Advertisment

From Guidance to Guilt: ଏମିତି ବାପା ପୁଅକୁ ସଜାଇଦେଲା ହତ୍ୟାକାରୀ, ଜୀବନ ବେକାର

କଟାରିଆ କ୍ଷମତାଶାଳୀ ଥିବାରୁ ତାଙ୍କୁ ସିଧାସଳଖ ଆକ୍ରମଣ କରିବା ଏତେଟା ସହଜ ନଥିଲା। ତେଣୁ ସେ ଏହି ପ୍ରତିଶୋଧ ପାଇଁ ତାଙ୍କ ପୁଅକୁ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ। ତାଙ୍କୁ ଶିକ୍ଷା ଦେବା ବଦଳରେ ଅପରାଧିକ କାର୍ଯ୍ୟକଳାପ ଆଡ଼କୁ ଆଗେଇ ନେଇଥିଲେ।

MURDER

MURDER Photograph: (OTV)

Advertisment

ବାପା ୯ ବର୍ଷ ଅପେକ୍ଷା କଲା। ଆଉ ତା’ପରେ ପୁଅର ୧୮ତମ ଜନ୍ମଦିନର ଗୋଟିଏ ଦିନ ପୂର୍ବରୁ ରକ୍ତର ହୋଲି ଖେଳିଲା। ପ୍ରତିଶୋଧ ନେବାକୁ ଯାଇ ଏଭଳି ରକ୍ତାକ୍ତ କାହାଣୀର ଖଳନାୟକ ଜଣେ ବାପା ପାଲଟିବା କଥା କେବେ ଶୁଣିନଥିବେ। ଚଳଚ୍ଚିତ୍ର ପରି କାହାଣୀ ଲାଗିଲେ ବି ଏହା ସତ୍ୟ। ଦିଲ୍ଲୀର ମାଲବ୍ୟ ନଗରରେ ସମ୍ପତ୍ତି ବ୍ୟବସାୟୀ ଲଖପତ ସିଂହଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ତାଙ୍କ ପଡ଼ୋଶୀ ଖୁସିରାମ ତାଙ୍କ ପୁଅ ସହିତ ୯ ବର୍ଷ ପୁରୁଣା ଶତ୍ରୁତାକୁ ନେଇ ତାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା।
 

Advertisment

ଏଇଠୁ ଜଳିଲା ପ୍ରତିଶୋଧର ନିଆଁ

ଏ କାହାଣୀ ପ୍ରତିଶୋଧକୁ ନେଇ ଗଢ଼ିଉଠିଛି। ମାଲବ୍ୟ ନଗରର ସମ୍ପତ୍ତି ବ୍ୟବସାୟୀ ଲଖପତ ସିଂହ କଟାରିଆ। ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ସହିତ ତାଙ୍କର ବିବାଦ ହୁଏ। ୨୦୧୬ ମସିହାରେ ଏକ ଜମି ବିବାଦ ଉଭୟଙ୍କ ମଧ୍ୟରେ ଝଡ଼ ସୃଷ୍ଟି କରିଥିଲା। କଟାରିଆ ଏବଂ ତାଙ୍କ ସହଯୋଗୀମାନେ ସେହି ବ୍ୟକ୍ତିଙ୍କୁ ଏଭଳି ମାଡ଼ ମାରିଥିଲେ ଯେ ସମ୍ପୃକ୍ତ ବ୍ୟକ୍ତି ୯ ମାସ ପର୍ଯ୍ୟନ୍ତ ବିଛଣାରୁ ଉଠିପାରିଲେ ନାହିଁ। ସେତେବେଳେ ଆହତ ବ୍ୟକ୍ତିଙ୍କ ପୁଅର ବୟସ ମାତ୍ର ନଅ ବର୍ଷ ଥିଲା। ଏହି ଅପମାନରେ ସେହି ବ୍ୟକ୍ତିଙ୍କ ହୃଦୟରେ ପ୍ରତିଶୋଧର ନିଆଁ ଜଳୁଥିଲା। ସେହି ବ୍ୟକ୍ତି ଜଣକ ଥିଲେ ପଡ଼ୋଶୀ ଖୁସିରାମ।
 
 ଖୁସିରାମ ଦିନେ ଏହି ଅପମାନର ପ୍ରତିଶୋଧ ନେବାକୁ ଶପଥ ନେଇଥିଲେ। କଟାରିଆ କ୍ଷମତାଶାଳୀ ଥିବାରୁ ତାଙ୍କୁ ସିଧାସଳଖ ଆକ୍ରମଣ କରିବା ଏତେଟା ସହଜ ନଥିଲା। ତେଣୁ ସେ ଏହି ପ୍ରତିଶୋଧ ପାଇଁ ତାଙ୍କ ପୁଅକୁ ଅସ୍ତ୍ର ଭାବରେ ବ୍ୟବହାର କରିଥିଲେ। ତାଙ୍କୁ ଶିକ୍ଷା ଦେବା ବଦଳରେ ଅପରାଧିକ କାର୍ଯ୍ୟକଳାପ ଆଡ଼କୁ ଆଗେଇ ନେଇଥିଲେ। ସେ ତାଙ୍କ ପୁଅକୁ ବାରମ୍ବାର ବୁଝାଇଥିଲେ ଯେ "ଗୋଟିଏ ଦିନ ଆମେ ଶତ୍ରୁକୁ ଶେଷ କରିଦେବା।" ଖୁସିରାମଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ଏବଂ ଦାଦାବଟି ଆଦାୟ ଭଳି ସଂଗୀନ ଅଭିଯୋଗ ପରକୁ ପର ଯୋଡ଼ି ହୋଇଯାଇଥିଲା। 
 
 ହତ୍ୟା ପୂର୍ବରୁ ପୁଅ ରଖିଥିଲା ନଜର


ଖୁସିରାମ ତାଙ୍କ ପୁଅକୁ କଟାରିଆଙ୍କ ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବାକୁ ଦାୟିତ୍ୱ ଦେଇଥିଲେ। କଟାରିଆଙ୍କ ପଡ଼ୋଶୀ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ପୁଅକୁ ପଠାଇଲେ। ପୁଅ ପ୍ରାୟ ୧୫ ଦିନ ଧରି ତାଙ୍କ ଘରେ ରହିଥିଲା। ଏହି ସମୟରେ କଟାରିଆଙ୍କ ଦୈନନ୍ଦିନ ଚଳପ୍ରଚଳ ସମ୍ପର୍କରେ ବାପା ଖୁସିରାମଙ୍କୁ ସୂଚନା ଦେଲା। କଟାରିଆ ପ୍ରତିଦିନ ସକାଳେ ବିଜୟ ମଣ୍ଡଳ ପାର୍କରେ ପ୍ରାତଃ ଭ୍ରମଣ ପାଇଁ ଯାଉଥିବା ଜଣାପଡ଼ିଥିଲା। ଏହି ସୂଚନା ଖୁସିରାମ ପାଇବା ପରେ ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ।
 

Advertisment

ବାପ-ପୁଅ ଏମିତି ଢଙ୍ଗରେ ପ୍ରତିଶୋଧ ନେଲେ

ସେପ୍ଟେମ୍ବର ୨୫ ତାରିଖ ସକାଳ। ବାପା ଏବଂ ପୁଅ ସେମାନଙ୍କର ହତ୍ୟା ଯୋଜନା କାର୍ଯ୍ୟକାରୀ କଲେ। ସେମାନେ କପଡାରେ ମୁହଁ ଘୋଡାଇ ଏକ ବାଇକରେ ଯାଇଥିଲେ। ସୁଯୋଗ ପାଇବା ମାତ୍ରେ ପ୍ରଥମେ ଏକ କ୍ରିକେଟ ବ୍ୟାଟରେ କଟାରିଆଙ୍କୁ ଆକ୍ରମଣ କରିଥିଲେ। ତା'ପରେ ତାଙ୍କ ଛାତିରେ ଗୁଳି ଚଳାଇଥିଲେ। ଏସବୁ ସ୍ପଷ୍ଟ ଦିବାଲୋକରେ ଘଟିଥିଲା। ଚାହୁଁଚାହୁଁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ଟଳିପଡ଼ିଲେ କଟାରିଆ।
 

ନାବାଳକ ପୁଅ ସାଜିଲା ହତ୍ୟାକାରୀ

ଖୁସିରାମ ହତ୍ୟା କରିବା ପାଇଁ ଆଉ ଏକ କୌଶଳ ବ୍ୟବହାର କରିଥିଲେ। ତାଙ୍କ ପୁଅକୁ ୧୮ ବର୍ଷ ହେବା ପୂର୍ବରୁ ହତ୍ୟାକାଣ୍ଡ ଯୋଜନା କରିଥିଲେ। ହତ୍ୟାକାଣ୍ଡରେ ତାଙ୍କ ପୁଅ ଧରାପଡ଼ିଲେ ବି ନାବାଳକ ହୋଇଥିବାରୁ କିଶୋର ଆଇନ ଅନୁଯାୟୀ ବିଚାର କରାଯିବ। ତାଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ନାହିଁ। ଏମିତି ବୁଦ୍ଧି ଖଟାଇ ଖୁସିରାମ ନିଜ ପୁଅକୁ ହତ୍ୟାକରୀ ସଜାଇଦେଲା । ଏବେ ବାପପୁଅ ଦଗିରଫ ହୋଇ ଜେଲରେ ଅଛନ୍ତି । 

Advertisment

Murder Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ