Advertisment

BJP Leader Shot Dead: ବିଚ୍ ରାସ୍ତାରେ ମର୍ଡର୍ , ବ୍ରହ୍ମପୁରରେ କୋକୁଆ ଭୟ !

ବିଚ୍ ରାସ୍ତା ଉପରେ ମର୍ଡର୍ । ବିଜେପି ନେତାଙ୍କୁ ଗୁଳିକରି ହତ୍ୟା । ପୀତବାସ ପଣ୍ଡାଙ୍କୁ ମାରିଲା କିଏ ? ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ବିଚ୍ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି ।

Pittabasha-Panda-Murder

Pittabasha-Panda-Murder Photograph: (OTV)

Advertisment

ବିଚ୍ ରାସ୍ତା ଉପରେ ମର୍ଡର୍ । ବିଜେପି ନେତାଙ୍କୁ ଗୁଳିକରି ହତ୍ୟା । ପୀତବାସ ପଣ୍ଡାଙ୍କୁ ମାରିଲା କିଏ ? ଗୁଳି କରିଥିବା ଦୁଇ ଦୁର୍ବୃତ ଥିଲେ କିଏ ? ଆଉ କେହି ନୁହେଁ, ଖୋଦ୍ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ବିଚ୍ ରାସ୍ତାରେ ଗୁଳିକରି ହତ୍ୟା କରାଯାଇଛି । ବ୍ରହ୍ମପୁରରେ ଘଟିଥିବା ଏହି ଘଟଣା ସାରା ରାଜ୍ୟକୁ ଯେମିତି ସ୍ତବ୍ଧ କରିଦେଇଛି । ଗତକାଲି ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିଲେ ପୀତବାସ । ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ। ଫଳରେ ସେଇଠି ହିଁ ଟଳିପଡ଼ିଥିଲେ ପୀତବାସ । 

 ଦୁର୍ବୃତ୍ତଙ୍କ ଗୁଳିମାଡ଼ ପରେ ପୀତବାସଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପୀତବାସଙ୍କ ଶରୀରରୁ ଗୋଟିଏ ଗୁଳି ବାହାରିଥିବା FMT ମୁଖ୍ୟ ସ୍ପଷ୍ଟ କରିଛନ୍ତି । ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସବୁଆଡ଼େ ଦାବି ଜୋରଦାର ହୋଇଛି । ସେପଟେ ଏହି ଘଟଣାକୁ ନେଇ ବୁଧବାର ଅର୍ଥାତ୍ ଆସନ୍ତାକାଲି ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଆଇନଜୀବୀ ।

ତେବେ ଏଠି ପ୍ରଶ୍ନ ଉଠୁଛି, ବ୍ରହ୍ମପୁର ଓ ଗଞ୍ଜାମ କାହିଁକି ପାଲଟିଗଲାଣି ଅପରାଧ ପ୍ରବଣ ? ପ୍ରତ୍ୟେକ ଦିନ ବଡ଼ ବଡ଼ ଅପରାଧ ଘଟୁଥିଲେ ବି ପୋଲିସ ଅଟକାଇ ପାରୁନାହିଁ କାହିଁକି ? ଗଞ୍ଜାମରେ ଦୁଇଟି ପୋଲିସ ଜିଲ୍ଲା ହେଲେ ଗାଁ ଗାଁରେ ଘଟୁଛି ଅପରାଧ ? ଏ ସବୁ ପ୍ରଶ୍ନର ଉତ୍ତର ଦେବ କିଏ ? ଜଣେ ଜଣାଶୁଣା ଓ ବ୍ରହ୍ମପୁରର ଲୋକପ୍ରିୟ ନେତାଙ୍କୁ ବିଚ୍ ରାସ୍ତାରେ ହତ୍ୟା ପରେ ଏବେ ବ୍ରହ୍ମପୁରରେ ଯେମିତି ଆତଙ୍କ ଖେଳିଯାଇଛି । 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ