Advertisment

Pitabas Panda Murder Case Turns Turbulent: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା, ପିଣ୍ଟୁଙ୍କୁ ସ୍ଥାନାନ୍ତର ନିଷ୍ପତ୍ତିକୁ ପତ୍ନୀଙ୍କ ବିରୋଧ

ଆଜିକୁ ୩ ଦିନ ହେଲା। ଅଲଗା ଅଲଗା ସେଲରେ ରହୁଛନ୍ତି ବିକ୍ରମ ଏବଂ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ। ଏହି ୧୩ ଜଣଙ୍କ ମଧ୍ୟରୁ କିନ୍ତୁ ଚର୍ଚ୍ଚାରେ ପିଣ୍ଟୁ ଦାସ। କାରଣ ଏକାଧିକ ଅପରାଧରେ ସଂପୃକ୍ତ ପିଣ୍ଟୁଙ୍କ ବିରୋଧୀ କ୍ରିମିନାଲ୍ ବି ରହିଛନ୍ତି ସେହି ଜେଲରେ।

PITABAS-MURDER

PITABAS-MURDER Photograph: (OTV)

Advertisment

କୁଆଡ଼େ ଗଲା ପୀତବାସ ହତ୍ୟାକାରୀ କୁରୁପତି ଭୂୟାଁ ? ସୁଟରଙ୍କ ସହ ୫୦ ଲକ୍ଷ ଡିଲ୍ କରିଥିବା ଉମା ବିଷୋୟୀ ଏବେ କେଉଁଠି ? ହତ୍ୟାକାଣ୍ଡକୁ ୨୦ ଦିନ ଓ ଷଡ଼ଯନ୍ତ୍ରକାରୀ ବନ୍ଧା ହେବାର ୪ ଦିନ ପରେ ବି ଲାପତ୍ତା ୨ ଦୁର୍ଦ୍ଦାନ୍ତ। ଆଜି କିଲର୍ କୁରୁପତିର ଚେହେରା ସାମ୍ନାକୁ ଆସିଥିବା ବେଳେ ତେଣେ ଗିରଫ ପିଣ୍ଟୁ ଦାସଙ୍କ ସୁରକ୍ଷାକୁ ନେଇ ବଢ଼ିଛି ଚର୍ଚ୍ଚା। ବ୍ରହ୍ମପୁର ଜେଲରୁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନିଷ୍ପତ୍ତି ନେଇଛନ୍ତି କୋର୍ଟ। କାରଣ ପିଣ୍ଟୁ ରହୁଥିବା ଜେଲରେ ରହୁଛନ୍ତି ତା’ବିରୋଧୀ ଗୋଷ୍ଠୀ ତଥା ହାର୍ଡକୋର୍ କ୍ରିମିନାଲ୍। କିନ୍ତୁ ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରୁଛନ୍ତି ତାଙ୍କ ପତ୍ନୀ। ଏଭଳି ସ୍ଥିତିରେ ପିଣ୍ଟୁ ଦାସ ରହିବେ କେଉଁଠି, ଦେଖାଦେଇଛି ନୂଆ ଟେନସନ୍।

Advertisment

ଅକଟୋବର ୬ରେ ହତ୍ୟା....ଅକଟୋବର ୨୨ରେ ୧୨ ଷଡ଼ଯନ୍ତ୍ରକାରୀ ଗିରଫ...ହେଲେ ଯିଏ ନିଜ ହାତରେ ଅନଜାମ୍ ଦେଇଥିଲା ଅପରାଧକୁ, ଷଡ଼ଯନ୍ତ୍ରକାରୀଙ୍କ ସହ ୫୦ ଲକ୍ଷର ଡିଲ୍ କରି ଯିଏ ରଚିଥିଲା ମର୍ଡରପ୍ଲଟ୍, ସେମାନେ କିନ୍ତୁ ଏବେ ବି ସୀମାପାର୍। ଆଜି ସାମ୍ନାକୁ ଆସିଛି ସେହି ଖୁନୀର ଚେହେରା। ସାର୍ପସୁଟର୍ କୁରୁପତି ଭୂୟାଁ। ଯିଏ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ନମସ୍କାର କରି ନାଁ ପଚାରି ଗୁଳି କରିଦେଲା ପଏଣ୍ଟ ବ୍ଲାଙ୍କରେ। ଯାହାର ଘର ଦିଗପହଣ୍ଡି ଥାନା ବନ୍ଥପଲ୍ଲୀରେ।

ବୟସ କହିଲେ ୩୫ ବର୍ଷ। ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଅଛି ୮ରୁ ଅଧିକ ମାମଲା। ତା’ଭିତରେ ଗତ ୨ ବର୍ଷ ମଧ୍ୟରେ ଦିଗପହଣ୍ଡି ଥାନାରେ ରହିଛି ୪ଟି ମାମଲା। ଆଉ ଏବେ ଉମା ବିଷୋୟୀ ଠାରୁ ସୁପାରୀ ନେଇ ବ୍ରହ୍ମପୁର ସହର ମଝିରେ ପୀତବାସଙ୍କୁ ହତ୍ୟା ପରଠୁ ଖସିଯାଇଛି ଅଜଣା ଇଲାକାକୁ। କେବଳ ସେ ନୁହେଁ, ଏବେ ବି ଉମା ବିଷୋୟୀର ମିଳିନି ପତ୍ତା। ଉଭୟଙ୍କୁ ଧରିବା ପାଇଁ ରାଜ୍ୟ ବାହାରେ ଏବଂ ରାଜ୍ୟ ଭିତରେ ୨ଟି ଲେଖାଏଁ ଟିମ୍ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ୍। 

Advertisment

ପୀତବାସ ହତ୍ୟା ମାମଲାରେ ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହ ଗିରଫ ହୋଇ ଜେଲରେ ଅଛନ୍ତି ମୋଟ୍ ୧୩ ଜଣ।
ଆଜିକୁ ୩ ଦିନ ହେଲା। ଅଲଗା ଅଲଗା ସେଲରେ ରହୁଛନ୍ତି ବିକ୍ରମ ଏବଂ ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ। ଏହି ୧୩ ଜଣଙ୍କ ମଧ୍ୟରୁ କିନ୍ତୁ ଚର୍ଚ୍ଚାରେ ପିଣ୍ଟୁ ଦାସ। କାରଣ ଏକାଧିକ ଅପରାଧରେ ସଂପୃକ୍ତ ପିଣ୍ଟୁଙ୍କ ବିରୋଧୀ କ୍ରିମିନାଲ୍ ବି ରହିଛନ୍ତି ସେହି ଜେଲରେ। ୨୦୧୩, ଜାନୁୟାରୀ ୨୯। ପିଣ୍ଟୁ ଦାସଙ୍କ ସହଯୋଗୀ ଶାନ୍ତି ମିଶ୍ରଙ୍କୁ କରାଯାଇଥିଲା ହତ୍ୟା। ଆଉ ଏହି ମାମଲାକୁ ଲଢ଼ୁଥିଲେ ସ୍ବର୍ଗତ ପୀତବାସ ପଣ୍ଡା।

ଏଥିରେ ୧୩ ଜଣଙ୍କୁ ଗିରଫ କରି ବ୍ରହ୍ମପୁର ସର୍କଲ ଜେଲକୁ ପଠାଇଥିଲା ପୋଲିସ। ତା’ମଧ୍ୟରୁ ଏବେ ୬ ଜଣ ଜାମିନରେ ବାହାରେ ଥିବାବେଳେ ଜେଲରେ ଅଛନ୍ତି ୭ ଜଣ। ସେହି ୭ ଜଣଙ୍କ ମଧ୍ୟରେ ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧୀ ରହିଛି ସତୀଶ ମିଶ୍ର ଓରଫ ମଉଜ। ଯିଏ ପୂର୍ବରୁ ପିଣ୍ଟୁ ଦାସଙ୍କ ଉପରକୁ ମଧ୍ୟ ଗୁଳିମାଡ଼ କରିଥିଲା। 

Advertisment

ତାଙ୍କ ସୁରକ୍ଷା ଦୃଷ୍ଟିରୁ ପିଣ୍ଟୁ ଦାସଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର ପାଇଁ ଜେଲ୍ ପକ୍ଷରୁ ହୋଇଥିବା ଆବେଦନ ପରେ SDJMଙ୍କ କୋର୍ଟ ସହମତି ପ୍ରକାଶ କରି ଅର୍ଡର ବି ଜାରି କରିଛନ୍ତି। କିନ୍ତୁ ପିଣ୍ଟୁ ଦାସଙ୍କ ପତ୍ନୀ ବିରୋଧ କରି ଦାଖଲ କରିଛନ୍ତି ଏକ ପିଟିସନ। ଦର୍ଶାଇଛନ୍ତି ପିଣ୍ଟୁ ଦାସଙ୍କ ଅନେକ ମାମଲା ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ କୋର୍ଟ ସମେତ ଅନ୍ୟାନ୍ୟ କୋର୍ଟରେ ବିଚାରାଧୀନ ରହିଛି।

ଏଥିପାଇଁ ତାଙ୍କୁ କୋର୍ଟକୁ ଦୌଡ଼ିବାକୁ ପଡୁଛି ବାରମ୍ବାର। ପିଣ୍ଟୁ ଦାସ ଜଣେ ଡାଇବେଟିସ ପେସେଣ୍ଟ ହୋଇଥିବାରୁ ନିୟମିତ ଡାକ୍ତରଙ୍କୁ ଦେଖାଇବାକୁ ପଡ଼ୁଛି। ତେଣୁ ଅନ୍ୟମାନଙ୍କୁ ବରଂ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ, ପିଣ୍ଟୁଙ୍କୁ ରଖାଯାଉ ବ୍ରହ୍ମପୁର ଜେଲରେ। 

ଅନ୍ୟ ୫ ସହଯୋଗୀ ସହ ମଉଜ ମିଶ୍ର ଅଲଗା ଅଲଗା ସେଲରେ ରହୁଥିବାବେଳେ ପିଣ୍ଟୁ ଦାସ ରହୁଛନ୍ତି ଆଉ ଏକ ସେଲରେ। ଅର୍ଥାତ ବ୍ରହ୍ମପୁର ସର୍କଲ ଜେଲ୍ ଏବେ ହାର୍ଡକୋର୍ କ୍ରିମିନାଲଙ୍କ କେନ୍ଦ୍ରସ୍ଥଳ। ଏଭଳି ସ୍ଥିତିରେ ପିଣ୍ଟୁ ଦାସଙ୍କ ସୁରକ୍ଷା ସହ କେଉଁଠି ରହିବେ ସେ, ତାକୁ ନେଇ ବଢ଼ିଛି ଚର୍ଚ୍ଚା। 

Pitabas Panda pitabas murder Pitabas Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ