Advertisment

Social Boycott: ୯ ଜଣଙ୍କ ନାଁରେ ମାମଲା, ପୁଅ ଅନ୍ୟ ଜାତିରେ ବିବାହ କରିଥିବା ଯୋଗୁଁ ....

ଅନ୍ୟ ଜାତିରେ ବିବାହ କରିଥିବାରୁ ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳ ସମାଜରୁ ଚଳିବା ପାଇଁ ବାରଣ କରାଯାଇଥିବା ମାମଲାରେ କାର୍ଯ୍ୟାନୁଷ୍ଠାନ। ୯ ଜଣଙ୍କ ନାଁରେ ମାମଲା ରୁଜୁ କଲା ଛତ୍ରପୁର ଥାନା ପୋଲିସ।

BMPR_ADDITIONAL_COLLECTOR_FAMILY_BASAND

BMPR_ADDITIONAL_COLLECTOR_FAMILY_BASAND Photograph: (OTV)

Advertisment

ଅନ୍ୟ ଜାତିରେ ବିବାହ କରିଥିବାରୁ ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ କୁଳ ସମାଜରୁ ଚଳିବା ପାଇଁ ବାରଣ କରାଯାଇଥିବା ମାମଲାରେ କାର୍ଯ୍ୟାନୁଷ୍ଠାନ। ୯ ଜଣଙ୍କ ନାଁରେ ମାମଲା ରୁଜୁ କଲା ଛତ୍ରପୁର ଥାନା ପୋଲିସ। ମୁନିଷିପେଣ୍ଠ ଗାଁ କୈବର୍ତ୍ତ ଜାତିର ୯ ଜଣଙ୍କ ନାଁରେ ମାମଲା ହୋଇଛି। ଅତିରିକ୍ତ ତହସିଲଦାର ସୌଦାଗର ବେହେରାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ତାଙ୍କ ବାପାଙ୍କୁ ସମାଜର ଏକ ଭୋଜିରୁ ଅପମାନ କରି ଉଠାଇ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ପୁଅ ଅନ୍ୟ ଜାତିର ଝିଅକୁ ବିବାହ କରିଥିବାରୁ କୈବର୍ତ୍ତ ସମାଜ ପକ୍ଷରୁ ପରିବାରକୁ ସମାଜର ଏକ ବିବାହ ଭୋଜିରୁ ବାରଣ ସହ ଅପମାନିତ କରାଯାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଅଭିଯୋଗକୁ କୈବର୍ତ୍ତ ସମାଜ ପକ୍ଷରୁ ଖଣ୍ଡନ କରାଯାଇଛି। 

Advertisment

ଅଭିଯୋଗ ଅନୁସାରେ ଗତ ଫେବୃଆରୀ ମାସରେ ଅତିରିକ୍ତ ତହସିଲଦାର ତଥା ମୁନିସିପେଣ୍ଠ ନିବାସୀ ସୌଦାଗର ବେହେରା ଅନ୍ୟ ଜାତିର ଝିଅ ସହ ବିବାହ କରିଥିଲେ | ଘଟଣାକୁ ବିଜୟ ତାଙ୍କ କୈବର୍ତ୍ତ କୂଳ ସମାଜକୁ ଜଣାଇଥିଲେ, କୂଳ ସମାଜ ପୁଅବୋହୁଙ୍କୁ ଛାଡିବ ନା କୂଳକୁ ବୋଲି ଧମକ ଦେଇଥିଲେ। ଗତ ୨୩ ତାରିଖ ଦିନ ଏକ ବିବାହ କାର୍ଯ୍ୟକ୍ରମରେ ବିଜୟ ଯୋଗଦେଇଥିବାରୁ ତାଙ୍କୁ ସମାଜର ଭଦ୍ରବ୍ୟକ୍ତି ମାନେ ଅପମାନିତ କରି ଭୋଜିକୁ ବାରଣ କରିଥିଲେ। 


୯ ଜଣଙ୍କ ନାଁରେ ମାମଲା
ଆସିକା ଅତିରିକ୍ତ ତହସିଲଦାରଙ୍କ ପରିବାରକୁ ବାରଣ ମାମଲାରେ କାର୍ଯ୍ୟାନୁଷ୍ଠାନ
୯ ଜଣଙ୍କ ନାଁରେ ମାମଲା ରୁଜୁ କଲା ଛତ୍ରପୁର ଥାନା ପୋଲିସ
ମୁନିଷିପେଣ୍ଠ ଗାଁ କୈବର୍ତ୍ତ ଜାତିର ୯ ଜଣଙ୍କ ନାଁରେ ମାମଲା
ଅତିରିକ୍ତ ତହସିଲଦାରଙ୍କ ବାପାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ
କୈବର୍ତ୍ତ ସମାଜ ବାରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା
ପୁଅ ଅନ୍ୟ ଜାତିରେ ବିବାହ ଯୋଗୁଁ ବାରଣ କରିଥିବା ଅଭିଯୋଗ
ଏକ ବିବାହ ଭୋଜିରୁ ଅପମାନ କରି ଉଠାଇ ଦିଆଯାଇଥିବା ଅଭିଯୋଗ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ