Advertisment

Theft Gang Caught: କେବେ ମନ୍ଦିର ତ ଆଉ କେବେ ଅଳଙ୍କାର ଦୋକାନରୁ ଚୋରି, ଧରା ପକାଇଦେଲା ଟିପଚିହ୍ନ

ନୟାଗଡ଼ରୁ ଆସି ବଲାଙ୍ଗିରରେ କଳାକନା ବୁଲାଉଥିଲେ। କେବେ ମନ୍ଦିର ତ ଆଉ କେବେ ଅଳଙ୍କାର ଦୋକାନରୁ ଚୋରି କରି ଚମ୍ପଟ୍ ମାରୁଥିଲେ। କିନ୍ତୁ ଚୋରମାନଙ୍କର ଖେଳ ଖତମ କରିଦେଲା ଟିପଚିହ୍ନ।

Theft Gang

Theft Gang Photograph: (OTV)

Advertisment

ନୟାଗଡ଼ରୁ ଆସି ବଲାଙ୍ଗିରରେ କଳାକନା ବୁଲାଉଥିଲେ। କେବେ ମନ୍ଦିର ତ ଆଉ କେବେ ଅଳଙ୍କାର ଦୋକାନରୁ ଚୋରି କରି ଚମ୍ପଟ୍ ମାରୁଥିଲେ। କିନ୍ତୁ ଚୋରମାନଙ୍କର ଖେଳ ଖତମ କରିଦେଲା ଟିପଚିହ୍ନ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ୯ ଜଣିଆ ଚୋର ଗ୍ୟାଙ୍ଗକୁ ଗିରଫ କରିଛି ବଲାଙ୍ଗୀର ପୋଲିସ।

Advertisment

ଯେଉଁଥିରେ ଅଛନ୍ତି ନୟାଗଡ଼ ଜିଲ୍ଲାର ଛଅ ଓ ବଲାଙ୍ଗୀରର ତିନି ଜଣ। ଅଭିଯୁକ୍ତମାନେ ଲୋଇସିଂହା ଓ ଚୂଡ଼ାପାଲିର ଅଳଙ୍କାର ଦୋକାନ, ବଲାଙ୍ଗୀରର ହାର୍ଡୱେରେ ଦୋକାନ ଏବଂ ସାଲେପାଲି ଶିବ ମନ୍ଦିରରୁ ଚୋରି କରିଥିଲେ। ଚୋରି କରିବା ପୂର୍ବରୁ ଚୋରମାନେ କରୁଥିଲେ ବିସ୍ତୃତ ଯୋଜନା। 

ବଲାଙ୍ଗିରର ଚୋରମାନେ ରେକି କରି ଜାଗା ଚିହ୍ନଟ କରିବା ପରେ ନୟାଗଡ଼ର ଅଭିଯୁକ୍ତମାନେ କଳାକନା ବୁଲାଉଥିଲେ। ପୋଲିସର ସ୍ବତନ୍ତ୍ର ଟିମ୍ ଘଟଣାର ତଦନ୍ତ କରି ଚୋରଙ୍କ ଟିପ ଚିହ୍ନକୁ ଆଧାର କରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।

Advertisment

Theft Gang Caught
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ