Advertisment

₹50 Lakh Online Fraud: କୋଲକାତାରୁ ଗିରଫ ହେଲା ସାଇବର ଠକ, ଓଡ଼ିଶାରୁ ବରିଷ୍ଠ ନାଗରିକଙ୍କ ଠାରୁ ଠକିଛି ୫୦ ଲକ୍ଷ

ହ୍ବାଟସଆପ ଗ୍ରୁପରେ ଆକାଉଣ୍ଟ୍ ଖୋଲି ଇନଭେଷ୍ଟ କରିବା ନାଁରେ  ୫୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଜଣେ ଗିରଫ । କୋଲକାତାରୁ ବନ୍ଧା ହେଲା ସାଇବର ଠକ ଅରବିନ୍ଦ ପାଲ । ଭୁବନେଶ୍ୱର ସାଇବର ଥାନା ପୋଲିସ ତାକୁ ଗିରଫ କରିଛି ।

Cyber_Fraud

Cyber_Fraud Photograph: (OTV)

Advertisment

ହ୍ବାଟସଆପ ଗ୍ରୁପରେ ଆକାଉଣ୍ଟ୍ ଖୋଲି ଇନଭେଷ୍ଟ କରିବା ନାଁରେ  ୫୦ ଲକ୍ଷ ଟଙ୍କା ଠକେଇ ମାମଲାରେ ଜଣେ ଗିରଫ । କୋଲକାତାରୁ ବନ୍ଧା ହେଲା ସାଇବର ଠକ ଅରବିନ୍ଦ ପାଲ । ଭୁବନେଶ୍ୱର ସାଇବର ଥାନା ପୋଲିସ ତାକୁ ଗିରଫ କରିଛି । 

Advertisment

ହ୍ବାଟସଆପରେ ଲୋଭନୀୟ ଅଫର ଦେଇ ସାଇବର ଠକ ଲୋକଙ୍କୁ କରୁଥିଲା ଟାର୍ଗେଟ । ଭୁବନେଶ୍ବର ତମାଣ୍ଡୋ ଅଞ୍ଚଳରେ ଭାଗିରଥୀ ମହାନ୍ତଙ୍କୁ ଏଭଳି ଅଫର ଦେଇ ଲଗାଇ ଥିଲା ଚୂନ । ଅଭିଯୋଗ ପରେ ସାଇବର ପୋଲିସ ଆରମ୍ଭ କରିଥିଲା ତଦନ୍ତ I ଠକ ଜଣକ ଅବସର ପ୍ରାପ୍ତ ବରିଷ୍ଠ ନାଗରିକମାନଙ୍କୁ କରୁଥିଲା ଟାର୍ଗେଟ I ଅଭିଯୁକ୍ତ ଅରବିନ୍ଦ ପାଲ ଆକାଉଣ୍ଟକୁ ଯାଇଥିଲା ୧ ଲକ୍ଷ ୧ ହଜାର ୧ ଟଙ୍କା ଯାଇଛି । ଆଉ ୬ଟି ଆକାଉଣ୍ଟକୁ ବି ଯାଇଛି ଟଙ୍କା I

ଠକ  ଗ୍ରୁପରେ ଆଡ ହୋଇଗଲେ ବିଭିନ୍ନ ଲୋଭନୀୟ ସ୍କିମର ବିଜ୍ଞାପନ ମାଧ୍ୟମରେ ଫସାଉଥିଲା ସାଇବର ଠକ I ସେହି ହ୍ବାଟସଆପ୍ ଟ୍ରେଡିଂ ରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯାଇଛି ପୋଲିସ ଟିମ୍ । 

Advertisment

ଅଭିଯୁକ୍ତ ଜଣକ ନିଜକୁ SMC SIT Group ର Coordinator ବୋଲି ପରିଚୟ ଦେଇ ମୋବାଇଲ୍ ଫୋନ୍ ନମ୍ବର ମାଧ୍ୟମରେ ଯୋଗାଯୋଗ କରିଥିଲା ।
 ଅଧିକ ଲାଭ ମିଳିବାର ପ୍ରଲୋଭନ ଦେଇ ବିନିଯୋଗ ପାଇଁ ଇନଭାଇଟ୍ କରିଥିଲା। ଅଭିଯୁକ୍ତ ସାଇବର ଠକମାନେ ଅଧିକ ଲାଭ ମିଳିବ ବୋଲି କହି ଲୋକଙ୍କୁ ବିଭିନ୍ନ କମ୍ପାନୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବାକୁ କହିଥିଲେ ।

ସେହି କମ୍ପାନୀଗୁଡ଼ିକର ବାସ୍ତବରେ ଅସ୍ତିତ୍ୱ ନଥିଲା। ଅଭିଯୁକ୍ତ ଦ୍ୱାରା ଦିଆଯାଇଥିବା ଆକାଉଣ୍ଟ ନମ୍ବରଗୁଡ଼ିକ କୌଣସି ବଡ଼ କମ୍ପାନୀର ନୁହେଁ, ବରଂ ସେଗୁଡ଼ିକ ସାଇବର ଠକମାନଙ୍କର ନିଜସ୍ୱ ବ୍ୟାଙ୍କ ଆକାଉଣ୍ଟ ଥିଲା । ଏମିତି ସେମାନେ ପ୍ରତିଦିନ ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଥିଲେ ବୋଲି ସାଇବର ଏସିପି ସୂଚିସ୍ମିତା ଦାସ  କହିଛନ୍ତି । 

Advertisment

Arrest Cyber Fraudster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ