Advertisment

Murder: କଟା ହାତ କହିବ ହତ୍ୟାକାରୀ କିଏ ? ଖୋଜୁଛି ପୋଲିସ

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ହତ୍ୟା ମାମଲାରେ ପୋଲିସର ଛାନଭିନ । ଚିକିଟି ବ୍ଲକ ନୂଆପଡ଼ା ଗାଁ ନିକଟ ବାହୁଦା ନଦୀ ପଠାରୁ ନାରାୟଣ ପ୍ରଧାନଙ୍କ ମୃତଦେହ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ ।

NARAYAN-MURDER

NARAYAN-MURDER Photograph: (OTV)

Advertisment

କଟା ହାତ ଖୋଜୁଛି ପୋଲିସ । ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ହତ୍ୟା ମାମଲାରେ ପୋଲିସର ଛାନଭିନ । ଚିକିଟି ବ୍ଲକ ନୂଆପଡ଼ା ଗାଁ ନିକଟ ବାହୁଦା ନଦୀ ପଠାରୁ ନାରାୟଣ ପ୍ରଧାନଙ୍କ ମୃତଦେହ ଉଦ୍ଧାର ଘଟଣାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ମୃତକଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତଚିହ୍ନ ରହିଥିବାବେଳେ ଏକ ହାତ ନଥିବା ଜଣାପଡ଼ିଛି । ଗୋଟିଏ ହାତ କୁଆଡ଼େ ଗଲା ତାକୁ ନେଇ ଖୋଳତାଡ଼ କରୁଛି ପୋଲିସ ।  ପୋଲିସ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ପୂର୍ବ ଶତ୍ରୁତାରୁ ନାରାୟଣଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ନାରାୟଣ ଭୋର୍ ସମୟରେ ଜମିକୁ ଯାଇଥିଲେ। ସକାଳେ ତାଙ୍କ ମୃତଦେହ ନଦୀରେ ଭାସୁଥିବା ଦେଖିଥିଲେ ସ୍ଥାନୀୟ ଲୋକ ।

Advertisment

ଗଞ୍ଜାମ ଜିଲ୍ଲା କେ. ନୂଆଗାଁ ଥାନା ଅଞ୍ଚଳରେ ହତ୍ୟା 
ନୂଆପଡ଼ା ଗାଁ ନିକଟ ବାହୁଦା ନଦୀ ପଠାରୁ ମୃତଦେହ ଉଦ୍ଧାର
ନାରାୟଣ ପ୍ରଧାନଙ୍କ ମୃତଦେହ ଉଦ୍ଧାର ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ 
ମୃତକଙ୍କର ଗୋଟିଏ ହାତ ନଥିବା ସୂଚନା
କୁଆଡ଼େ ଗଲା ହାତ, ପୋଲିସର ଛାନଭିନ
ପୂର୍ବ ଶତ୍ରୁତାରୁ ନାରାୟଣଙ୍କୁ ହତ୍ୟା ସନ୍ଦେହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ