Advertisment

Inmate’s Death Raises Questions Again: ଜେଲରେ ପୁଣି କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଥିଲେ

ଚୌଦ୍ୱାର ଜେଲରେ ପୁଣି ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ କଏଦୀ ଜଣକ ହେଲେ ମହମ୍ମଦ କଲିମ୍। ଘର କଟକ ହାତୀ ପୋଖରୀ ଅଞ୍ଚଳରେ। ଜେଲରେ ଗାମୁଛାରେ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲ ଅଣାଯାଇଥିଲା।

Death

Death Photograph: (OTV)

Advertisment

ଚୌଦ୍ୱାର ଜେଲରେ ପୁଣି ଜଣେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ। ମୃତ କଏଦୀ ଜଣକ ହେଲେ ମହମ୍ମଦ କଲିମ୍। ଘର କଟକ ହାତୀ ପୋଖରୀ ଅଞ୍ଚଳରେ। ଜେଲରେ ଗାମୁଛାରେ ଝୁଲୁଥିବା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏସସିବି ମେଡିକାଲ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେ ଆତ୍ମହତ୍ୟା କରିଥିବା କଟକ ରେଞ୍ଜ ଜେଲ୍ ଡିଆଇଜି କହିଛନ୍ତି।

Advertisment

ପୋଲିସ ତଦନ୍ତ ଆରମ୍ଭ

ସେ ଡିସେମ୍ବର ମାସରେ ଚୌଦ୍ବାର ଜେଲକୁ ଆସିଥିଲେ ଓ ମାନସିକ ରୋଗ ୱାର୍ଡରେ ରହୁଥିଲେ। ଚୌଦ୍ବାର ଆଇଆଇସି ଓ କଟକ ଜୋନ ୧ ଏସିପି ଜେଲକୁ ଯାଇ ଘଟଣାର ତଦନ୍ତ କରିଥିବା ଜଣାପଡିଛି।

କିଛିଦିନ ତଳେ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳର ଜଣେ କଏଦୀଙ୍କର ମଧ୍ୟ ଚୌଦ୍ବାର ଜେଲରେ ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା। ବାରମ୍ବାର ଚୌଦ୍ୱାର ମଣ୍ଡଳ କାରାଗାରରେ କଏଦୀଙ୍କ ମୃତ୍ୟୁ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି।...

Advertisment




Death Jail
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ