Advertisment

Bhadrak Chandbali Tense: ଆକ୍ରୋଶ ନିଆଁରେ ଜଳୁଛି ଚାନ୍ଦବାଲି ... ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣାରେ ହଲ୍ଲାବୋଲ

ଗତକାଲି ସନ୍ଧ୍ୟାରେ ବାଲିଗାଁ ସମବାୟ ସମିତି କାର୍ଯ୍ୟାଳୟ ପଛପଟ ବଣ ଭିତରୁ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାର କ୍ଷତବିକ୍ଷତ ମୃତଦେହ ମିଳିବା ପରଠୁ ଚାନ୍ଦବାଲିରେ ଖେଳି ଯାଇଥିଲା ଚାଞ୍ଚଲ୍ୟ।

CHANDBALI

CHANDBALI Photograph: (OTV)

Advertisment

ଜଣେ ୧୦ ବର୍ଷିଆ ନାବାଳିକାକୁ ଦୁଷ୍କର୍ମ ସହ ନୃଂଶସ ହତ୍ୟାର ୨୪ ଘଣ୍ଟା ପରେ ବି ଭଦ୍ରକ ଚାନ୍ଦବାଲି ଅଞ୍ଚଳରେ ପ୍ରଶମିତ ହେଉନି ଉତ୍ତେଜନା। ଗତକାଲି ସନ୍ଧ୍ୟାରୁ ଆଜି ଦିନତମାମ ନାରାବାଜି ଓ ଧାରଣା ଭିତରେ ଇଏ ଉତ୍ତ୍ୟକ୍ତ ଲୋକଙ୍କ ସିଧା କ୍ରୋଧ। ସନ୍ଦିଗ୍ଧ ଦୁଷ୍କର୍ମକାରୀ ଘର ଉପରେ ବି ଶୁଝାଇଛନ୍ତି ରାଗ। ରାମପଲ୍ଲୀ ସ୍ଥିତ ଅଭିଯୁକ୍ତ ଘରେ ଶତାଧିକ ମହିଳା ଓ ପୁରୁଷ ପଶି ଭଙ୍ଗାରୁଜା କରିଛନ୍ତି, ସମାନପତ୍ର ଛିନଛତ୍ର କରି ଫିଙ୍ଗିଛନ୍ତି।...

Advertisment

ଗତକାଲି ସନ୍ଧ୍ୟାରେ ବାଲିଗାଁ ସମବାୟ ସମିତି କାର୍ଯ୍ୟାଳୟ ପଛପଟ ବଣ ଭିତରୁ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାର କ୍ଷତବିକ୍ଷତ ମୃତଦେହ ମିଳିବା ପରଠୁ ଚାନ୍ଦବାଲିରେ ଖେଳି ଯାଇଥିଲା ଚାଞ୍ଚଲ୍ୟ। ସ୍କୁଲ ଯାଇ ଘରକୁ ଫେରିନଥିବା ଝିଅଟିକୁ ଜଣେ ନିଶାଶକ୍ତ ଯୁବକ ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗି ଦେଇଥିବା ଖବର ବ୍ୟାପି ଯାଇଥିଲା। ଦୋଷୀଙ୍କୁ ଧରିବାକୁ ରାସ୍ତାକୁ ଓହ୍ଲାଇଥିଲେ ଶହ ଶହ ଜନତା। ଟାୟାର ଜାଳି ମୁଖ୍ୟ ରାସ୍ତା ଅବରୋଧ କରିଥିଲେ. ପୋଲିସ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ସ୍ଥିତି ଏଭଳି ହୋଇଥିଲା ଜନତାଙ୍କ ଆକ୍ରୋଶ ଦେଖି ଥାନା ଗାଡ଼ି ବି ପଛଘୁଞ୍ଚା ଦେଇଥିଲା। ହାଟପଟି, ମଧୁବାବୁ ଛକ ଓ ବସ ଷ୍ଟାଣ୍ଡରେ ଆନ୍ଦୋଳନ ସାଙ୍ଗକୁ ଚାନ୍ଦବାଲି ପଞ୍ଚାୟତ ଅଫିସରେ ବି ଧସେଇ ପଶିଥିଲେ ଉତ୍ତ୍ୟକ୍ତ। ଆଉ ଆଜି ସିଧା ଅଭିଯୁକ୍ତର ଘର ଭାଙ୍ଗିଥିଲେ ଓ ନିଶାଦ୍ରବ୍ୟ କାରବାର ଚାଲୁଥିବା ବେଆଇନ ଦୋକାନ ଘର ଉଚ୍ଛେଦ ପାଇଁ ଅଡ଼ି ବସିଥିଲେ ଅଞ୍ଚଳବାସୀ। ପ୍ରଶାସନ ତତକ୍ଷଣାତ୍ ୧୮ଟି ଦୋକାନ ଉଚ୍ଛେଦ କରିଛି। ସେପଟେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ଛାନଭିନ୍ କରିଛି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ତ୍ବରାନ୍ବିତ କରିଛି। ଦୁଷ୍କର୍ମକାରୀ ସତ୍ୟବ୍ରତ ଦାସ ଓରଫ ବବଲୁକୁ ତା ଶ୍ବଶୁର ଘର ଜଗତସିଂହପୁରରୁ ଗିରଫ କରି ଘାଣ୍ଟୁଛି ପୋଲିସ୍। ଗାଁରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ ଥିବା ଏସପି ସୂଚନା ଦେବା ସହ ଦୋଷୀ ବିରୋଧରେ କଡ଼ା ଦଫା ଲାଗିବ ବୋଲି କହିଛନ୍ତି। ସେହିପରି ପୂର୍ବାଞ୍ଚଳ ଡିଆଇଜି ଚାନ୍ଦବାଲି ଆସି ସ୍ଥିତି ଅନୁଧ୍ୟାନ କରିବା ସହ ମୃତା ନାବାଳିକାର ବାପାଙ୍କ ଏତଲା ଆଧାରରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ ହୋଇଥିବା କହିଛନ୍ତି। ମାମଲାରେ ଅଧିକ ଲୋକଙ୍କ ସଂପୃକ୍ତି ନେଇ ଖୋଳତାଡ଼ ଚାଲିଥିବା ସୂଚନା ଦେଇଛନ୍ତି।



ତେଣେ ଚାନ୍ଦବାଲି ଲଜ୍ଜାକୁ ନେଇ ତେଜିଛି ରାଜନୀତି। ଆଇନ-ଶୃଙ୍ଖଳା ବିପର୍ଯ୍ୟସ୍ତ ଦର୍ଶାଇ ଚାନ୍ଦବାଲି ବିଜେଡି ପକ୍ଷରୁ ଆସନ୍ତାକାଲି ସେଠି ସକାଳ ୬ଟାରୁ ମଧ୍ୟାହ୍ନ ୧୨ ଟା ଯାଏଁ କଳା ଦିବସ ପାଳନ କରିବାକୁ ଘୋଷଣା କରିଛି। ସେହିପରି କଂଗ୍ରେସ ବି ୧୨ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି। ଭୁବନେଶ୍ବରରେ ଯୁବ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ ବେଳେ ପୋଲିସ ଅଟକାଇଥିଲା। ତେଣେ ବିରୋଧୀଙ୍କୁ ଜବାବ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି- ପୋଲିସ୍ ତା କାମ କରୁଛି, ଅଭିଯୁକ୍ତକୁ ତ୍ବରିତ ବେଗରେ ଧରାଯାଇଛି- କଡ଼ା କାର୍ଯ୍ୟାନୁଷ୍ଠାନ ହେବ।...

ଏସବୁ ଭିତରେ ଚାନ୍ଦବାଲି ଲଜ୍ଜା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପୀଡ଼ିତାଙ୍କ ପରିବାରକୁ ୧୦ ଲକ୍ଷର ଅନୁକମ୍ପା ରାଶି ବି ଘୋଷଣା କରିଛନ୍ତି। ଦୋଷୀକୁ କଠୋରରୁ କଠୋର ଦଣ୍ଡବିଧାନ ହେବ ବୋଲି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ