Advertisment

Betrayed byTrust: ସାଙ୍ଗର ଭଉଣୀକୁ ଦୁଷ୍କର୍ମ , ରାକ୍ଷସ ରଚିଲା ଭୟଙ୍କର ଖେଳ

ଏକଥା କହିବାକୁ ଲାଜ ଲାଗୁଚି ଯେ ଆମ ସମାଜରେ କଣ କଣ ସବୁ ଘଟିଚାଲିଛି ।  ସାଙ୍ଗର ନିଜ ଭଉଣୀକୁ ଏକୁଟିଆ ପାଇ ଜଣେ ଦେହଲୋଭୀ ଯୁବକ ଯାହା କହିଛି ତାହା ପୂରା ବିହାରକୁ ଚକିତ କରିଦେଇଛି ।

ଅଦ୍ୟତନ ହୋଇଛି
Crime-rape

Crime-rape Photograph: (OTV)

Advertisment

ଯାହାକୁ ସେ ଡାକୁଥିଲା ଭାଇ ଭାଇ, ସେହିଁ ଲୁଟିନେଲା ଇଜ୍ଜତ ।  ଯାହାକୁ ନିଜର ଭାବିଥିଲା ସିଏ ହିଁ ଦୁଷ୍କର୍ମ କଲା ।  ଛୁରି ଦେଖାଇ ଝୁଣି ଖାଇଲା, କପଡ଼ା ଦେଇ ପାଟି ବନ୍ଦ କଲା ।  ଦେହ ରାକ୍ଷସ ରଚିଲା ଭୟଙ୍କର ଖେଳ ।  ଘରେ ପଶି ସାଙ୍ଗର ଭଉଣୀକୁ ଦୁଷ୍କର୍ମ ।  ଭାଇର ସାଙ୍ଗ ଯେହେତୁ ସିଏ ବି ତାକୁ ଭାଇ ବୋଲି ମାନୁଥିଲା ।  ହେଲେ ସେଇ ଭାଇ ଯେ ଏମିତି କରିବ ସେ କେବେ ବି ଭାବିନଥିଲା ।

Advertisment

ଏକଥା କହିବାକୁ ଲାଜ ଲାଗୁଚି ଯେ ଆମ ସମାଜରେ କଣ କଣ ସବୁ ଘଟିଚାଲିଛି ।  ସାଙ୍ଗର ନିଜ ଭଉଣୀକୁ ଏକୁଟିଆ ପାଇ ଜଣେ ଦେହଲୋଭୀ ଯୁବକ ଯାହା କହିଛି ତାହା ପୂରା ବିହାରକୁ ଚକିତ କରିଦେଇଛି ।  ଘଟଣା ଘଟିଛି ବିହାରର ପାନାପୁର କରିୟାତ ଥାନା ଅଞ୍ଚଳରେ । କଟକଣା ହେତୁ ଆମେ ଗାଁ ଠିକଣା ଓ ଯୁବତୀଙ୍କ ନାମ ଗୋପନ ରଖୁଛୁ । 

୨୭ ଡିସେମ୍ବର ୨୦୨୫, ସେଦିନ ଥାଏ ଶନିବାର ।  ସଂପୃକ୍ତ ଯୁବତୀଙ୍କ ଘରେ କେହି ନଥାନ୍ତି ।  ଏହାର ସୁଯୋଗ ନେଇ ଯୁବତୀଙ୍କ ଭାଇଙ୍କ ସାଙ୍ଗ ଘର ଭିତରକୁ ପଶିଆସେ ।  କେହି ନଥିବା ଦେଖି ଛୁରି ଦେଖାଇ ଯୁବତୀଙ୍କୁ ଟାଣିନିଏ ବେଡ୍ ଉପରକୁ ।  ଆଉ ତାପରେ ଯାହା ଘଟାଏ ତାହା ନକହିବା ଭଲ ।  ଯୁବତୀ ଜଣକ ପାଟି କରିବାରୁ ନରରାକ୍ଷସ କପଡ଼ାରେ ଯୁବତୀଙ୍କ ପାଟିକୁ ବନ୍ଦ କରି ନିଜ ଦେହର ଭୋକ ମେଣ୍ଟାଏ ।  ପ୍ରାୟ ଅଧଘଣ୍ଟା ଧରି ଅଭିଯୁକ୍ତ ରଚେ ଭୟଙ୍କର ଖେଳ ।  ଗାଁରେ ଗୋଟେ ଉତ୍ସବ ଚାଲିଥିବାବେଳେ ସେନେଇ କେହି ସହଜରେ ଜାଣିପାରିନଥିଲୋ ଯୁବତୀ ଜଣଙ୍କ ଏନେଇ ପାନାପୁର କରିୟାତ ଥାନାରେ ଲିଖିତ ଅଭିଯୋଗ କରିବା ପରେ ହିଁ ଘଟଣା ସାମ୍ନାକୁ ଆସିଛି । 

Advertisment

ଅଭିଯୁକ୍ତ ହେଉଛି ଯୁବତୀଙ୍କ ଭାଇଙ୍କ ପିଲାବେଳର ସାଙ୍ଗ ।  ତାସହ ସବୁଠାରୁ ବଡ଼ କଥା ହେଉଛି ଅଭିଯୁକ୍ତ ହେଉଛି ଯୁବତୀଙ୍କ ନିଜ ଗାଁର । ସବୁବେଳେ ଉଠାବସା, ଦେଖାଚାହାଁ, ନିଜ ଭାଇର ସାଙ୍ଗ ହେଇଥିବାରୁ ଯୁବତୀ ଜଣକ ତାକୁ ଭାଇ ଭାଇ ବୋଲି ଡାକନ୍ତି ।  ହେଲେ ସେଇ ଭାଇ ଯେ ଦିନେ ତାଙ୍କ ସହ ଏମିତି ଖେଳ ଖେଳିବ ସେ କେବେ ବି ଭାବିନଥିଲେ ।  ଯୁବତୀଙ୍କ ବାହାଘର ଦୁଇ ବର୍ଷ ତଳେ ହୋଇଥିଲା । କୌଣସି କାମରେ ସେ ନିଜ ବାପାଙ୍କ ଘରକୁ ଆସିଥିବାବେଳେ ଭାଇର ସାଙ୍ଗ ତାଙ୍କ ସହ ଏ କୁକର୍ମ କରିଛି । ପୋଲିସ ଯୁବତୀଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିବାବେଳେ ଅଭିଯୁକ୍ତ ଫେରାର ଅଛି । ପୋଲିସ କହିଛି ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ