Constable Suicide Photograph: (OTV)
ପୋଲିସ ରିଜର୍ଭ କ୍ୟାମ୍ପସରେ କନେଷ୍ଟବଳଙ୍କ ସନ୍ଦେହଜନକ ମୃତ୍ୟୁ। ନୟାଗଡ଼ ରିଜର୍ଭ ପୋଲିସ ବାରାକ ଛାତ ଉପରେ କନେଷ୍ଟବଳଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ କନେଷ୍ଟବଳ ଜଣକ ହେଲେ ସୁନୀଲ ସେଠୀ। ସୁନୀଲଙ୍କ ଘର ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବେରୁଆବାରୀ ଗାଁରେ।
୨୦୨୩ ବ୍ୟାଚରେ ପୋଲିସ କନଷ୍ଟେବଳ ଭାବେ ନିଯୁକ୍ତି ପାଇଥିଲେ। ଆଜି ସକାଳୁ ତାଙ୍କ ମୃତଦେହ ପୋଲିସ ବାରାକା ଛାତ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ତେବେ ପରିବାର ଲୋକେ କନେଷ୍ଟବଳ ସୁନୀଲଙ୍କୁ ନିର୍ଯାତନା ଦିଆଯାଉଥିଲା ବୋଲି ଅଭିଯୋଗ କରିଛନ୍ତି।
ପୁଅକୁ ମାନସିକ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ। ପୁଅର କିଛି ସମସ୍ୟା ନଥିଲା। ସିଏ କାହିଁକି ମରିବ, ତାକୁ ମାରି ଦିଆଯାଇଛି ବୋଲି କହିଛନ୍ତି ତାଙ୍କ ମାଆ। ଘଟଣାସ୍ଥଳରେ ନୟାଗଡ ଆରକ୍ଷୀ ଅଧିକାରୀ ଏସ ସୁଶ୍ରୀ, ଜିଲ୍ଲାପାଳ ମଧୁମିତା ରଥ ପହଂଚି ଘଟଣା ଅନୁଧ୍ୟାନ ସହ ତଦନ୍ତ ଚଲାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/05/constable-suicide-2026-02-05-12-22-33.jpg)