Advertisment

Police Foil Bid to Export Cannabis Oil: ସ୍ମଗଲରଙ୍କ ପସନ୍ଦ ‘ଗଞ୍ଜେଇ ତେଲ’, ବିଦେଶକୁ ଚାଲାଣ ପୂର୍ବରୁ ଧରିଲା ପୋଲିସ୍

ଆଉ ଗଞ୍ଜେଇ ନୁହେଁ ଏବେ ପସନ୍ଦ ଗଞ୍ଜେଇ ତେଲ। ସ୍ମଗଲରଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶାର ଗଞ୍ଜେଇ ତେଲ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଗଞ୍ଜେଇ ତେଲ ମାଫିଆଙ୍କୁ ଧରିଛି ମାଲକାନଗିରି ପୋଲିସ୍।

Ganja Oil Smuggling

Ganja Oil Smuggling Photograph: (OTV)

Advertisment

ଆଉ ଗଞ୍ଜେଇ ନୁହେଁ ଏବେ ପସନ୍ଦ ଗଞ୍ଜେଇ ତେଲ। ସ୍ମଗଲରଙ୍କ ପ୍ରଥମ ପସନ୍ଦ ପାଲଟିଛି ଓଡ଼ିଶାର ଗଞ୍ଜେଇ ତେଲ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଗଞ୍ଜେଇ ତେଲ ମାଫିଆଙ୍କୁ ଧରିଛି ମାଲକାନଗିରି ପୋଲିସ୍।... ଗଂଜେଇ ତେଲ ପ୍ରସ୍ତୁତ କରାଯାଉଥିବା କାରଖାନା ଉପରେ ଚଢାଉ କରି ସମସ୍ତ ତେଲ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିବା ସହ ୪ ଜଣ ଆସାମୀକୁ ଗିରଫ କରିଛି।

Advertisment

ଚିତ୍ରକୋଣ୍ଡା ଥାନା ଅଂଚଳର ବଡପଦର ପଞ୍ଚାୟତର ଏକ ଜଂଗଲରେ ଏହି କାରଖାନା ଥିଲା। ଏସବୁ ଗଂଜେଇ ତେଲକୁ ରାଜ୍ୟ ସହ ରାଜ୍ୟ ବାହାରକୁ ଏବଂ ବିଦେଶକୁ ରପ୍ତାନୀ କରାଯାଉଥିଲା। ୪ ଜଣ ଆସାମୀ ମଧ୍ୟରୁ ଦୁଇ ଜଣ ଆନ୍ଧ୍ରପ୍ରଦେଶର।

ଜବତ ହୋଇଥିବା ୨ ଲିଟର୍ ଗଂଜେଇ ତେଲର ମୂଲ୍ୟ ୨୫ ଲକ୍ଷ ଟଂକା ବୋଲି କୁହାଯାଇଛି। ଏଥିସହ ଲକ୍ଷାଧିକ ଟଂକାର କେମିକାଲ ଓ ସାମଗ୍ରୀ ଜବତ ହୋଇଛି।...ନଭେମ୍ବର ୨୦୨୫ରେ ପ୍ରାୟ ୭ କୋଟି ଟଂକାର ଗଂଜେଇ ତେଲ ଜବତ ହୋଇଥିଲା। 

Advertisment

Oil Ganja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ