BJP Leader Photograph: (OTV)
ସାରା ରାଜ୍ୟରେ ଚାଞ୍ଚଲ୍ୟ। ବ୍ରହ୍ମପୁରରେ ରାସ୍ତା ଉପରେ ମର୍ଡର୍। ଆଉ କେହି ନୁହେଁ, ଖୋଦ୍ ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳିକରି ହତ୍ୟା। ଗତକାଲି ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିଲେ ପୀତବାସ । ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ।
ସେଇଠି ହିଁ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ ପୀତବାସ । ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ପୀତବାସଙ୍କ ଶରୀରରୁ ଗୋଟିଏ ଗୁଳି ବାହାରିଥିବା FMT ମୁଖ୍ୟ ସ୍ପଷ୍ଟ କରିଛନ୍ତି । ଗୁଳିଟି ତାଙ୍କ ଡାହାଣ ପଟ ଛାତିକୁ ବାଜି ଶରୀରରେ ରହିଯାଇଥିଲା । ରାତିରେ ଶବ ବ୍ୟବଚ୍ଛେଦ ପରେ ଗୁଳିକୁ ବାହାର କରାଯାଇଛି ।
ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସବୁଆଡ଼େ ଦାବି ଜୋରଦାର ହୋଇଛି । ଆସନ୍ତାକାଲି ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଆଇନଜୀବୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/07/bjp-leader-2025-10-07-08-07-11.jpg)