PTABAS_MURDER Photograph: (OTV)
ଆଇନଜୀବୀ ପୀତବାସ ପଣ୍ଡାଙ୍କୁ 9 MM ପିସ୍ତଲରୁ କରାଯାଇଥିଲା ଗୁଳି। ପଏଣ୍ଟ ବ୍ଲାଙ୍କରୁ ଗୁଳି କରିଥିଲେ ଦୁର୍ବୃତ୍ତ । ପୋଷ୍ଟମର୍ଟମ ରିପୋର୍ଟରୁ ଏହା ପ୍ରମାଣିତ ହୋଇଛି । ବ୍ୟବଚ୍ଛେଦ ବେଳେ ୯ ଏମଏମ୍ ଗୁଳି ପୀତବାସଙ୍କ ମେରୁଦଣ୍ଡ ନିକଟରୁ ବାହାରିଥିଲା । ଦୁର୍ବୃତ୍ତ ମାନେ ପୀତବାସଙ୍କ ଡାହାଣ ଛାତିକୁ ଗୁଳି ମାଡ଼ କରିଥିଲେ । ତେବେ ଗୁଳି ଛାତିକୁ ଭେଦି ମେରୁଦଣ୍ଡ ପାଖରେ ଅଟକିଥିଲା । ଗୁଳିମାଡ଼ ଯୋଗୁ ଶରୀରର ଅଙ୍ଗ ନଷ୍ଟ ହୋଇଥିଲା । ତେବେ ପୋଷ୍ଟମର୍ଟମ ପରେ ଦୁର୍ବୃତ୍ତ ମାନେ ୯ ଏମଏମ୍ ପିସ୍ତଲ ବ୍ୟବହାର କରିଥିବା ସ୍ପଷ୍ଟ ହୋଇଛି।
ରାଜ୍ୟ ଆଇନଜୀବୀ ପରିଷଦର ସଦସ୍ୟ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ସୋମବାର ଗୁଳିକରି ହତ୍ୟା କରାଯାଇଥିଲା । ସୋମବାର ରାତି ପ୍ରାୟ ୧୦ଟାରେ ନିଜ ଘର ପାଖ ବୈକୁଣ୍ଠନଗର ମୁଖ୍ୟ ଗଳିରେ ଠିଆ ହୋଇଥିଲେ ପୀତବାସ । ଏହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଚମ୍ପଟ୍ ମାରିଥିଲେ ।
ସେଇଠି ହିଁ ବେହୋସ୍ ହୋଇ ତଳେ ପଡ଼ିଯାଇଥିଲେ ପୀତବାସ । ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ପୀତବାସଙ୍କ ଶରୀରରୁ ଗୋଟିଏ ଗୁଳି ବାହାରିଥିବା FMT ମୁଖ୍ୟ ସ୍ପଷ୍ଟ କରିଥିଲେ । ଗୁଳିଟି ତାଙ୍କ ଡାହାଣ ପଟ ଛାତିକୁ ବାଜି ଶରୀରରେ ରହିଯାଇଥିଲା । ରାତିରେ ଶବ ବ୍ୟବଚ୍ଛେଦ ପରେ ଗୁଳିକୁ ବାହାର କରାଯାଇଛି ।
ତେବେ କିଏ ଓ କାହିଁକି ତାଙ୍କୁ ଗୁଳିମାଡ଼ କଲା କାରଣ ଅସ୍ପଷ୍ଟ ରହିଛି। ପୋଲିସ ତନାଘନା ଚଳାଇଥିଲେ ବି ଏଯାଏଁ ଅପରାଧୀଙ୍କ ଟେର ପାଇନି । ଏ ସବୁକୁ ନେଇ ସାଧାରଣ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବାବେଳେ, ଯଦି ସହର ଭିତରେ ଆଇନଜୀବୀଙ୍କୁ ହତ୍ୟା କରାଯାଉଛି ତାହେଲେ ସାଧାରଣଲୋକ କେତେ ସୁରକ୍ଷିତ ବୋଲି ଲୋକେ କହୁଛନ୍ତି । ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରି କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ସବୁଆଡ଼େ ଦାବି ଜୋରଦାର ହୋଇଛି । ଆଜି ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେଇଛନ୍ତି ଆଇନଜୀବୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/08/ptabas_murder-2025-10-08-11-00-12.jpg)