Bhubaneswar Photograph: (OTV)
ରାଜଧାନୀରେ ବୁଲିଲା ଖଣ୍ଡା। ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଜଣ ଯୁବକ। ରାତିରେ ଅଶାନ୍ତ ହୋଇ ଉଠିଲା ରାଜଧାନୀ ଭୁବନେଶ୍ବର। ଗୋଷ୍ଠୀ ସଂଘର୍ଷରୁ ୩ ଜଣ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଛନ୍ତି। କେଳୁଚରଣ ପାର୍କ ପାଖ ଏକ ଆପାର୍ଟମେଣ୍ଟ ନିକଟରେ ଏହି ଘଟଣା ଘଟିଛି।
ଚନ୍ଦ୍ରଶେଖରପୁର ଥାନା ପୋଲିସ ଓ ମଞ୍ଚେଶ୍ବର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଯୁବକଙ୍କୁ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା କୁହାଯାଉଛି। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାକୁ ଦେଖି ୩ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ସୂଚନା କି ପ୍ରତିକ୍ରିୟା ଦିଆଯାଇନି।
ରାତିରେ ଅଶାନ୍ତ ହୋଇ ଉଠିଲା ରାଜଧାନୀ ଭୁବନେଶ୍ବର
ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଯୁବକ
ଗୋଷ୍ଠୀ ସଂଘର୍ଷରୁ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ
ସଂକଟାପନ୍ନ ଅବସ୍ଥାରେ ଯୁବକ ହସ୍ପିଟାଲରେ ଭର୍ତ୍ତି
ରାତିରେ ଚନ୍ଦ୍ରଶେଖରପୁର ଥାନାରେ ୨ ଅଭିଯୁକ୍ତଙ୍କ ଆତ୍ମସମର୍ପଣ
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/24/bhubaneswar-2026-01-24-08-02-13.jpg)