MUNA-MOHANTY-GIRAF Photograph: (OTV)
ମୁନା ମହାନ୍ତି ଗିରଫ । ପୋଲିସ୍ SI ପରୀକ୍ଷା କେଳେଙ୍କାରୀର ଦଲାଲ ମୁନା ମହାନ୍ତି । ଦଶପଲ୍ଲା ନିକଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ । ମୁନାର ଘନିଷ୍ଠ ସହଯୋଗୀ ସୁକାନ୍ତ ମହାରଣା ଓରଫ୍ ରିଙ୍କୁ ବି ଗିରଫ ।
ମୁନା ମହାନ୍ତିର କଳା ସାମ୍ରାଜ୍ୟର କାହାଣୀ ନୟାଗଡ଼ ଯାଏଁ ଲମ୍ବିଛି। ସ୍କାମ ଟଙ୍କାରେ କିଣା ହେଇଥିବା ଚୋରା ବାଲି ଚାଲାଣ ଟିପର୍ ଏବେ ଅନେକ ତଥ୍ୟ ଦେଇଛି। ବ୍ରହ୍ମପୁର କୋର୍ଟରେ ଥିବା ମାମଲା ଏବେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଯାଇଛି। ଗିରଫ ୧୧୯ ଜଣଙ୍କ ମଧ୍ୟରୁ ୧୧୩ ଜଣ ଜାମିନ୍ ଆବେଦନ କରିଛନ୍ତି।
ଆଜି ଶୁଣାଣୀରେ ମାମଲାର କେସଡାଏରୀ ଓ ସମସ୍ତ ଦସ୍ତାବିଜ ଦାଖଲ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ହେଲେ ଠକେଇ ଶିକାର କିମ୍ବା ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ଅସଲ ସତ ଖୋଲିବ କେମିତି ତାହା ଏବେ ବଡ଼ ପ୍ରଶ୍ନ। ପୋଲିସ୍ SI ପରୀକ୍ଷାରେ ମହାଜାଲିଆତି ମାମଲାରେ ଯେତେ ଖୋଳିଲେ ସେତେ ବାହାରୁଛି।
ଦଲାଲଙ୍କ କଳା ସାମ୍ରାଜ୍ୟର କଳା କାହାଣୀ ଫିଟିବାରେ ଲାଗିଛି। ସାମ୍ନାକୁ ଆସିଛି ଦଲାଲ ମୁନା ମହାନ୍ତିର ଲକ୍ଷାଧିକ ଟଙ୍କାର ଚୋରା ବାଲି ଚାଲାଣ ସାମ୍ରାଜ୍ୟ। ନୟାଗଡ଼ ଦଶପଲ୍ଲାର ଏକ ପେଟ୍ରୋଲ ପମ୍ପରେ ଛିଡା ହୋଇଥିବା ଦୁଇ ବ୍ରାଣ୍ଡ୍ ନ୍ୟୁ ଟିପର୍ ମୁନାର। ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ସାମ୍ନାକୁ ଆସିବା ଦିନଠାରୁ ଏହି ଗାଡ଼ି ଏମିତି ଥୁଆ ହୋଇଛି।
ଗୋଟିଏ ଗତ ୪ ମାସ ହେବ କିଣା ହୋଇଥିବା ବେଳେ ଆଉ ଗୋଟିଏ ବର୍ଷେ ହେବ କିଣା ହୋଇଛି। ଦୁଇଟି ଯାକ ଟିପର ମୁନା ମହାନ୍ତିର ହୋଇଥିବା ବେଳେ ଏଥିରେ କୁଆଡ଼େ ଚୋରା ବାଲି ଚାଲାଣ କାରବାର କରୁଥିଲେ ମୁନା ମହାନ୍ତିର ବେଶ୍ ନିକଟତର ସୁକାନ୍ତ ମହାରଣା ଓରଫ ରିଙ୍କୁ । ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀରେ ମିଳିଥିବା ଟଙ୍କାରେ ଏହି ଟିପର କିଣା ହୋଇଥିବା ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/16/muna-mohanty-giraf-2025-10-16-21-52-24.jpg)