Advertisment

Builder’s Mutilated Body Found: ଟ୍ରେନ୍ ଲାଇନରେ ଯୁବକଙ୍କ ମୃତଦେହ, ପରିବାର ଆଣିଲା ହତ୍ୟା ଅଭିଯୋଗ

ଟ୍ରେନ୍ ଲାଇନରେ ଯୁବକଙ୍କ ମୃତଦେହ। ପରିବାର ଆଣିଲା ହତ୍ୟା ଅଭିଯୋଗ। ଏୟାରଫିଲ୍ଡ ଥାନା ବୋତଣ୍ଡା ଟ୍ରେନ ଲାଇନରୁ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ଜିଆର୍ ପି ପୋଲିସର ତଦନ୍ତ ଆରମ୍ଭ।

Deadbody

Deadbody Photograph: (OTV)

Advertisment

ଟ୍ରେନ୍ ଲାଇନରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର। ପରିବାର ଆଣିଲେ ହତ୍ୟା ଅଭିଯୋଗ। ମୃତ ଯୁବକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ବୋତଣ୍ଡା ଗ୍ରାମର ମୁରଲୀଧର ବେହେରା ଓରଫ ପପୁ । ପରିବାର ଲୋକଙ୍କ କହିବା ଅନୁସାରେ ପପୁ ବିଲ୍ଡର ଭାବେ କାମ କରନ୍ତି। ସୋମବାର ରାତି ୯ଟାରେ ସେ ଘରୁ ବାହାରି ଯାଇଥିଲେ। ପରେ ତାଙ୍କ ଫୋନ ସ୍ୱିଚ୍ ଅଫ ହୋଇଯାଇଥିଲା। 

Advertisment

ବହୁ ଖୋଜାଖୋଜି କରିବା ପରେ ଆଜି ତାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଟ୍ରେନ୍ ଲାଇନରେ ଦେଖିବାକୁ ମିଳିଥିଲା। ପରିବାର ଲୋକଙ୍କ ଅଭିଯୋଗ ପପୁ ସହ ପାର୍ଟନର ଭାବେ କାର୍ଯ୍ୟ କରୁଥିବା ଲୋକ ହିଁ ହତ୍ୟା କରି ଟ୍ରେନ୍ ଲାଇନରେ ଫୋପାଡି ଦେଇଛନ୍ତି । ଅନ୍ୟପଟେ ଘଟଣା ସ୍ଥଳରେ ପହଂଚି GRP ଥାନା ପୋଲିସ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Deadbody Found Railway Track
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ