Stabbing Photograph: (OTV)
ବୁଧବାର ସନ୍ଧ୍ୟାରେ ଦିଲ୍ଲୀର ମଙ୍ଗୋଲପୁରୀରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ଅତ୍ୟନ୍ତ ନିର୍ମମ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଛି। ଚାରିରୁ ପାଞ୍ଚ ଜଣ ଦୁର୍ବୃତ୍ତ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ଯାହାର ପ୍ରମାଣ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ସିସିଟିଭିରେ ଦେଖା ଯାଇଛି ଯେ, ୨ ଯୁବକଙ୍କୁ ଅତର୍କିତ ଛୁରାମାଡ଼ ହେଉଥିବା ବେଳେ ସେମାନେ ରାସ୍ତାରେ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଛନ୍ତି। ଆକ୍ରମଣକାରୀମାନେ ତାଙ୍କୁ ପିଛା କରୁଛନ୍ତି ଏବଂ ବାରମ୍ବାର ଛୁରି ଭୁସି ଆକ୍ରମଣ କରୁଛନ୍ତି। ସେଠାରେ ଥିବା ଦେଖଣାହାରୀମାନେ ଆକ୍ରମଣ ଘଟୁଥିବା ଦେଖୁଥିଲେ କିନ୍ତୁ ହସ୍ତକ୍ଷେପ କରୁନାହାଁନ୍ତି।
ମୃତକ ହେଉଛନ୍ତି ଆକାଶ। ସିସିଟିଭିରେ ନଜର ଆସିଛି ଯେ, ସେ ଜୀବନ ବଞ୍ଚାଇବାକୁ ଏକ ଘରେ ପଶିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କୁ ଗେଟ୍ ବନ୍ଦ କରି ଦିଆଯାଉଛି। ଏହା ପରେ ଆକାଶ ତଳେ ପଡି ଯାଉଛନ୍ତି। ଆକ୍ରମଣକାରୀମାନେ ତାଙ୍କୁ ରାସ୍ତା ମଝିକୁ ଟାଣି ନେଇ ଅତ୍ୟନ୍ତ ନିର୍ମମ ଭାବେ ଛୁରୀରେ ଆକ୍ରମଣ କରି ଚାଲିଛନ୍ତି। କିଛି ସମୟ ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଉଛନ୍ତି।
ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଗିରଫ ପାଇଁ ଖୋଜାଖୋଜି ଆରମ୍ଭ କରିଛି। ତେବେ ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/22/stabbing-2026-01-22-12-15-00.jpg)