Advertisment

BJD Threats: 'ଦଳ ଛାଡ଼ିଲେ ମାରିଦେବୁ'.. ବିଜେଡି ନେତାଙ୍କ ଧମକ !

ବିଜେପିରେ ଯୋଗ ଦେବାକୁ ଦରଖାସ୍ତ କରିଥିବାରୁ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ଧମକ। ଦଳ ଛାଡ଼ିଲେ ଜୀବନରୁ ମାରିଦେବାକୁ ସ୍ଥାନୀୟ ବିଜେଡି ନେତା ଧମକ ଦେଉଥିବା ଅଭିଯୋଗ।

Political Threat

ବିଜେଡି ନେତାଙ୍କ ଧମକ- 'ଦଳ ଛାଡ଼ିଲେ ମାରିଦେବୁ' Photograph: (OTV)

Advertisment

ବିଜେପିରେ ଯୋଗ ଦେବାକୁ ଦରଖାସ୍ତ କରିଥିବାରୁ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କୁ ଧମକ । ସ୍ଥାନୀୟ ବିଜେଡି ନେତା ଧମକ ଦେଉଥିବା ଅଭିଯୋଗ । ଦଳ ଛାଡ଼ିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ । 

Advertisment

ଅଭିଯୋଗ ଅନୁସାରେ, ବିଜେପିରେ ଯୋଗଦାନ ପାଇଁ ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ ଦରଖାସ୍ତ କରିଥିଲେ । ଏଥିପାଇଁ ଗତ ୨ ଦିନ ହେବ ବିଜୁ ଜନତା ଦଳର କେତେକ ନେତା ତାଙ୍କୁ ଦଳ ନଛାଡ଼ିବା ପାଇଁ ବାଧ୍ୟ କରି ଆସୁଛନ୍ତି । ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଗତ ଶନିବାର ରାତିରେ କେତେକ ଅସାମାଜିକ ଲୋକ ତାଙ୍କ ଘରକୁ ପଥର ମାଡ଼ କରିବା ସହ ଜାତିଆଣ ଆକ୍ଷେପ କରିଥିଲେ । ଏପରିକି ଦଳ ଛାଡିଲେ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଥିବା ନେଇ ଅଭିଯୋଗରେ ଦର୍ଶାଇଛନ୍ତି । ଏହାସହ ଅଧ୍ୟକ୍ଷା ଓ ତାଙ୍କ ପରିବାରଙ୍କୁ ସୁରକ୍ଷା ଦେବା ପାଇଁ ପୋଲିସକୁ ଅନୁରୋଧ କରାଯାଇଛି ।

ସେପଟେ କିନ୍ତୁ ଏହି ଅଭିଯୋଗ ଅନୁଯାୟୀ ମାମଲା ରୁଜୁ ହେବା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ ବୋଲି କହିଛନ୍ତି ଥାନା ଅଧିକାରୀ ରାଜଲକ୍ଷ୍ମୀ ନାୟକ । ବିଜେପିରେ ମିଶିବା ନେଇ ସୁମତୀ ସେଠୀଙ୍କ ସମେତ ଭଦ୍ରକ ବ୍ଲକ ଅଧ୍ୟକ୍ଷା, ବନ୍ତ ବ୍ଲକ ଅଧ୍ୟକ୍ଷ ଓ ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ଯୋଜନା କରିଥିଲେ । ଯାହାର କିଛି ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ତେବେ ଏହାପରେ ସୁମତୀଙ୍କୁ ଏଭଳି ଧମକ ମିଳୁଥିବା ଅଭିଯୋଗ ହୋଇଛି। ହେଲେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Advertisment

ଦେଖନ୍ତୁ ଏହି ଖବର:

BJD BJP Bhadrak Crime News Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ