Murder Photograph: (OTV)
ଥଟ୍ଟାମଜାରୁ ଗୁଳି ମାରିଦେଲେ । କଟକ ରିଙ୍କୁ ଜେନା ହତ୍ୟା ଘଟଣାର ପର୍ଦ୍ଦାଫାସ୍ କରି ଏଭଳି ସୂଚନା ଦେଇଛନ୍ତି କଟକ ଡିସିପି। ହତ୍ୟା ମାମଲାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଡିସିପିଙ୍କ ସୂଚନା ଅନୁସାରେ, ଥଟାମଜା ଓ ପରେ ଆରୋପ ପ୍ରତ୍ୟାରୋପରୁ ଗୁଳିମାଡ଼ ହୋଇଥିଲା।
ଗୁଳିକାଣ୍ଡ ପରେ ତୁରନ୍ତ ରିଙ୍କୁଙ୍କୁ ହସ୍ପିଟାଲ୍ ନିଆଯାଇ ନଥିଲା। ଜଣଙ୍କ ମୁଣ୍ଡରେ କିପରି ଦୋଷ ଲଦି ସମସ୍ତେ ଖସିଯିବେ ସେ ନେଇ ଯୋଜନା କରିଥିଲେ । ଠିକ୍ ସମୟରେ ରିଙ୍କୁଙ୍କୁ ହସପିଟାଲ ନନେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ହୁକୁ ଓରଫ୍ ଉତ୍କଳ କେଶରୀ ପଶାୟତ ରିଙ୍କଙ୍କୁ ଗୁଳି ଚଳାଇଥିବାବେଳେ ନାଣ୍ଡୁ ଓରଫ୍ ଅଭିଜିତ ମହାନ୍ତି ବନ୍ଧୁକ ଆଣିଥିଲା।
ନାଣ୍ଡୁ ଭୁବନେଶ୍ବରର ଏକ ମାମଲାରେ ମଧ୍ୟ ୱାଣ୍ଟେଡ୍ ଥିଲା । ସମସ୍ତେ ନିଶାଗ୍ରସ୍ତ ଅବସ୍ଥାରେ ରିଙ୍କୁଙ୍କୁ ହତ୍ୟା କରିଥିବାବେଳେ ଏହି ସମୟର ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସର ହସ୍ତଗତ ହୋଇଛି ।
ଥଟାମଜାରୁ ଗୁଳି ମାରିଦେଲେ
କଟକ ରିଙ୍କୁ ଜେନା ହତ୍ୟା ଘଟଣାର ପର୍ଦ୍ଦାଫାସ୍
ହତ୍ୟା ଘଟଣାରେ ସମସ୍ତ ୫ ଅଭିଯୁକ୍ତ ଗିରଫ
ଥଟ୍ଟାମଜା ଓ ପରେ ଆରୋପ ପ୍ରତ୍ୟାରୋପରୁ ହୋଇଥିଲା ଗୁଳିମାଡ଼
ଗୁଳିକାଣ୍ଡ ପରେ ତୁରନ୍ତ ରିଙ୍କୁଙ୍କୁ ହସ୍ପିଟାଲ୍ ନିଆଯାଇ ନଥିଲା
ଜଣଙ୍କ ମୁଣ୍ଡରେ ଦୋଷ ଲଦି ଅନ୍ୟମାନେ ଖସିବାକୁ ଯୋଜନା କରିଥିଲେ
ଭୁକୁ ଓରଫ୍ ଉତ୍କଳ କେଶରୀ ପଶୟାତ ଗୁଳି ଚଳାଇଥିଲା
ନାଣ୍ଡୁ ଓରଫ୍ ଅଭିଜିତ ମହାନ୍ତି ଘରୁ ଯାଇ ବନ୍ଧୁକ ଆଣିଥିଲା
ନାଣ୍ଡୁ ଭୁବନେଶ୍ବରର ଏକ ମାମଲାରେ ମଧ୍ୟ ୱାଣ୍ଟେଡ୍ ଥିଲା
ସମସ୍ତେ ନିଶା ସେବନ କରିଥିଲେ, ସିସିଟିଭି ଫୁଟେଜ୍ ମିଳିଛି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/20/murder-2026-02-20-14-32-24.jpg)