MURDER_CASE Photograph: (OTV)
ଛୋଟ କଥାକୁ ନେଇ କାର ଚଢ଼ାଇ ହତ୍ୟା । ବାଇକ ଆରୋହୀଙ୍କୁ ଗୋଡ଼ାଇ ଗୋଡ଼ାଇ କାର ଚଢ଼ାଇ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବେଙ୍ଗାଳୁରୁରେ ।
କାରରେ ବାଇକ ସାମାନ୍ୟ ବାଜି ଯିବାରୁ ଏହାକୁ ନେଇ ବାଇକ ଆରୋହୀଙ୍କୁ ଗୋଡ଼ାଇ ଗାଡ଼ାଇ କାର ଚଢ଼ାଇ ଦେଲେ ଦମ୍ପତି । କାର ଧକ୍କା କରିବା ବେଳର ଚିତ୍ର ସିସିଟିଭିରେ କଏଦ ହୋଇଛି । କାରରେ ଥିବା ଦୁଇ ଅଭିଯୁକ୍ତ ହେଲେ ମନୋଜ କୁମାର ଓ ତାଙ୍କ ପତ୍ନୀ ଆରତୀ ଶର୍ମା । ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ବେଙ୍ଗାଳୁରୁର ପୁଟେନାହାଲି ଅଞ୍ଚଳରେ ଗତ ୨୫ ତାରିଖରେ ଏହି ଘଟଣା ଘଟିଛି । ବାଇକରେ ଥିବା ୨ ଜଣଙ୍କ ମଧ୍ୟରୁ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବାଇକ ଆରୋହୀ ଦର୍ଶନ । ଅନ୍ୟଜଣେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।
ବାଇକକୁ ୨ କିଲୋମିଟର ଗୋଡ଼ାଇବା ପରେ କାରରେ ଧକ୍କା ଦେଇଥିଲେ ଦମ୍ପତି । ଧକ୍କା ଦେବା ପରେ କାର ନେଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ । ପରେ ମାସ୍କ ପିନ୍ଧି ଘଟଣା ସ୍ଥଳକୁ ଆସି ସେଠାରେ ଭାଙ୍ଗି ପଡ଼ିଥିବା କାରର ପାର୍ଟସ ନେଇ ପଳାଇଥିଲେ । ପ୍ରଥମେ ଦୁର୍ଘଟଣା ମାମଲା ରୁଜୁ କରିଥିବା ପୋଲିସ ପରେ ହତ୍ୟା ମାମଲାରେ ପରିବର୍ତ୍ତିତ କରିଛି ।
ଛୋଟ କଥାକୁ ନେଇ କାର ଚଢ଼ାଇ ହତ୍ୟା
ବେଙ୍ଗାଳୁରୁରେ ବାଇକ ଆରୋହୀଙ୍କୁ ହତ୍ୟା
ଗୋଡ଼ାଇ ଗୋଡ଼ାଇ କାର ଚଢ଼ାଇ ହତ୍ୟା କଲେ ଦମ୍ପତି
କାର ଚଢ଼ାଇ ହତ୍ୟା ବେଳର ଚିତ୍ର ସିସିଟିଭିରେ କଏଦ
ଦୁଇ ଅଭିଯୁକ୍ତ ମନୋଜ କୁମାର ଓ ଆରତୀ ଶର୍ମା ଗିରଫ
ବାଇକରେ ଥିବା ଜଣେ ମୃତ, ଜଣେ ଗୁରୁତର
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/30/murder_case-2025-10-30-17-51-24.jpg)