Advertisment

Bribery for Death Certificates: ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଲାଞ୍ଚ! କ୍ୟାମେରାରେ କଏଦ ଲାଞ୍ଚ କାରବାର

୨ ଶହ ଲାଞ୍ଚ ଦେଲେ ବାହାରିବ ମୃତ୍ୟୁ ପ୍ରମାଣ ପତ୍ର । କ୍ୟାମେରାରେ କଏଦ ହେଲେ ଲାଞ୍ଚ କାରବାର । ଦିବ୍ୟାଙ୍ଗଙ୍କୁ ବି ଛାଡ଼ିଲେନି, ଲାଞ୍ଚ ନେଇ ସାର୍ଟିଫିକେଟ୍ ଦେଲେ ।

Bribery Case

Bribery Case Photograph: (OTV)

Advertisment

ମଣିଷ ମରିବା ପରେ ବି ସାର୍ଟିଫିକେଟ୍ ବାହାର କରିବାକୁ ଦେବାକୁ ପଡ଼ୁଛି ଲାଞ୍ଚ। ତା ପୁଣି ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଇରମ୍ ଅଞ୍ଚଳରୁ। ସାର୍ଟିଫିକେଟ୍ ବାହାର କରିବାକୁ ଲାଞ୍ଚ ନେଉଥିଲେ ଇରମ RI ଅଫିସରରେ ପିଅନ୍ ଭାବେ କାମ କରୁଥିବା କାଳିଆ ବେହେରା। 

Advertisment

ଅଭିଯୋଗ ହୋଇଛି କି, ଦିବ୍ୟାଙ୍ଗ ସର୍ବେଶ୍ବର ଦଲେଇ ନିଜ ଜେଜେବାପାଙ୍କ ମୃତ୍ୟୁ ପରେ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲେ। ହେଲେ ପ୍ରଥମେ ସାର୍ଟିଫିକେଟ୍ ଦେଲେନି, ଦୁଇ ସପ୍ତାହ RI ଅଫିସକୁ ଦୌଡ଼ିବା ପରେ ଶେଷରେ ଦୁଇ ଶହ ଟଙ୍କା ଦେବା ପରେ କାମ ହୋଇଥିଲା। ପିଅନ କାଳିଆ ବେହେରା ଏମିତି ଅନେକ ବ୍ୟକ୍ତିଙ୍କଠୁ ଟଙ୍କା ନେଉଥିବା ଅଭିଯୋଗ ହୋଇଛି। 

ସେପଟେ ଏହି ଘଟଣା ସମ୍ପର୍କରେ କାଳିଆଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିଛନ୍ତି। ସେହିପରି ଇରମ RI କହିଛନ୍ତି କି, ଏସମ୍ପର୍କରେ ଜାଣିନାହାନ୍ତି। କିଛି ଅଭିଯୋଗ ଥିଲେ ତହସିଲଦାରଙ୍କୁ ଜଣାଅ କହି ସବୁ ଅଭିଯୋଗକୁ ଝାଡ଼ି ଦେଇଛନ୍ତି।

Advertisment

•    ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଲାଞ୍ଚ!
•    ୨ ଶହ ଲାଞ୍ଚ ଦେଲେ ବାହାରିବ ମୃତ୍ୟୁ ପ୍ରମାଣ ପତ୍ର 
•    କ୍ୟାମେରାରେ କଏଦ ହେଲେ ଲାଞ୍ଚ କାରବାର 
•    ଦିବ୍ୟାଙ୍ଗଙ୍କୁ ବି ଛାଡ଼ିଲେନି, ଲାଞ୍ଚ ନେଇ ସାର୍ଟିଫିକେଟ୍ ଦେଲେ 

Bribe Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ