Advertisment

Minor's Rape and Murder Case: NTPC ଥାନା ଅଞ୍ଚଳରେ ଜଘନ୍ୟ କାଣ୍ଡ, ୨୪ ଘଣ୍ଟା ଭିତରେ ଧରା ପଡିଲା ଅଭିଯୁକ୍ତ

ଅନୁଗୁଳ NTPC ଥାନା ଅଞ୍ଚଳରେ ଜଘନ୍ୟ କାଣ୍ଡ। ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ପରେ ହତ୍ୟା କରିଥିଲା ପଡ଼ୋଶୀ। ଗାମୁଛାରେ ତଣ୍ଟି ଚିପି ହତ୍ୟା କରିଥିଲା ଅଭିଯୁକ୍ତ।

Angul

Angul Photograph: (OTV)

Advertisment

୨୪ ଘଣ୍ଟା ଭିତରେ ଧରାପଡ଼ିଲା ଅନୁଗୁଳ NTPC ଥାନା ଅଞ୍ଚଳରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ଆଶିଷ ନାଏକ। ଅଭିଯୁକ୍ତ ମୃତ ନାବାଳିକାର ପଡ଼ୋଶୀ ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ଏସପି। ନାବାଳିକା ଜଣକ ଶାଗ ତୋଳିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଆଶିଷ ତାକୁ ପିଛା କରି ଦୁଷ୍କର୍ମ ଉଦ୍ୟମ କରିଥିଲା। 

Advertisment

ପ୍ରତିବାଦ କରିବାରୁ ଗାମୁଛାରେ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲା। ଏହାପରେ ଧରାପଡ଼ିବା ଭୟରେ ଗାଁରୁ ମାରିଥିଲା ଚମ୍ପଟ। ତେବେ ଅଭିଯୋଗର ୨୪ ଘଣ୍ଟା ଭିତରେ ପୋଲିସ ତାକୁ ଗିରଫ କରିଛି। ପୋଲିସ ମାମଲାକୁ ଗୁରୁତ୍ବର ସହ ନେଇ ଜଣେ DSPଙ୍କୁ ତଦନ୍ତ ଭାର ଦିଆଯାଇଥିବା ଅନୁଗୁଳ ଏସପି କହିଛନ୍ତି।

Angul
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ