାତନା ।
ସାଧୁ ବେଶରେ ବାବା କରୁଥିଲେ ପାପ...
ଆଶ୍ରମ କଲେଜର ଡାଇରେକ୍ଟର ଥିଲେ ବାବା ଚୈତନ୍ୟାନନ୍ଦ ଓରଫ୍ ପାର୍ଥ ସାରଥୀ । କଲେଜ ୱାଡେନ ଛାତ୍ରୀମାନଙ୍କୁ ବାବାଙ୍କ ପାଖକୁ ପଠାଉଥିଲେ । ବାବା ଛାତ୍ରୀଙ୍କ ସହ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ । ଆଉ ଏଇ କାମରେ ବାବାଙ୍କୁ ସାହାଯ୍ୟ କରୁଥିଲେ କଲେଜ ଆଡମିନିଷ୍ଟ୍ରେସନ । ବାବାଙ୍କ ଯୌନବାସନା ପୂରା କରିବାକୁ ଛାତ୍ରୀଙ୍କୁ ଚାପ ପକାଉଥିଲେ । ଏନେଇ ମାମଲା ରୁଜୁ ହେବା ପରେ ଫେରାର୍ ହୋଇଯାଇଛନ୍ତି ବାବା ।
କେବଳ ଏତିକି ନୁହେଁ, ଏଇ ରଙ୍ଗିଲା ବାବାଙ୍କ ସଉକ ଥିଲା ଦାମୀ ଗାଡି । ବାବା ଦାମୀ ଭୋଲବୋ କାର୍ ଚଢୁଥିଲେ । ସେଥିରେ ଫର୍ଜି ଏମ୍ବାସି ବା UN ନମ୍ବର ପ୍ଲେଟ ଲଗାଇ ବୁଲିଥିଲେ । ଏହି ଗାଡିକୁ ବି ଜବତ କରିଛି ପୋଲିସ । ବର୍ତ୍ତମାନ ଅଭିଯୁକ୍ତ ବାବାଙ୍କୁ ଧରିବାକୁ ଖୋଜାଖୋଜି ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/24/baba-scandal-2025-09-24-16-05-06.jpg)