Advertisment

Dangerous Doctor: ଡାକ୍ତର କରୁଥିଲେ ଡ୍ରଗ୍ସ ବେପାର , ଛାତ୍ରଙ୍କୁ ଯୋଗାଉଥିଲେ ହାଇବ୍ରିଡ୍ ଗଞ୍ଜେଇ

ପୋଲିସ ଛାତ୍ରମାନଙ୍କ ସମ୍ପର୍କରେ ଆହୁରି ସୂଚନା ଦେଇ କହିଛି, ଅଭିନାଶ ଜଣେ ଆଇଟି କର୍ମଚାରୀ ।  ଏବଂ ଅସୀମ, ଅଜିତ ଏବଂ ଆନ୍ସିଆଙ୍କ ନାଁରେ ପୂର୍ବରୁ ଅନେକ ନିଶା ଦ୍ରବ୍ୟ ମାମଲାରେ ରହିଛି ।

Dangerous Doctor

Dangerous Doctor Photograph: (OTV)

Advertisment

ଡାକ୍ତର କରୁଥିଲେ ଡ୍ରଗ୍ସ ବେପାର । ଛାତ୍ରଙ୍କୁ ଯୋଗାଉଥିଲେ ହାଇବ୍ରିଡ୍ ଗଞ୍ଜେଇ । ଚାଲିଥିଲା ନିଶା ବେପାରର ବଡ଼ ସାମ୍ରାଜ୍ୟ । ଏହି ଖବର ପୋଲିସ ନିକଟରେ ପହଞ୍ଚିବା ପରେ ଜଣେ ଡେଣ୍ଟାଲ ଡାକ୍ତରଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି ।  କେରଳର ଥିରୁବନନ୍ତପୁରମରୁ ଏପରି ଘଟଣା ସାମ୍ନାକୁ ଆସିଥିବା ବେଳେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ପୋଲିସର ସୂଚନା ଅନୁସାରେ, ଗିରଫ ହୋଇଥିବା ଡାକ୍ତର ଭିଗ୍ନେଶ ଦାଥାନ ଜଣେ ଦନ୍ତରୋଗ ଚିକିତ୍ସକ । ସେ ୬ଜଣ BDS ଛାତ୍ରଙ୍କ ସହ ମିଶି ଡ୍ରଗ୍ସ କାରବାର କରୁଥିଲେ । ଗିରଫ ସମସ୍ତ ଛାତ୍ର ହେଲେ, ହଲିନା, ଅସୀମ, ଅଭିନାଶ, ଅଜିତ, ଆନ୍ସିଆ ଏବଂ ହରିଶ । ଏମାନେ Bachelor of Dental Surgery ପାଠ ପଢ଼ିବା ସହିତ ନିଶା କାରବାର କରୁଥିଲେ । ଆଉ ସେଥିରୁ ଭଲ ଟଙ୍କା ବି ରୋଜଗାର କରୁଥିଲେ ।

Advertisment

ପୋଲିସ ଛାତ୍ରମାନଙ୍କ ସମ୍ପର୍କରେ ଆହୁରି ସୂଚନା ଦେଇ କହିଛି, ଅଭିନାଶ ଜଣେ ଆଇଟି କର୍ମଚାରୀ ।  ଏବଂ ଅସୀମ, ଅଜିତ ଏବଂ ଆନ୍ସିଆଙ୍କ ନାଁରେ ପୂର୍ବରୁ ଅନେକ ନିଶା ଦ୍ରବ୍ୟ ମାମଲାରେ ରହିଛି । ତିରୁବନନ୍ତପୁରମର ଆଟିଙ୍ଗଲ ଏବଂ ନେଦୁମଙ୍ଗଡ ଅଞ୍ଚଳରେ ଏହି ଘଟଣା ଘଟିଛି । ନାର୍କୋଟିକ୍ସ ସ୍ପେଶାଲ ଆକ୍ସନ ଫୋର୍ସ ଦ୍ବାରା ଏକ ମିଳିତ ଅଭିଯାନ କରାଯାଇ ଏକ ଭଡ଼ା ଘରୁ ଅନେକ ନଶାଦ୍ରବ୍ୟ ଜବତ କରାଯାଇଛି । 

ପୋଲିସ କହିଛି ଯେ, ହାଇବ୍ରିଡ୍ ଗଞ୍ଜେଇ ପ୍ରତି ଗ୍ରାମ ୩,୦୦୦ ଟଙ୍କାରେ ବିକ୍ରି ହେଉଛି । ତା’ ସହ ଦୁଇଟି କାର, ଦୁଇଟି ବାଇକ୍ ଏବଂ ଦଶଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ ହୋଇଛି । ତଦନ୍ତ ଅଧିକାରୀଙ୍କ କହିବା କଥା, ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଅଭିଯୁକ୍ତମାନଙ୍କୁ କନିଆପୁରମ୍ ଥୋପିଲ୍ ଅଞ୍ଚଳର ଏକ ଭଡା ଘରୁ ଅଟକ ରଖାଯାଇଥିଲା । ଏହି ଗୋଷ୍ଠୀ ବେଙ୍ଗାଲୁରୁରୁ ନିଶାଦ୍ରବ୍ୟ ଏବଂ ଅନ୍ୟାନ୍ୟ ପଦାର୍ଥ ବିଭିନ୍ନ ସ୍ଥାନକୁ ପଠାଉଥିଲେ । ଆଉ ସେ ସବୁକୁ ଛାତ୍ର ଏବଂ ଡାକ୍ତରମାନଙ୍କୁ ଯୋଗାଇ ଦିଆଯାଉଥିଲା ବୋଲି କୁହାଯାଇଛି ।

Advertisment

ପୂର୍ବରୁ ଏହିପରି ଅନ୍ୟ ଏକ ଗୋଷ୍ଠୀ ପ୍ଲାନ୍ କରି ପୋଲିସ କାରକୁ ଧକ୍କା ଦେଇ ଖସିଯାଇଥିଲା । ପରେ ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଥିଲା । ଆଉ ଏବେ ଡେଣ୍ଟାଲ ଡାକ୍ତରଙ୍କ ସହ ୭ଜଣଙ୍କୁ ପୋଲିସ ଗିରଫ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ