Cab Driver Photograph: (OTV)
ବିଦେଶ ଫେରନ୍ତାଙ୍କୁ ରାସ୍ତାରେ ଛାଡି ଡ୍ରାଇଭର ଚମ୍ପଟ ମାରିବା ଘଟଣା। କ୍ୟାବ ଡ୍ରାଇଭର ନାଗା ପରମାଣିକ ଗିରଫ । ଜବତ ହେଲା ୨୦ ଲକ୍ଷ ଟଙ୍କାର ହୀରା, ସୁନା ଅଳଙ୍କାର ଓ ବିଦେଶୀ ମୁଦ୍ରା। ଗତକାଲି ରାତିରେ ଘଟିଥିଲା ଏଭଳି ଘଟଣା। ଥାଇଲାଣ୍ଡରୁ ଫେରିବା ବେଳେ ଠକେଇର ଶିକାର ହୋଇଥିଲେ ଅମନ କୁମାର ଅଗ୍ରୱାଲ।
ଚ
ନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ରେ cng ପକେଇବା କହି ଡ୍ରାଇଭର ପାସେଞ୍ଜରଙ୍କୁ ଗାଡିରୁ ଓହ୍ଲାଇ ଦେଇଥିଲେ। ପରେ ହୀରା ଓ ସୁନା ଅଳଙ୍କାର ନେଇ ଚମ୍ପଟ ମାରିଥିଲା ଅଭିଯୁକ୍ତ ଡ୍ରାଇଭର। ଅଭିଯୋଗ ପରେ ଡ୍ରାଇଭରକୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ।
ଅଭିଯୁକ୍ତ ନାଁରେ ପୂର୍ବରୁ ୪ ଅପରାଧିକ ମାମଲା ରହିଛି। ଅପରାଧିକ ମାମଲା ଥିବା ଡ଼୍ରାଇଭର ମାନକୁ ଓଲା କେମିତି ଅନୁମତି ଦେଇଛି ସେ ନେଇ ତଦନ୍ତ କରାଯିବ ବୋଲି କହିଛନ୍ତି ଏସିପି ସୋନାଲି ପର୍ମର।
ବିଦେଶ ଫେରନ୍ତାଙ୍କୁ ରାସ୍ତାରେ ଛାଡି ଯିବା ଘଟଣା
କ୍ୟାବ ଡ୍ରାଇଭର ନାଗା ପରମାଣିକ ଗିରଫ
୨୦ ଲକ୍ଷ ଟଙ୍କାର ହୀରା, ସୁନା, ବିଦେଶୀ ମୁଦ୍ରା ଜବତ
ଠକେଇର ଶିକାର ହୋଇଥିଲେ ଅମନ ଅଗ୍ରୱାଲ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/08/cab-driver-2026-01-08-15-55-30.jpg)