Loot Photograph: (OTV)
Advertisment
ନୀଳଗିରିରେ ବଡ଼ଧରଣର ଲୁଟ୍ । ସୁନା ଦୋକାନୀଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଗହଣା। ବିଳମ୍ବିତ ରାତିରେ ନୀଳଗିରି ଥାନା ସନ୍ତରାଗଡିଆ କୁଳିଗଡ଼ି ନିକଟରେ ଲୁଟେରାଙ୍କ ଉତ୍ପାତ ଦେଖିବାକୁ ମିଳିଛି ।
Advertisment
ଅଭିଯୋଗ ଅନୁସାରେ, କୁଳିଗଡ଼ି ଗ୍ରାମର ବ୍ୟବସାୟୀ କୃପାସିନ୍ଧୁ ରଣା ଜୁଏଲାରୀ ଦୋକାନ ବନ୍ଦ କରି ଫେରିବାବେଳେ କିଛି ଦୁର୍ବୃତ୍ତ ତାଙ୍କୁ ବାଟରେ ଅଟକାଇବା ସହିତ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରିଥିଲେ । ପରେ ଗହଣା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ୍ ମାରିଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/19/loot-2026-02-19-09-31-55.jpg)