Sex-Racket Photograph: (OTV)
ହୋଟେଲରେ ଚାଲିଥିଲା ଦେହ ବେପାର (Sex Racket) । ଚାକିରି ଦବାକୁ କହି ଦେହଜୀବୀ ସଜାଉଥିଲା ଦଲାଲ । ନାବାଳିକା ସହ ରଖାଯାଉଥିଲା ଶାରୀରିକ ସମ୍ପର୍କ । ଗେଷ୍ଟ ହାଉସରୁ ଜଣେ ୧୬ ବର୍ଷିୟ ଝିଅକୁ ପୋଲିସ ଉଦ୍ଧାର କରିଛି । ପୋଲିସକୁ ଝିଅଟି ଦେଇଥିବା ବୟାନରେ କହିଛି, ତାଙ୍କ ମାଆ ବହୁ ବର୍ଷ ପୂର୍ବରୁ ତାଙ୍କ ବାପାଙ୍କ ସହ ରହୁନଥିଲେ । ନାବାଳିକାଙ୍କ ବାପା ବି ଜଣେ ମଦ୍ୟପ । ତେଣୁ ସେ ଚଳିବାକୁ ବହୁତ କଷ୍ଟ ହେଉଥିଲା । ସେହି ସମୟରେ ସୁମିତ ନାମକ ଜଣେ ଯୁବକ ତାଙ୍କୁ ଭେଟିଥିଲେ । ଆଉ ସାହଯ୍ୟ କରିବାକୁ କହିଥିଲେ । ସୁମିତ ତାଙ୍କ ବାପାଙ୍କୁ ଝିଅକୁ ଚାକିରି କରାଇବାକୁ କହି ଗାଁରୁ ସହରକୁ ଆଣିଥିଲେ । ଆଉ ତା’ ପରେ ଏପରି ଅନୈତିକ କାର୍ଯ୍ୟରେ ତାଙ୍କୁ ଲଗାଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଏପରି ଏକ ଅଭିଯୋଗ ଆସିଛି ଆଗ୍ରାର ତାଜଗଞ୍ଜ ଅଞ୍ଚଳରୁ । କାନପୁରରେ ରହୁଥିବା ଜଣେ ନାବାଳିକାଙ୍କ ସହ ଘଟିଛି ଏହି ଘଟଣା । ନାବାଳିକାଙ୍କୁ ତାଙ୍କ ଘରୁ ଆଣି ତାଜଗଞ୍ଜର ଏକ ହୋଟେଲରେ ଦେହ ବ୍ୟବସାୟରେ ଲଗାଯାଇଥିବା ସେ ଅଭିଯୋଗ କରିଛନ୍ତି । ଗ୍ରାହକମାନେ ହୋଟେଲ ମାଲିକଙ୍କୁ ଟଙ୍କା ଦେଇଥିଲେ । ଆଉ ହେଟେଲ ମାଲିକ ନାବାଳିକାଙ୍କ ନିକଟରେ ସେମାନଙ୍କୁ ପହଞ୍ଚାଇ ଦେଉଥିଲା । ଏ ନେଇ ପୋଲିସ ଖବର ପାଇବା ପରେ ଚଢ଼ାଉ କରିଥିଲା । ନାବାଳିକାଙ୍କ ସହ ଜଣେ ଯୁବକଙ୍କୁ ଏକ ହେଟେଲ୍ ରୁମରୁ ଉଦ୍ଧାର କରିଛି । ତା’ ସହ ଅତୁଲ ଏବଂ ପଙ୍କଜ ନାମକ ଦୁଇ ଜଣ ଯୁବକ ଅନ୍ୟ ଏକ ରୁମରେ ଥିବା ମଧ୍ୟ ପୋଲିସ କହିଛି । ସେମାନେ ଯୁବତୀମାନଙ୍କୁ ହୋଟେଲକୁ ଆଣି ୧୫ରୁ ୨୦ଦିନ ପର୍ଯ୍ୟନ୍ତ ରଖନ୍ତି । ପରେ ଗ୍ରାହକମାନଙ୍କୁ ଠାରୁ ଟଙ୍କା ନେଇ ଝିଅ ମାନଙ୍କୁ ଦେହ ବ୍ୟବସାୟରେ ଲଗାନ୍ତି । ସବୁଠାରୁ ବଡ଼ କଥା ହେଉଛି, ହୋଟେଲକୁ ଆସୁଥିବା ଯୁବକମାନଙ୍କ ଠାରୁ ପରିଚୟପତ୍ର ମଧ୍ୟ ରଖାଯାଏ ନାହିଁ ବୋଲି ପୋଲିସ କହିଛି ।
ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ମାମଲା ରୁଜୁ କରାଯାଇ ଜେଲ ପଠାଇ ଦିଆଯାଇଛି । ଏଥିରେ ଆହୁରି ତିନି ଜଣଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ସେମାନଙ୍କୁ ଖୋଜିବାକୁ ଚେଷ୍ଟା କରୁଛି । ଅଭିଯୁକ୍ତ ମନୋଜ ତାଜଗଞ୍ଜର ଗୁଲାବ ନଗରର ବାସିନ୍ଦା । ମନୋଜର ଭାଇ ଓ ବାପାଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ସମୟରେ ସେମାନଙ୍କ ନିକଟରୁ ପାଞ୍ଚଟି ମୋବାଇଲ୍, ନଗଦ ୭୬ ହଜାର ୫ଶହ ଟଙ୍କା ଏବଂ ଏକ ରେଜିଷ୍ଟର ଜବତ କରିଛି । ପୂର୍ବରୁ ତାଜଗଞ୍ଜ ଅଞ୍ଚଳର ହୋଟେଲ ଗୁଡ଼ିକରେ ଦେହ ବ୍ୟବସାୟ ହେଉଥିବା ନେଇ ଅନେକ ରିପୋର୍ଟ ପୋଲିସ ପାଖରେ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/30/minor-girl-sex-racket-2025-09-30-09-30-59.jpg)