Car Stunt Photograph: (OTV)
ମହଙ୍ଗା ପଡ଼ିଲା କାରରେ ମସ୍ତି। ରାଜରାସ୍ତା ଉପରେ ବିପଦଜନକ ଭାବେ କାର ଚାଳନା। କାର ଉପରେ ବସି ପଛକୁ ପଛୁ ଫିଲ୍ମ ଷ୍ଟାଇଲରେ ଗାଡ଼ି ଚାଳନା କରୁଥିଲେ ଯୁବକ। ବୁର୍ଲା ପୋଲିସ ୨ଟି କାରକୁ ଜବତ କରିଛି। ଏଥିସହ କାର ଚାଳକ ଓ ସହଯୋଗୀଙ୍କୁ ଅଟକ ରଖିଛି ପୋଲିସ।
ଗାଡି ଚାଳନାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା। ହୀରାକୁଦ ଡ୍ୟାମର ଦକ୍ଷିଣ ଡାଇକରେ ସେମାନେ କାର ଷ୍ଟଣ୍ଟ କରୁଥିଲେ। ଫିଲ୍ମ ଷ୍ଟାଇଲରେ କେହି ଚଳନ୍ତା କାରର ଛାତ ଉପରେ ବସି କେହି କେହି ସିଗାରେଟ ଧୂଆଁ ଛାଡ଼ୁଥିଲେ ତ ଆଉ କିଏ କାର ଉପରେ ବିଭିନ୍ନ ଅଙ୍ଗଭଙ୍ଗୀ କରୁଥିଲେ।
କାର ଗୁଡ଼ିକ କେତେବେଳେ ସିଧା ତ ଆଉ କେତେବେଳେ ଅଙ୍କେଇ ବଙ୍କେଇ ଚଳାଉଥିଲେ। ଫଳରେ ରାସ୍ତାରେ ଅନ୍ୟଯାତ୍ରୀମାନେ ବଡ ଅସୁବିଧାର ସମ୍ମୁଖୀନ ହେଉଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/07/car-stunt-2026-02-07-10-12-57.jpg)