Father-Dead Woman-Found-Starving Photograph: (OTV)
ମାଲିକର ମୃତ୍ୟୁ ପରେ ସାମ୍ନାକୁ ଆସିଲା ଏଭଳି କିଛି ସାଂଘାତିକ ସତ। ଯାହାକୁ ଶୁଣିଲେ ଆପଣଙ୍କ ଛାତି ଥାରି ଉଠିବ। ଦେଖାଶୁଣା କରିବାକୁ ଯାହାକୁ ବିଶ୍ବାସରେ ଆଣି ଘରେ ରଖିଥିଲେ ସେ ସାଜିଲେ ବିଶ୍ବାସଘାତକ। କେୟାର ନେବାକୁ ଆସିଥିବା କେୟୋର ଟେକର୍ ସାଜିଲା ସୈଇତାନ। ଦିବ୍ୟାଙ୍ଗ ଝିଅକୁ ଛାଡିଲେନି।
ଉତ୍ତରପ୍ରଦେଶରର ମହୋବା ଜିଲ୍ଲା। ଏଠାରେ ହିନ୍ଦ ଟାୟାର ଲେନରେ ରୁହନ୍ତି ରେଲୱେର ଅବରସରପ୍ରାପ୍ତ ବରିଷ୍ଠ କିରାଣୀ ଓମ୍ ପ୍ରକାଶ ସିଂହ ରାଠାର। ବୟସ ପାଖାପାଖି ୮୦। ଦିବ୍ୟାଙ୍ଗ ଝିଅ ଓ ପତ୍ନୀଙ୍କୁ ନେଇ ଥିଲା ତାଙ୍କ ହସଖୁସିର ସଂସାର। ୨୦୧୬ରେ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ଦିବ୍ୟାଙ୍ଗ ଝିଅ ଓ ତାଙ୍କ ବୃଦ୍ଧା ଅବସ୍ଥାରେ ସାହାରା ସାଜିବା ପାଇଁ ହାୟର୍ କରିଥିଲେ କେୟାର ଟେକର୍। ଚରଖାରୀ ନିବାସୀ ରାମ ପ୍ରକାଶ କୁଶୱାହା ଏବଂ ତାଙ୍କ ପତ୍ନୀ ରାମ ଦେବୀଙ୍କୁ ତାଙ୍କ ଯତ୍ନ ନେବା ପାଇଁ ନିଯୁକ୍ତି ଦେଇଥିଲେ ଓମ୍ ପ୍ରକାଶ।
ଓମ୍ ପ୍ରକାଶଙ୍କ ସମ୍ପତ୍ତି ଲୋଭରେ ଅନ୍ଧ ହୋଇଯାଇଥିଲେ ଦମ୍ପତି। ବାପା-ଝିଅଙ୍କ କେୟାର ନେବା ବଦଳରେ ଆରମ୍ଭ କରିଦେଇଥିଲେ ନିର୍ଯାତନା। ବର୍ଦ୍ଧିତ ବୟସ ଏବଂ ତାଙ୍କ ଝିଅର ମାନସିକ ଅବସ୍ଥାର ସୁଯୋଗ ନେଇ ତାଙ୍କ ଘରକୁ କବଜା କରି ନେଇଥିଲେ। ଉପର ମହଲାରେ ଅଏସ୍ କରୁଥିଲେ ଦମ୍ପତି ଆଉ ତଳ ମହଲାରେ ବାପା-ଝିଅକୁ ବନ୍ଦି କରି ରଖି ଖାଉବାକୁ ନଦେଇ ଛଟପଟ କରୁଥିଲେ। ଏପରିକି ପରିବାର ଲୋକଙ୍କୁ ଓମ ପ୍ରକାଶଙ୍କୁ ମିଶିବାକୁ ବି ଦେଉନଥିଲେ। ଦିନେ କି ଦୁଇ ଦିନ ନୁହେଁ ୫ ବର୍ଷ କାଳ ଏଭଳି ନିର୍ଯାତନା ଦେଇ ଚାଲିଥିଲେ କେୟାର ଟେକର୍। ଶେଷରେ ଭୋକରେ ଛଟପଟ ହୋଇ ସୋମବାର ଓମପ୍ରକାଶଙ୍କ ମୃତ୍ୟୁ ହୋଇଛି।
ଓମପ୍ରକାଶଙ୍କ ପରିବାର ତାଙ୍କ ମୃତ୍ୟୁ ଖବର ପାଇ ଘରେ ପହଞ୍ଚିବା ପରେ ଭିତରର ଦୃଶ୍ୟ ଦେଖି ଭୟଭୀତ ହୋଇଯାଇଛନ୍ତି। ଓମପ୍ରକାଶଙ୍କ ଶରୀର ସମ୍ପୂର୍ଣ୍ଣ ଶୁଖିଯାଇଥିବା ବେଳେ ଝିଅ ରଶ୍ମୀ ଦେହରେ କେବଳ ହାଡ ଗଣି ହେଉଛି। ନିଶ୍ବାସ ବି ସେ ନେଇପାରୁନି। ୨୭ ବର୍ଷର ଝିଅ ପାଲଟି ଯାଇଛି ୭୦ ବର୍ଷୀୟ ବୁଢ଼ି। ସମ୍ପତି ହଡପ କରିବା ଉଦ୍ଦେଶ୍ୟରେ ଓମ ପ୍ରକାଶଙ୍କୁ କେୟାର ଟେକର୍ ଦମ୍ପତି ଖାଇବାକୁ ନଦେଇ ମାରି ଦେଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଆଉ ଝିଅ ରଶ୍ମୀକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସୁଟ୍ ଏବଂ ଟାଇ ପିନ୍ଧି ସମ୍ମାନର ସହ ଜୀବନ ବିତାଉଥିବା ଏହି ରେଳ କର୍ମଚାରୀ ଶେଷରେ ଭୋକ ଏବଂ ବନ୍ଦିର ଶିକାର ହୋଇ ଯେଉଁଭଳି ମୃତ୍ୟୁବରଣ କଲେ, ତାହା ସମଗ୍ର ଅଞ୍ଚଳକୁ ଚକିତ କରିଛି। ଏହି କେୟାର ଟେକର ଦମ୍ପତିଙ୍କ ଲୋମହର୍ଷକ କାଣ୍ଡକୁ ଦେଖି ଏବେ ସମ୍ପର୍କ ଆଉ ବିଶ୍ବାସକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/31/father-dead-woman-found-starving-2025-12-31-16-51-12.jpg)