Advertisment

Raped and Murdered: ଚାନ୍ଦବାଲିରେ ଚାଞ୍ଚଲ୍ୟ , ତୃତୀୟ ଶ୍ରେଣୀ ଛାତ୍ରୀକୁ ଝୁଣିଦେଲେ !

କୁନି ଝିଅଟେ । ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା । ସବୁଦିନ ଭଳି ସକାଳେ ଖାଇପିଇ ସ୍କୁଲ ବାହାରିଥିଲା । ହେଲେ ରାସ୍ତାରେ ଛକିଥିଲା ସଇତାନ । ସ୍କୁଲ ଯିବା ରାସ୍ତାରେ ଟେକିନେଇ ଦୁଷ୍କର୍ମ ପରେ ତଣ୍ଟିଚିପି ମାରିଦେଲା ।

Chandbali-minor-murder

Chandbali-minor-murder Photograph: (OTV)

Advertisment

ସ୍କୁଲ ଯାଇ ଆଉ ଫେରିଲାନି ତୃତୀୟ ଶ୍ରେଣୀ ଛାତ୍ରୀ । ବୁଦା ମୂଳରୁ ମିଳିଲା ବୀଭତ୍ସ ମୃତଦେହ । ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର । ସାରା ଚାନ୍ଦବାଲି ଅଶାନ୍ତ, ସବୁଠି ପ୍ରତିବାଦର ସ୍ବର । 

Advertisment

କୁନି ଝିଅଟେ । ତୃତୀୟ ଶ୍ରେଣୀରେ ପାଠ ପଢୁଥିଲା । ସବୁଦିନ ଭଳି ସକାଳେ ଖାଇପିଇ ସ୍କୁଲ ବାହାରିଥିଲା । ହେଲେ ରାସ୍ତାରେ ଛକିଥିଲା ସଇତାନ । ସ୍କୁଲ ଯିବା ରାସ୍ତାରେ ଟେକିନେଇ ଦୁଷ୍କର୍ମ ପରେ ତଣ୍ଟିଚିପି ମାରିଦେଲା । ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରୁ । ସକାଳୁ ସ୍କୁଲ ଯାଇଥିବା ଝିଅ ସ୍କୁଲ ଛୁଟି ପରେ ଆଉ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ସ୍କୁଲକୁ ଯାଇ ବୁଝିବାରୁ ଜଣାପଡ଼ିଥିଲା ଝିଅଟି ସ୍କୁଲ ଆସିନି। ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ତୁରନ୍ତ ଏନେଇ ଚାନ୍ଦବାଲି ଥାନାରେ ନିଖୋଜ ଅଭିଯୋଗ କଲେ ପରିବାର । ଦିନ ସାରା ଖୋଜାଖୋଜି କରିବା ପରେ ସଂଧ୍ୟାରେ ଝିଅକୁ ପାଇଥିଲେ ପରିବାର ଓ ପଡ଼ୋଶୀ । କିନ୍ତୁ ଯେର୍ଉଭଳି ଅବସ୍ଥାରେ ଝିଅଟି ମିଳିଥିଲା ତାକୁ ଦେଖି କେହି କୋହ ସମ୍ବରଣ କରିପାରିନଥିଲେ । ଅତି ବୀଭତ୍ସ ଭାବେ ଝିଅଟିକୁ କେହି ମାରି ଫୋପାଡ଼ି ଦେଇଥିବା ଦେଖାଯାଇଥିଲା । ଝିଅଟିର ଶରୀରର ଅଧିକାଂଶ ଭାଗ ଅନାବୃତ ଥିବାରୁ ଦୁଷ୍କର୍ମ ପରେ କେହି ମାରି ଫୋପାଡ଼ି ଦେଇଥିବା ସନ୍ଦେହ କରିଥିଲେ ପରିବାର ଓ ପଡ଼ୋଶୀ । 



ଘଟଣା ପ୍ରଘଟ ହୋଇଯିବା ପରେ ସାରା ଚାନ୍ଦବାଲିରେ ଅଶାନ୍ତି ବ୍ୟାପି ଯାଇଥିଲା । ବିଭିନ୍ନ ସ୍ଥାନରେ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ତୁରନ୍ତ ଦୋଷୀଙ୍କୁ ଧରିବାକୁ ଦାବି କରିଥିଲେ । ଖବର ପାଇ ପୋଲିସ ମଧ୍ୟ ପହଞ୍ଚିଥିଲା । ପଞ୍ଚନାମା କରି ମୃତଦେହ ଜବତ କରିଥିଲା । ପରେ ସନ୍ଧାନୀ କୁକୁର ଜରିଆରେ ତଦନ୍ତକୁ ଆଗକୁ ବଢ଼ାଇଥିଲା ପୋଲିସ । ଘଟଣାରେ ସଂପୃକ୍ତି ଅଭିଯୋଗରେ ୪ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ବେଳେ ତୁରନ୍ତ ଅଭିଯୁକ୍ତଙ୍କୁ ଧରାଯିବ ବୋଲି ପ୍ରତିଶ୍ରୁତି ଦେଇଛି । ଅନ୍ୟପକ୍ଷରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ଘରକୁ ସ୍ଥାନୀୟ ଲୋକେ ଭାଙ୍ଗି ପକାଇଛନ୍ତି । ପୋଲିସ କିଛି ଆକ୍ସନ ନେବା ପୂର୍ବରୁ ଉତ୍ତେଜିତ ଲୋକେ ଘରକୁ ସଂପୂର୍ଣ୍ଣ ଭାଙ୍ଗି ଚୁରମାର କରିଦେଇଛନ୍ତି । 

ଘଟଣାକୁ ନେଇ ଚାନ୍ଦବାଲି ସହ ପୂରା ଭଦ୍ରକ ଜିଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ ପାଇଁ ଦାବି କରାଯାଇଛି ।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ