Advertisment

College Principal Arrested: ଦେଉଥିଲେ ଅଶ୍ଳୀଳ ମେସେଜ୍ , ବନ୍ଧା ହେଲେ ରସିକିଆ ଅଧ୍ୟକ୍ଷ

ରିପୋର୍ଟ ଅନୁସାରେ ମହାବିଦ୍ୟାଳୟରେ କିଛି ମାସ ତଳେ ରସାୟନ ବିଭାଗରେ ଅଧ୍ୟାପିକା ଜଣଙ୍କ ନିଯୁକ୍ତି ପାଇଥିଲେ।  ଅଧ୍ୟାପିକାଙ୍କୁ କଲେଜର ଅଧ୍ୟକ୍ଷ ବିଭିନ୍ନ ସମୟରେ ଫୋନ କରିବା ସହିତ ଖରାପ ମେସେଜ ଦେଉଥିଲେ।

Khordha-Principal-Arrested

Khordha-Principal-Arrested Photograph: (OTV)

Advertisment

ନାମ ନେଲେ ରସିକିଆ ଅଧ୍ୟକ୍ଷ । ଅଧ୍ୟାପିକାଙ୍କୁ କରୁଥିଲେ ପ୍ରେମ ନିବେଦନ । ଦେଉଥିଲେ ଅଶ୍ଳୀଳ ମେସେଜ୍ । ଅଭିଯୋଗ ପରେ ବାନ୍ଧିଲା ପୋଲିସ ।

Advertisment

 “ଟିକେ ଦେଖିବାକୁ ଚାହୁଁଛି। ଦେଖିଲେ ମନ ଭଲ ଲାଗିବ। ଟିକେ ଭିଡିଓ କଲ୍ କର।” ଅଧ୍ୟାପିକା ଜଣଙ୍କ କ୍ଲାସ ନେବାକୁ ଯାଉଥିବା ବେଳେ ହଠାତ ଫୋନ୍ କରି ଏମିତି କଥା ହୋଇଥିଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ପରମାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦିପ୍ତ କୁମାର ଦାସ।

ଭଲ ଭାବେ ଶୁଣନ୍ତୁ ଏହି ପୂରା ଫୋନ୍ କଲ୍‌ଟିକୁ। ଏଥିପାଇଁ ତଳ ଭିଡିଓରେ କ୍ଲିକ କରନ୍ତୁ

Advertisment

ଶୁଣିଲେ ତ… ରସିକିଆ ଅଧ୍ୟକ୍ଷଙ୍କର କେମିତି ପ୍ରେମ ଉଚ୍ଛୁଳି ପଡୁଥିଲା। ଖାଲି ଫୋନ୍ କଲ୍ ନୁହେଁ, ମୋବାଇଲରେ ବିଭିନ୍ନ ପ୍ରକାର ଅଶ୍ଳୀଳ ମେସେଜ୍ କରି ଅଧ୍ୟାପିକାଙ୍କୁ ହଇରାଣ ମଧ୍ୟ କରୁଥିଲେ। ସାର୍‌ଙ୍କ ମେସେଜ୍ ଦେଖିଲେ କୌଣସି ଓଡିଆ ଫିଲ୍ମର ରୋମାଣ୍ଟିକ୍ ଗୀତ ପରି ମନେହୁଏ।

“ତୁମର ଗୋଟେ ସୁନ୍ଦର ହୃଦୟ ଅଛି, ତୁମେ ମୋର ଛାଇ। ତୁମେ ହିଁ କେବଳ ଜଣେ ଯିଏ ମତେ ବୁଝିପାରିବ”। ଅଧ୍ୟାପିକାଙ୍କୁ ଏମିତି ମେସେଜ୍ କରି ମନ ଜିତିବାକୁ ଚାହୁଁଥିଲେ ସାର୍। ହେଲେ ଫଳିଲା ବିପରୀତ ଫଳ। ଶେଷରେ ବନ୍ଧାହେଲେ ଅଧ୍ୟକ୍ଷ। ଘଟଣାରେ ବିଷୟରେ ସାର୍‌ଙ୍କୁ ପଚାରିବାରୁ କିଛି କହିବା ତ ଦୂରର କଥା ଲାଜରେ ମୁହଁ ଲୁଚାଇ ଦେଉଛନ୍ତି। 

ରିପୋର୍ଟ ଅନୁସାରେ ମହାବିଦ୍ୟାଳୟରେ କିଛି ମାସ ତଳେ ରସାୟନ ବିଭାଗରେ ଅଧ୍ୟାପିକା ଜଣଙ୍କ ନିଯୁକ୍ତି ପାଇଥିଲେ।  ଅଧ୍ୟାପିକାଙ୍କୁ କଲେଜର ଅଧ୍ୟକ୍ଷ ବିଭିନ୍ନ ସମୟରେ ଫୋନ କରିବା ସହିତ ଖରାପ ମେସେଜ ଦେଉଥିଲେ। ଏଭଳି ହରକତରେ ଅଧ୍ୟାପିକା ଜଣଙ୍କ ମାନସିକ ସ୍ତରରେ ଆଘାତ ପାଇଥିଲେ ଆଉ ନିଜ ବାପା-ମା’ଙ୍କୁ ଜଣାଇଥିଲେ। ଅଧ୍ୟାପିକାଙ୍କ ବାପା ବୋଲଗଡ଼ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ କରିଥିଲା ଆଉ ବୁଧବାର ଅଧ୍ୟକ୍ଷଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ