Advertisment

Lakhs Worth Gold Jewellery Stolen: ହାତ, ଗୋଡ ବାନ୍ଧି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

ରାତି ଅଧରେ ତାଲା ଭାଙ୍ଗି ଘରେ ପଶି ହାତ, ଗୋଡ ବାନ୍ଧି ଲୁଟିନେଲେ ଦୁର୍ବୃତ୍ତ। ବୌଦ୍ଧ ଥାନା ଭାଲିଆପଦର ଗାଁର ଦେବବ୍ରତ ମିଶ୍ରଙ୍କ ଘରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି।

Loot

Loot Photograph: (OTV)

Advertisment

ରାତି ଅଧରେ ତାଲା ଭାଙ୍ଗି ଘରେ ପଶି ହାତ, ଗୋଡ ବାନ୍ଧି ଲୁଟିନେଲେ ଦୁର୍ବୃତ୍ତ। ବୌଦ୍ଧ ଥାନା ଭାଲିଆପଦର ଗାଁର ଦେବବ୍ରତ ମିଶ୍ରଙ୍କ ଘରେ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ୧୫ ରୁ ୨୦ ଜଣ ଡକାୟତି ମାରଣାସ୍ତ୍ର ଧରି ତାଲା ଭାଙ୍ଗି ଘରେ ପଶି ଲୁଟ କରିଥିଲେ। 

Advertisment

ପ୍ରତିବାଦ କରିବାରୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି। ଘର ପଛପଟ ଗେଟ୍ ଦେଇ ଘରେ ପଶିବା ସହ ବାହାର ପଟୁ ଘରର ସବୁ ଗେଟ୍ ରେ ତାଲା ପକେଇ ଦେଇଥିଲେ ଦୁର୍ବୃତ୍ତ। ଯେପରି ବାହାର ପଟୁ ଘର ଭିତରକୁ କେହି ପ୍ରବେଶ କରି ପାରିବେ ନାହିଁ। 

ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ କ୍ୟାସ୍ ସହ ଘରର ମୂଲ୍ୟବାନ୍ ଆସବାବପାତ୍ର ଲୁଟି ନେଇଛନ୍ତି ଲୁଟେରା ଗ୍ୟାଙ୍ଗ୍। ଅଭିଯୋଗ ପରେ ବୌଦ୍ଧ ପୋଲିସ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି।

Advertisment

Boudh Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ