Murder Photograph: (OTV)
ଡିଜିଟାଲ୍ ଯୁଗରେ ହତ୍ୟାକାଣ୍ଡର ଶୈଳୀ ଓ ଅପରାଧୀଙ୍କ ବିକୃତ ମାନସିକତା ବି ବଦଳିଯାଉଛି। ନିଜ ପ୍ରେମିକାର ଗଳାକାଟି ବୀଭତ୍ସ ଭାବେ ହତ୍ୟା କରିବା ପରେ ମୃତଦେହର ମୁହଁରେ ଟେପ୍ ଗୁଡ଼ାଇ ଦେଇଥିଲା ହତ୍ୟାକାରୀ। ମୁଜାଫରନଗରର ଖତୌଲିରେ ଏକ ଭୟଙ୍କର ହତ୍ୟାକାଣ୍ଡ ସାମନାକୁ ଆସିଛି। ତେବେ ପ୍ରେମିକ ଏମିତି ଚରମ ନିଷ୍ପତ୍ତି ନେବା ପଛର କାରଣ ଜାଣିବା ପାଇଁ ଆସନ୍ତୁ ପଢ଼ିବା ଏ କାହାଣୀ।
ଟେପ୍ କାଢ଼ିଲା ପରେ…
୨୦୨୬ ଜାନୁଆରୀ ୧୪। ଗଙ୍ଗା ନଦୀ କୂଳରେ ଜଣେ ଅଜଣା ମହିଳାଙ୍କ ମୃତଦେହ ପୁଲିସ ପାଏ। ମୃତଦେହର ଅବସ୍ଥା ଭୟଙ୍କର ଥିଲା। ମୃତକଙ୍କ ସମ୍ପୂର୍ଣ୍ଣ ମୁହଁରେ ଟେପ୍ ଗୁଡ଼ାଯାଇଥିଲା। ଅତି ଅମାନୁଷିକ ଭାବେ ତାଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କଲା। ଟେପ୍ କାଢ଼ିବା ପରେ ମୃତକ ଥିଲେ ୪୫ ବର୍ଷୀୟା ମମତା ଶର୍ମା। ଆଲୋଡ଼ନ ସୃଷ୍ଟି କରିଥିଲା ଏହି ମହିଳାଙ୍କ ହତ୍ୟାକାଣ୍ଡ।
ଏମିତି ପ୍ରେମରେ ପଡ଼ିଥିଲେ
ମମତା ଶର୍ମା ଘରୋଇ ସହାୟିକା ଭାବରେ କାମ କରୁଥିଲେ। ପର ଘରେ ବାସନ ମାଜନ୍ତି। ରୋଷେଇ କରନ୍ତି। ଏହି ସମୟରେ ସେ ଖତୌଲିର ବାସିନ୍ଦା ସନ୍ଦୀପକୁ ଭେଟିଥିଲେ। ସନ୍ଦୀପଙ୍କ ପତ୍ନୀ ୨୦୨୧୨ରେ ମୃତ୍ୟୁବରଣ କରିଥିଲେ। ସେ ତାଙ୍କ ଘରେ ରୋଷେୟା ଭାବରେ କାମ କରିବା ପାଇଁ ମମତାଙ୍କୁ ରଖିଥିଲା। କାମ କରିବା ସମୟରେ ସେ ସନ୍ଦୀପଙ୍କ ପ୍ରେମରେ ପଡ଼ିଥିଲା।
ସନ୍ଦେହୀ ପ୍ରେମିକର ସୈତାନୀ କାଣ୍ଡ
ଏମିତି ପ୍ରେମ ସମ୍ପର୍କ ଯୋଡ଼ି ହେବା ଭିତରେ ସନ୍ଦୀପ ମମତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଥିଲେ। ମମତା ତା ବ୍ୟତୀତ ଅନ୍ୟମାନଙ୍କ ସହିତ ବି ସମ୍ପର୍କ ରଖୁଥିବା ସନ୍ଦେହ କରିଥିଲା ସନ୍ଦୀପ। ମମତା ଫୋନ୍ରେ ଅନ୍ୟ କାହା ସହିତ କଥା ହେଉଥିବା ସନ୍ଦେହରେ ବିବାଦ ସୃଷ୍ଟି ହୋଇଥିଲା। ଟଙ୍କା କାରବାରକୁ ନେଇ ଏହି ଦୁଇ ଜଣଙ୍କ ମଧ୍ୟରେ ଫାଟ ବଢ଼ିବାରେ ଲାଗିଥିଲା। ମମତା ତା ଠାରୁ ଟଙ୍କା ହଡ଼ପ କରୁଥିବା ସନ୍ଦେହ ବଢ଼ିବାରୁ ମମତାଙ୍କୁ ହତ୍ୟା କରିବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲା ସନ୍ଦୀପ। ଆଉ ଯୋଜନା ସଫଳ ହୋଇଥିଲା।
ନିଦ ବଟିକାର ଚା
ଜାନୁଆରୀ ୧୪ ତାରିଖ। ଯେତେବେଳେ ମମତା ସବୁଦିନ ପରି ରାତ୍ରୀଭୋଜନ ରାନ୍ଧିବା ପାଇଁ ସନ୍ଦୀପଙ୍କ ଘରେ ପହଞ୍ଚିଲେ ପୂର୍ବ ଷଡ଼ଯନ୍ତ୍ର ଅନୁଯାୟୀ ସେ ମମତାଙ୍କୁ ଚା ପିଇବାକୁ ଦେଇଥିଲା। ଏଥିରେ ନିଦ ବଟିକା ମିଶିଥିବା ସମ୍ପର୍କରେ ମମତା ଟେର୍ ବି ପାଇନଥିଲେ। ମମତା ଚା ପିଇବା ପରେ ଅଚେତ ହୋଇପଡ଼ିଥିଲେ।
ଆଉ ତା ପରେ ସନ୍ଦୀପର ଆଚରଣ ସୈତାନୀ ଭଳି ଥିଲା। ମମତାଙ୍କ ଉପରେ ବସି ସନ୍ଦୀପ ତା ଦୁଇ ହାତରେ ତାଙ୍କ ମୁହଁ ଏବଂ ନାକକୁ ଚାପି ରଖିଥିଲା। ମମତାଙ୍କ ପ୍ରାଣ ବାୟୁ ଉଡ଼ିବା ଯାଏ ଏଭଳି ବନ୍ଦ କରିଥିଲା। ମମତାଙ୍କ ମୃତ୍ୟୁ ପରେ ମମତାଙ୍କ ମୁହଁରେ ଟେପ୍ ଗୁଡ଼ାଇ ଦେଇଥିଲା ସନ୍ଦୀପ। କାଳେ ସେ ନିଶ୍ବାସ ନେଇଯିବ ସେ ଆଶଙ୍କାରେ ମୁହଁରେ ଗୁଡ଼ାଇ ଦେଇଥିଲା ଟେପ୍। ତା ପରେ କଣ ଭାବିଲା କେଜାଣି ଗଳାକାଟି ହତ୍ୟା କରିଥିଲା ନୃଶଂସ ପ୍ରେମିକ ।
ଘଟଣାର ତଦନ୍ତ କରି ପୋଲିସ ପହଞ୍ଚି ଯାଇଥିଲା ସନ୍ଦୀପ ପାଖରେ । ତା ପରେ ସାମନାକୁ ଆସିଥିଲା ଏଇ ଘଟଣା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/murder-2026-01-27-15-01-04.jpg)