CHAUDWAR_JAIL Photograph: (OTV)
ପୁଣି ଚର୍ଚ୍ଚାରେ ଚୌଦ୍ବାର ମଣ୍ଡଳ କାରାଗାର। ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ବିରୋଧରେ ଥାନାରେ ମାମଲା । ଚୌଦ୍ବାର ଥାନାର ଦ୍ବାରସ୍ଥ ହେଲେ ମାହାଙ୍ଗା ଥାନା ଅଂଚଳର ଜଣେ ମହିଳା ଇତିଶ୍ରୀ ମହାନ୍ତି। ଏକ ମାମଲାରେ ମହିଳା ଜଣଙ୍କ ବିଚାରଧୀନ କଏଦୀ ଭାବେ ଗତ ସେପ୍ଟେମ୍ବର ୨୩ ତାରିଖରେ ଚୈଦ୍ବାର ଜେଲ ଆସିଥିଲେ।
ସେ ପିନ୍ଧିଥିବା ସୁନା ମୁଦି, କାନର ଆଦି ଅଳଙ୍କାର ଜେଲରେ ଥିବା ସିସିଟିଭି ସାମ୍ନାରେ ତାଙ୍କ ଠାରୁ ଜେଲ କର୍ମଚାରୀ ନେଇଥିଲେ। ମାତ୍ର ସେ ୩ ମାସ ଜେଲରେ ରହି ଡିସେମ୍ବର ୨୩ରେ ଜେଲରୁ ଜାମିନରେ ବାହାରିଛନ୍ତି। ଜେଲ କର୍ତ୍ତୃପକ୍ଷ ରଖିଥିବା ଅଳଙ୍କାର ତାଙ୍କୁ ଫେରେଇଲେ ନାହିଁ।
ସେ ବାରମ୍ବାର ଜେଲକୁ ଆସି ବିଫଳ ହୋଇଥିଲେ। ଜେଲ ଅଧୀକ୍ଷକ ତାଙ୍କୁ କହିଥିଲେ ଯଦି ତୁମେ ପୂର୍ବରୁ ଥିବା ଜେଲର ସନ୍ତୋଷିନୀ ଦାଶଙ୍କ ନାମରେ ଥାନରେ ଅଭିଯୋଗ କରିବ ତାହେଲେ ଆମେ ଅଳଙ୍କାର ବଦଳରେ ଟଙ୍କା ଦେବୁ। ଏହି କଥାରେ ଇତିଶ୍ରୀ ରାଜି ନହେବାରୁ ତାଙ୍କୁ ଅଳଙ୍କାର ଫେରାଉ ନଥିବା ସେ ଚୌଦ୍ବାର ଥାନାରେ ଅଭିଯୋଗ କରିଛନ୍ତି।
ଏନେଇ ଜେଲ ଅଧୀକ୍ଷକଙ୍କୁ ପଚାରିବାରୁ ସେ କହିଛନ୍ତି ଅଭିଯୋଗ ଭିତ୍ତିହୀନ । ସେ ଜେଲକୁ ଆସିବା ସମୟରେ ଜେଲର ସନ୍ତୋଷିନୀ ଦାଶ ଦାୟିତ୍ୱରେ ଥିଲେ। ସେ ଅଳଙ୍କାର ତାଙ୍କ ଠାରୁ ରଖିଛନ୍ତି। ନୂଆ ଜେଲର ଦାୟିତ୍ବ ନେବା ସମୟରେ ସେ ରଖିଥିବା ସବୁ ଜିନିଷ ନୂଆ ଜେଲରକୁ ହସ୍ତାନ୍ତର କରିବା କଥା। ମାତ୍ର ସେ ନୂଆ ଜେଲରଙ୍କୁ କାହିଁକି ଦେଲେ ନାହିଁ। ଏଥିରେ ଅଧୀକ୍ଷକ ନୁହଁନ୍ତି ବରଂ ଜେଲର ଦାୟୀ ବୋଲି ସୁଜିତ୍ କହିଛନ୍ତି । ତେବେ ଜେଲରେ ଲାଗିଥିବା ସିସିଟିଭି ଆଜି ପର୍ଯ୍ୟନ୍ତ କାହିଁକି ଯାଞ୍ଚ ହେଉନି ତାକୁ ନେଇ ପ୍ରଶ୍ନ ଉଠୁଛି।
ପୁଣି ଚର୍ଚ୍ଚାରେ ଚୌଦ୍ବାର ମଣ୍ଡଳ କାରାଗାର
ଜେଲ୍ ଅଧୀକ୍ଷକ ସୁଜିତ ରାଉଳଙ୍କ ବିରୋଧରେ ଥାନାରେ ମାମଲା
ଚୌଦ୍ବାର ଥାନାର ଦ୍ବାରସ୍ଥ ହେଲେ ମାହାଙ୍ଗା ଥାନା ଅଞ୍ଚଳର ମହିଳା
ମହିଳା କଏଦୀଙ୍କ ସୁନା ଅଳଙ୍କାର ଫେରାଉ ନଥିବାରୁ ଏତଲା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/08/chaudwar_jail-2026-02-08-22-09-08.jpg)